ବାଂଲାଦେଶରେ ଆଉ ଜଣେ ହିନ୍ଦୁ ସାଧୁ ଗିରଫ, ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଭାରତର କଡ଼ା ଆଭିମୁଖ୍ୟ
ନୂଆଦିଲ୍ଲୀ: ବାଂଲାଦେଶରେ ଗୃହଯୁଦ୍ଧ ପରଠାରୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ନିକଟରେ ISKCON ର ଜଣେ ପୂର୍ବତନ ସଦସ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସେବେଠାରୁ ବିରୋଧ ଜାରି ରହିଛି। ISKCON ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ବାଂଲାଦେଶରେ ଭାରତ ତଥା ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହାରି ଭତରେ ଆଉ ଜଣେ ଇସ୍କନ ସାଧୁଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କୋଲକାତା ମୁଖପାତ୍ର ରାଧାରମଣ ଦାସ। ଏହି ସମୟରେ ବାଂଲାଦେଶର ଚାଟୋଗାମରେ ସ୍ଲୋଗାନ ଦିଆଯାଇ ତିନିଟି ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଥିଲେ। ନ୍ୟୁଜ୍ ପୋର୍ଟାଲ୍ 'bdnews24.com' ଏହାର ଖବରରେ କହିଛି ଯେ ପୋର୍ଟ ସିଟିର ହରିଶ ଚନ୍ଦ୍ର ମୁନ୍ସେଫ୍ ଲେନରେ ରାତି ୨.୩୦ ସମୟରେ ଏହି ଆକ୍ରମଣ ହୋଇଛି।ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଚିନ୍ତା ପ୍ରକଟ କରିଛି ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ(ଆରଏସଏସ)। ହିନ୍ଦୁ ବିରୋଧୀ ହିଂସା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ଆରଏସଏସ କହିଛି।ଇସକନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ସେଠାରେ ଗିରଫ କରାଯାଇଛି। ତାଙ୍କୁ ତୁରନ୍ତ ଜେଲ୍ରୁ ମୁକୁଳାଇବା ଦାବି କରିଛନ୍ତି ଆରଏସଏସ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ।ଏନେଇ ଭାରତର ବୈଦେଶିକ ବ୍ୟ
ନୂଆଦିଲ୍ଲୀ: ବାଂଲାଦେଶରେ ଗୃହଯୁଦ୍ଧ ପରଠାରୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ନିକଟରେ ISKCON ର ଜଣେ ପୂର୍ବତନ ସଦସ୍ୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସେବେଠାରୁ ବିରୋଧ ଜାରି ରହିଛି। ISKCON ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ବାଂଲାଦେଶରେ ଭାରତ ତଥା ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହାରି ଭତରେ ଆଉ ଜଣେ ଇସ୍କନ ସାଧୁଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କୋଲକାତା ମୁଖପାତ୍ର ରାଧାରମଣ ଦାସ।
ଏହି ସମୟରେ ବାଂଲାଦେଶର ଚାଟୋଗାମରେ ସ୍ଲୋଗାନ ଦିଆଯାଇ ତିନିଟି ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିଥିଲେ। ନ୍ୟୁଜ୍ ପୋର୍ଟାଲ୍ 'bdnews24.com' ଏହାର ଖବରରେ କହିଛି ଯେ ପୋର୍ଟ ସିଟିର ହରିଶ ଚନ୍ଦ୍ର ମୁନ୍ସେଫ୍ ଲେନରେ ରାତି ୨.୩୦ ସମୟରେ ଏହି ଆକ୍ରମଣ ହୋଇଛି।
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଚିନ୍ତା ପ୍ରକଟ କରିଛି ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘ(ଆରଏସଏସ)। ହିନ୍ଦୁ ବିରୋଧୀ ହିଂସା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ଆରଏସଏସ କହିଛି।
ଇସକନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ସେଠାରେ ଗିରଫ କରାଯାଇଛି। ତାଙ୍କୁ ତୁରନ୍ତ ଜେଲ୍ରୁ ମୁକୁଳାଇବା ଦାବି କରିଛନ୍ତି ଆରଏସଏସ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ।
ଏନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ- "ବାଂଲାଦେଶ ସରକାରଙ୍କ ସହ ଭାରତ କ୍ରମାଗତ ଭାବରେ ଯୋଗାଯୋଗରେ ଅଛନ୍ତି। ଦୃଢ ଭାବରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଆକ୍ରମଣ ହେଉଛି। ଉଗ୍ରବାଦୀ ଚିନ୍ତାଧାରର ବୃଦ୍ଧି ନେଇ ଆମେ ଚିନ୍ତିତ। ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଆମେ ବାଂଲାଦେଶକୁ ଆହ୍ୱାନ କରୁଛୁ।