ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଖେଳ ସୂଚୀ ଜାରି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଖେଳର କାର୍ଯ୍ୟ ସୂଚୀ ଜାରି ହୋଇଛି। ଶ୍ରୀଲଙ୍କାରେ ଜୁଲାଇ ୨୬ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ମ୍ୟାଚ୍ ହେବ। ଏଥିରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଗୁରୁବାର ଖେଳ ସୂଚୀ ଜାରି ହୋଇଛି। ଏଥିରେ ଟିମ୍ ଇଣ୍ଡିଆର କୋଚ୍ ଦୟିତ୍ୱ ଗୌତମ ଗମ୍ଭୀର ତୁଲାଇବେ। ସେପଟେ ଶ୍ରୀଲଙ୍କ ଦଳରେ ବି ନୂଆ କୋଚ ନିଯୁକ୍ତ ହୋଇଛନ୍ତି। କ୍ରିସ୍ ସିଲଭରଉଡ କୋଚ ପଦରୁ ହଟିବା ପରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ସନଥ ଜୟସୁରିୟା ଶ୍ରୀଲଙ୍କା ପାଇଁ ଅନ୍ତରୀଣ ମୁଖ୍ୟ କୋଛ ନିଯୁକ୍ତ ହୋଇଛନ୍ତି। ତିନୋଟି ଟି -୨୦ ସିରିଜ୍ ଜୁଲାଇ ଶେଷରେ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ ଦିନିକିଆ ସିରିଜ୍ ଖେଳାଯିବ। ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଟି -୨୦ ମ୍ୟାଚ୍ ଆୟୋଜିତ ହେବ। ଏହା ପରେ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଟି-୨୦ ସିରିଜର ସମସ୍ତ ମ୍ୟାଚ୍ ପାଲେକେଲେ ପଡ଼ିଆରେ ଖେଳାଯିବ। ଭାରତୀଯ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟି -୨୦ ମ୍ୟାଚ୍ - ୨୬ ଜୁଲାଇ। ଦ୍ୱିତୀୟ ଟି -୨୦ ମ୍ୟାଚ୍ - ୨୭ ଜୁଲାଇ। ତୃତୀୟ ଟି -୨୦ ମ୍ୟାଚ୍ - ୨୯ ଜୁଲାଇ।ଦିନିକିଆ ସିରିଜର ସମସ୍ତ ମ୍ୟାଚ୍ ଆର୍. ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ୨.୩୦ରେ ଆରମ୍ଭ ହେବ।  ପ୍ରଥମ ଦିନିକିଆ -୧ ଅଗଷ

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଖେଳ ସୂଚୀ ଜାରି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଖେଳର କାର୍ଯ୍ୟ ସୂଚୀ ଜାରି ହୋଇଛି। ଶ୍ରୀଲଙ୍କାରେ ଜୁଲାଇ ୨୬ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ମ୍ୟାଚ୍ ହେବ। ଏଥିରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଗୁରୁବାର ଖେଳ ସୂଚୀ ଜାରି ହୋଇଛି। ଏଥିରେ ଟିମ୍ ଇଣ୍ଡିଆର କୋଚ୍ ଦୟିତ୍ୱ ଗୌତମ ଗମ୍ଭୀର ତୁଲାଇବେ। ସେପଟେ ଶ୍ରୀଲଙ୍କ ଦଳରେ ବି ନୂଆ କୋଚ ନିଯୁକ୍ତ ହୋଇଛନ୍ତି। 

କ୍ରିସ୍ ସିଲଭରଉଡ କୋଚ ପଦରୁ ହଟିବା ପରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ସନଥ ଜୟସୁରିୟା ଶ୍ରୀଲଙ୍କା ପାଇଁ ଅନ୍ତରୀଣ ମୁଖ୍ୟ କୋଛ ନିଯୁକ୍ତ ହୋଇଛନ୍ତି। ତିନୋଟି ଟି -୨୦ ସିରିଜ୍ ଜୁଲାଇ ଶେଷରେ ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ ଦିନିକିଆ ସିରିଜ୍ ଖେଳାଯିବ। ପାଲେକେଲେ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଟି -୨୦ ମ୍ୟାଚ୍ ଆୟୋଜିତ ହେବ। ଏହା ପରେ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳାଯିବ। 
ଟି-୨୦ ସିରିଜର ସମସ୍ତ ମ୍ୟାଚ୍ ପାଲେକେଲେ ପଡ଼ିଆରେ ଖେଳାଯିବ। ଭାରତୀଯ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ।
 
ପ୍ରଥମ ଟି -୨୦ ମ୍ୟାଚ୍ - ୨୬ ଜୁଲାଇ।
 ଦ୍ୱିତୀୟ ଟି -୨୦ ମ୍ୟାଚ୍ - ୨୭ ଜୁଲାଇ।
 ତୃତୀୟ ଟି -୨୦ ମ୍ୟାଚ୍ - ୨୯ ଜୁଲାଇ।
ଦିନିକିଆ ସିରିଜର ସମସ୍ତ ମ୍ୟାଚ୍ ଆର୍. ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ୨.୩୦ରେ ଆରମ୍ଭ ହେବ। 
 
ପ୍ରଥମ ଦିନିକିଆ -୧ ଅଗଷ୍ଟ। 
 ଦ୍ୱିତୀୟ ଦିନିକିଆ - ୨ ଅଗଷ୍ଟ।
 ତୃତୀୟ ଦିନିକିଆ - ୭ ଅଗଷ୍ଟ।