ତୁ ମୋ ଜୀବନସାଥୀ....ଲିଭର ଦେଇ ସ୍ତ୍ରୀ ଦେଲେ ସ୍ୱାମୀଙ୍କୁ ନୂଆ ଜୀବନ
ଆଠଗଡ଼ ୧୪/୦୬: ସ୍ତ୍ରୀ ଦେଲେ ସ୍ୱାମୀକୁ ନୂଆ ଜୀବନ । ଏବେ ପତ୍ନୀଙ୍କ ଲିଭରରେ ବଞ୍ଚିବେ ସ୍ବାମୀ । ସ୍ଵାମୀ ଦେହରେ ଲାଗିଲା ସ୍ତ୍ରୀର ଲିଭର୍ । ଉଭୟ ପତି ପତ୍ନୀ ସୁସ୍ଥ ହୋଇ ଫେରିଲେ ଘରକୁ । କଟକ ଏସ୍ସିଵି ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ସଫଳ ଯକୃତ ପ୍ରତିରୋପଣ କରାଯାଇଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ମାନପୁର ଗାଁର ୪୫ ବର୍ଷୀୟ ମାନସ ବାରିକଙ୍କ ସଫଳ ଲିଭର ପ୍ରତିରୋପଣ କରାଯାଇଛି। ପ୍ରତିରୋପଣ ପାଇଁ ମାନସଙ୍କ ପତ୍ନୀ ଲିଭର ଦାନ କରିଛନ୍ତି। ପରେ ଉଭୟ ପତି ପତ୍ନୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଥାଉକି, ମାନସ ବାରିକଙ୍କ ଦୀର୍ଘ ୬ ବର୍ଷ ହେବ ରହୁଥିଲା ଲିଭର ସମସ୍ୟା । ବଞ୍ଚିବା ପାଇଁ ତାଙ୍କ ଲିଭର୍ ପ୍ରତିରୋପଣ ନିହାତି ଆବଶ୍ୟକ ଥିଲା। ସେ ବଞ୍ଚିରହିବା ପାଇଁ ଏସିବିରେ ମେଡ଼ିକାଲ ପକ୍ଷରୁ ଲିଭର ପ୍ରତିରୋପଣ ପାଇଁ ନିଷ୍ପତି ନିଆଯାଇଥିଲା। ସବୁଠାରୁ ବଡ଼ କଥା ହେଲା ତାଙ୍କ ପତ୍ନୀ ୨ ତୃତୀୟା ଅଂଶ କାଢି ତାଙ୍କ ସ୍ୱାମୀଙ୍କ ଦେହରେ ପ୍ରତି ରୋପଣ କରାଯାଇଛି । ତେବେ ଏହା ଓଡ଼ିଶାରେ ପ୍ରଥମ ଲିଭର ପ୍ରତିରୋପଣ ବୋଲି କହିଛନ୍ତି ଏସ୍ସିଵି ମେଡିକାଲ କଲେଜର ଅଧିକ୍ଷକ ।
ଆଠଗଡ଼ ୧୪/୦୬: ସ୍ତ୍ରୀ ଦେଲେ ସ୍ୱାମୀକୁ ନୂଆ ଜୀବନ । ଏବେ ପତ୍ନୀଙ୍କ ଲିଭରରେ ବଞ୍ଚିବେ ସ୍ବାମୀ । ସ୍ଵାମୀ ଦେହରେ ଲାଗିଲା ସ୍ତ୍ରୀର ଲିଭର୍ । ଉଭୟ ପତି ପତ୍ନୀ ସୁସ୍ଥ ହୋଇ ଫେରିଲେ ଘରକୁ ।
କଟକ ଏସ୍ସିଵି ମେଡିକାଲ କଲେଜରେ ପ୍ରଥମ ଥର ପାଇଁ ସଫଳ ଯକୃତ ପ୍ରତିରୋପଣ କରାଯାଇଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ମାନପୁର ଗାଁର ୪୫ ବର୍ଷୀୟ ମାନସ ବାରିକଙ୍କ ସଫଳ ଲିଭର ପ୍ରତିରୋପଣ କରାଯାଇଛି। ପ୍ରତିରୋପଣ ପାଇଁ ମାନସଙ୍କ ପତ୍ନୀ ଲିଭର ଦାନ କରିଛନ୍ତି। ପରେ ଉଭୟ ପତି ପତ୍ନୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନା ଥାଉକି, ମାନସ ବାରିକଙ୍କ ଦୀର୍ଘ ୬ ବର୍ଷ ହେବ ରହୁଥିଲା ଲିଭର ସମସ୍ୟା । ବଞ୍ଚିବା ପାଇଁ ତାଙ୍କ ଲିଭର୍ ପ୍ରତିରୋପଣ ନିହାତି ଆବଶ୍ୟକ ଥିଲା। ସେ ବଞ୍ଚିରହିବା ପାଇଁ ଏସିବିରେ ମେଡ଼ିକାଲ ପକ୍ଷରୁ ଲିଭର ପ୍ରତିରୋପଣ ପାଇଁ ନିଷ୍ପତି ନିଆଯାଇଥିଲା।
ସବୁଠାରୁ ବଡ଼ କଥା ହେଲା ତାଙ୍କ ପତ୍ନୀ ୨ ତୃତୀୟା ଅଂଶ କାଢି ତାଙ୍କ ସ୍ୱାମୀଙ୍କ ଦେହରେ ପ୍ରତି ରୋପଣ କରାଯାଇଛି । ତେବେ ଏହା ଓଡ଼ିଶାରେ ପ୍ରଥମ ଲିଭର ପ୍ରତିରୋପଣ ବୋଲି କହିଛନ୍ତି ଏସ୍ସିଵି ମେଡିକାଲ କଲେଜର ଅଧିକ୍ଷକ ।