ତୁମକୁ କିଛି ଜଣା ନାହିଁ: କ୍ରିକେଟ ନିୟମକୁ ନେଇ ଧୋନିଙ୍କୁ କାହିଁକି ଏମିତି କହିଥିଲେ ପତ୍ନୀ ସାକ୍ଷୀ?

ଧୋନି ତାଙ୍କ କ୍ରିକେଟିଂ ବୁଦ୍ଧି ପାଇଁ ବେଶ ପ୍ରଖ୍ୟାତ। କିନ୍ତୁ ଏକଦା ପତ୍ନୀ ସାକ୍ଷୀ କେମିତି ଧୋନିଙ୍କୁ କ୍ରିକେଟର ନିୟମକୁ ନେଇ ପାଟି କରିଥିଲେ ଓ ତୁମକୁ କିଛି ଜଣା ନାହିଁ ବୋଲି କହିଥିଲେ।

ତୁମକୁ କିଛି ଜଣା ନାହିଁ: କ୍ରିକେଟ ନିୟମକୁ ନେଇ ଧୋନିଙ୍କୁ କାହିଁକି ଏମିତି କହିଥିଲେ ପତ୍ନୀ ସାକ୍ଷୀ?

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୱିକେଟ କିପର ହେଉଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ୱିକେଟ ପଛରେ ବାଘ ଭଳି ଆଖି ପିଛୁଳାକେ ତାଙ୍କର ଷ୍ଟମ୍ପିଂ ଓ କ୍ୟାଚିଂ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଧୋନି ୨୦୧୯ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ ହେଁ ଆଇପିଏଲରେ ନଜର ଆସୁଛନ୍ତି।

୨୦୨୫ ଆଇପିଏଲ ମଧ୍ୟ ସେ ଖେଳିବେ। ଧୋନି ତାଙ୍କ କ୍ରିକେଟିଂ ବୁଦ୍ଧି ପାଇଁ ବେଶ ପ୍ରଖ୍ୟାତ। କିନ୍ତୁ ଏକଦା ପତ୍ନୀ ସାକ୍ଷୀ କେମିତି ଧୋନିଙ୍କୁ କ୍ରିକେଟର ନିୟମକୁ ନେଇ ପାଟି କରିଥିଲେ ଓ ତୁମକୁ କିଛି ଜଣା ନାହିଁ ବୋଲି କହିଥିଲେ।

ଏ ସମ୍ପର୍କରେ ନିଜେ ଧୋନି ଖୁଲାସା କରିଛନ୍ତି। ସେ କହିଛନ୍ତି, “ଗୋଟିଏ ଦିନ ଆମେ ଘରେ ବସି ମ୍ୟାଚ୍‌ ଦେଖୁଥିଲୁ। ଦିନିକିଆ ମ୍ୟାଚ୍‌ ଥିଲା। ସାକ୍ଷୀ ମଧ୍ୟ ମୋ ପାଖରେ ବସିଥିଲେ। ସାଧାରଣତଃ ଆମେ କ୍ରିକେଟ ବିଷୟରେ କଥା ହୋଇ ନଥାଉ। ସେ ମ୍ୟାଚ୍‌ରେ କିନ୍ତୁ ବୋଲର ବଲ ପକାଇଥିଲେ ଓ ଏହା ୱାଇଡ ଥିଲା। ବ୍ୟାଟର ଷ୍ଟେପ ଆଉଟି କରି ମାରିବାକୁ ଚେଷ୍ଟା କରୁଥିବା ବେଳେ ଷ୍ଟମିଂ ହୋଇଯାଇଥିଲେ।

ଅମ୍ପାୟାର ରିଭ୍ୟୁ ନେଇ ତୃତୀୟ ଅମ୍ପାୟାର ଉପରେ ନିଷ୍ପତ୍ତି ଛାଡ଼ିଥିଲେ। ମୋ ପତ୍ନୀ କହିଥିଲେ “ଆଉଟ ନୁହେଁ। ସେ ନଟଆଉଟ କହିବା ପୂର୍ବରୁ ବ୍ୟାଟର ପ୍ୟାଭିଲିୟନ ଆଡ଼େ ଚାଲିବା ଆରମ୍ଭ କରି ଦେଇଥିଲେ। ଏହା ଦେଖି ସାକ୍ଷୀ କହିଥିଲେ ଯେ ଦେଖ ବ୍ୟାଟରଙ୍କୁ ପୁଣି ଡାକିବେ।

ୱାଇଡ ବଲରେ ଷ୍ଟମିଂ ହୋଇ ନଥାଏ। ମୁଁ କହିଥିଲି ୱାଇଡ ବଲରେ ଷ୍ଟମିଂ ହୋଇଥାଏ। ନୋ ବଲରେ ହୋଇ ନଥାଏ। ଏହାର ଜବାବରେ ସେ ମୋତେ କହିଥିଲେ ଯେ “ତୁମକୁ କିଛି ଜଣା ନାହିଁ। ତମେ ଅପେକ୍ଷା କର, ତୃତୀୟ ଅମ୍ପାୟାର ବ୍ୟାଟରଙ୍କୁ ଡାକିବେ।”

ଏସବୁ କଥା ଭିତରେ ବିଚାରା ବ୍ୟାଟର ବାଉଣ୍ଡରୀ ଲାଇନ ପାଖରେ ପହଞ୍ଚି ଯାଇଥିଲା। ତଥାପି ସାକ୍ଷୀ କହିଥିଲେ ଯେ ‘ନା ନା ସେମାନେ ନିଶ୍ଚିତ ତାଙ୍କୁ ଡାକିବେ।’ ଶେଷରେ ଅମ୍ପାୟାର ଆଉଟ ଦେଇଥିଲେ ଓ ପରବର୍ତ୍ତୀ ବ୍ୟାଟର ଆସିଥିଲେ, ସାକ୍ଷୀ କହିଥିଲେ ଯେ କିଛି ଗୋଟିଏ ତ୍ରୁଟି ରହି ଯାଇଛି।” ଏକଥା ଶୁଣି କାର୍ଯ୍ୟକ୍ରମରେ ଥିବା ଦର୍ଶକ ହସିବାକୁ ଲାଗିଥିଲେ।