ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ତୁମୁଡିବନ୍ଧ,୧୩।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସଭା ଗୃହରେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କନ୍ଧମାଳ ଜିଲାପାଳ ଅମୃତ ଋତୁରାଜ ପହଞ୍ଚି ସାଧାରଣ ଲୋକ ମାନଙ୍କ ବ୍ୟକ୍ତି ଗତ ଓ ଗୋଷ୍ଠୀ ଗତସମସ୍ୟା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ ଶୁଣି ସମାଧାନ କରିବା ପାଇଁ ଵିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ତୁମୁଡିବନ୍ଧ ବ୍ଳକର ୧୧ ଗୋଟି ପଞ୍ଚାୟତର,ବାଲିଗୁଡା […] The post ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ appeared first on Dharitri Odia News.
ତୁମୁଡିବନ୍ଧ,୧୩।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସଭା ଗୃହରେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କନ୍ଧମାଳ ଜିଲାପାଳ ଅମୃତ ଋତୁରାଜ ପହଞ୍ଚି ସାଧାରଣ ଲୋକ ମାନଙ୍କ ବ୍ୟକ୍ତି ଗତ ଓ ଗୋଷ୍ଠୀ ଗତସମସ୍ୟା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ ଶୁଣି ସମାଧାନ କରିବା ପାଇଁ ଵିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।
ତୁମୁଡିବନ୍ଧ ବ୍ଳକର ୧୧ ଗୋଟି ପଞ୍ଚାୟତର,ବାଲିଗୁଡା ଓ ଟିକାବାଲି ବ୍ଳକରୁ ଅଭିଯୋଗ କାରୀମାନେ ଆସି ନିଜର ଅଭାବ ଅସୁବିଧା ଜିଲ୍ଲାପାଳଙ୍କୁ ଜାଣଇଛନ୍ତି। ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦୁଇଟି ଅଭିଯୋଗ ସମ୍ବେଦନଶୀଳ ଥିଲା।ସେଗୁଡ଼ିକ ହେଲା ଭିନ୍ନକ୍ଷମ ଡାନିଏଲ ମଣ୍ଡଳଙ୍କୁ ଚକ୍ଷୁ ଚିକିତ୍ସା ପାଇଁ ରେଡକ୍ରସ ତରଫରୁ ୧୫୦୦୦/-ଟଙ୍କା ସହାୟତା ପ୍ରଦାନ କରାଯାଇଛି ଓ ମୁଣ୍ଡିଗଡ଼ ପଞ୍ଚାୟତ କୁର୍ତି ପଡ଼ା ଗ୍ରାମର ବୃଦ୍ଧ ଉଲା ନାୟକଙ୍କୁ ଅନ୍ତୋଦ୍ୱୟ କାର୍ଡ଼ ମଞ୍ଜୁର କରିବା ପାଇଁ କହିଥଲେ।
ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଆବାସ, ରାଶନ କାର୍ଡ଼ ଭଳି ୨୧ଟି ବ୍ୟକ୍ତିଗତ ଓ ରାସ୍ତଘାଟ, ପାନୀୟ ଜଳଯୋଗାଣ,ଜଳ ସେଚନ ପାଇଁ ଅଡ଼ି ବନ୍ଧ ,ସ୍କୁଲ ମରାମତି ପାଚେରୀ ନିର୍ମାଣ ଭଳି ୩୮ଟି ଗୋଷ୍ଠୀ ଗତ ଅଭିଯୋଗ ଶୁଣି ଥିଲେ।ତେବେ ଏହିଯୁଗ୍ମ ଅଭିଯୋଗ ଶୁଣାଣି ନୂଆ ଜିଲ୍ଲା ପାଳଙ୍କ ପ୍ରଥମ ହୋଇଥିବାରୁ ଅଭିଯୋଗ କାରୀମାନେ ବେଶ ଖୁସି ଥିବା ଓ ନିଜ ଅଭିଯୋଗ ପୂରଣ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ନିର୍ବାହୀ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ବାଲି ଗୁଡ଼ା ଏସ. ଡି. ପି.ଓ କମଳ କୁମାର ପଣ୍ଡା, ତୁମୁଡିବନ୍ଧ ବି. ଡି. ଓ ବନ ବିହାରୀ ହରପାଲ, ତହସିଲଦାର ଶୁଭାଶିଷ ପାଲଟା, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଉପସ୍ଥିତ ଥିଲେ।ସେହିପରି ସମସ୍ତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ appeared first on Dharitri Odia News.