ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ

ନୂଆଦିଲ୍ଲୀ,୫।୭:ଟି -୨୦ ବିଶ୍ୱକପର ବିଶ୍ୱ ବିଜେତା ଦଳ ଟିମ୍‌ ଇଣ୍ଡିଆ ସ୍ବଦେଶକୁ ପେରିଛନ୍ତି। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ରାତିରେ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ଟିମ ଇଣ୍ଡିଆ ଖେଳାଳିମାନେ ୱାଙ୍ଖଡେ ଷ୍ଟାଡିୟମକୁ ଯାଇଥିଲେ। ସମସ୍ତ ଖେଳାଳି ବେଶ ଉତ୍ସାହିତ ଦେଖାଯାଉଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏହି ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ତୁମେ […] The post ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ appeared first on Dharitri Odia News.

ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ

ନୂଆଦିଲ୍ଲୀ,୫।୭:ଟି -୨୦ ବିଶ୍ୱକପର ବିଶ୍ୱ ବିଜେତା ଦଳ ଟିମ୍‌ ଇଣ୍ଡିଆ ସ୍ବଦେଶକୁ ପେରିଛନ୍ତି। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ରାତିରେ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ଟିମ ଇଣ୍ଡିଆ ଖେଳାଳିମାନେ ୱାଙ୍ଖଡେ ଷ୍ଟାଡିୟମକୁ ଯାଇଥିଲେ।

ସମସ୍ତ ଖେଳାଳି ବେଶ ଉତ୍ସାହିତ ଦେଖାଯାଉଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏହି ସମୟର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ତୁମେ ମୋ ପାଇଁ ପୁରା ଦୁନିଆ। ତେବେ ହାର୍ଦ୍ଦିକ ଏପରି ପୋଷ୍ଟ କାହାପାଇଁ ଲେକିଛନ୍ତି ଆସନ୍ତୁ ଜାରିବା।

ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ଲୋକଙ୍କ ସହ ଗହଣରେ ହାର୍ଦ୍ଦିକ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓକୁ ସେ ଏକ ସ୍ବତନ୍ତ୍ର କ୍ୟାପସନରେ ପୋଷ୍ଟ କରିଥିଲେ। ସେ ଲେଖିଛନ୍ତି, ଇଣ୍ଡିଆ, ତୁମେ ମୋ ପାଇଁ ପୂରା ଦୁନିଆ। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ମୋ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଏ ହେଉଛି ମୁହୂର୍ତ୍ତ ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ବର୍ଷା ସତ୍ତ୍ୱେ ବି ଆପଣ ଆମ ପାଇଁ ଉତ୍ସବରେ ଯୋଗ ଦେଇଛନ୍ତି । ଏଥିପାଇଁ ଧନ୍ୟବାଦ । ଆମେ ଆପଣମାନଙ୍କୁ ଭଲ ପାଉ, ଆମେ ସମସ୍ତେ ଚାମ୍ପିଅନ । ପୂରା ୧.୪ ବିଲିୟନ ଆମ ପାଇଁ ଚାମ୍ପିଅନ । ଥ୍ୟାଙ୍କ ୟୁ ମୁମ୍ବାାଇ, ଥାଙ୍କ ୟୁ ଇଣ୍ଡିଆ।

ସୂଚନାଥାଉ କି, ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ୟାଟିଂ କରୁଥିବାବେଳେ ୬ ଇନିଂସରେ ୧୪୪ ରନ ସ୍କୋର କରିଥିଲେ। ବୋଲିଂ ବେଳେ ସେ ୮ ଇନିଂସରେ ୧୧ ୱିକେଟ ନେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ହାର୍ଦ୍ଦିକ ଶେଷ ଓଭର ବୋଲିଂ କରିଥିଲେ। ସେହି ଓଭରରେ ହାର୍ଦ୍ଦିକ ଚମତ୍କାର ବୋଲିଂ କରିଥିଲେ। ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ୬ ଟି ବଲରେ ୧୬ ରନ ଆବଶ୍ୟକ କରୁଥିଲା । ଏହି ଓଭରରେ ୱିକେଟ ନେଇ ହାର୍ଦ୍ଦିକଙ୍କ ଦଳ ଚାମ୍ପିଅନ ହୋଇଥିଲେ।

The post ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ appeared first on Dharitri Odia News.