ତୁର୍କିଏରେ ୪୦ ବର୍ଷ ପରେ ଥମିଲା ସଂଘର୍ଷ, ଯୁଦ୍ଧବିରତି ଘୋଷଣା କଲା ଉଗ୍ରବାଦୀ ସଂଗଠନ PKK
ନୂଆଦିଲ୍ଲୀ: ୪୦ବର୍ଷ ପରେ ତୁର୍କିଏରେ ଚାଲିଥିବା ସଂଘର୍ଷର ସମାପ୍ତି ଘଟିଛି । ତୁର୍କିଏର ସବୁଠୁ ବଡ଼ ଉଗ୍ରବାଦୀ ସଂଗଠନ କୁର୍ଦିସ୍ତାନ ୱର୍କର୍ସ ପାର୍ଟି (ପିକେକେ) ଶନିବାର ଯୁଦ୍ଧବିରତି ନେଇ ଘୋଷଣା କରିଛି । ପିକେକେର ଏହି ଘୋଷଣା ପାର୍ଟିର ନେତା ଅବଦୁଲ୍ଲା ଓକଲାନଙ୍କ ଦ୍ୱାରା ହତିଆର ଛାଡ଼ିବା ଏବଂ ସମୂହକୁ ଶେଷ କରିବା ଅପିଲ୍ ପରେ କରାଯାଇଛି । ଅବଦୁଲ୍ଲା ଓକଲାନ ୧୯୯୯ ମସିହାରୁ ଜେଲରେ ବନ୍ଦୀ ଅଛନ୍ତି । ଶନିବାର ପିକେକେ ଏକ ବୟାନ ଜାରି କରି କହିଛି, 'ଆଜି ଆମେ ଯୁଦ୍ଧବିରତି ନେଇ ଘୋଷଣା କରିଛୁ । ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ସମାଜ ପାଇଁ ରାସ୍ତା ପ୍ରଶସ୍ତ ହୋଇପାରିବ । ଯେପର୍ଯ୍ୟନ୍ତ ଆମ ଉପରେ ଆକ୍ରମଣ ନହୋଇଛି, ଆମ ଯବାନ ହତିଆର ଧରିବେ ନାହିଁ ।' ତୁର୍କିଏ ଓ ପିକେକେ ମଧ୍ୟରେ ୧୯୮୪ ମସିହାରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ଏବେ ସୁଦ୍ଧା ହଜାର ହଜାର ଲୋକଙ୍କ ଜୀବନ ଯାଇସାରିଛି । ଏହା ପୂର୍ବରୁ ୨୦୧୫ରେ ତୁର୍କିଏ ସରକାର ଓ କୁର୍ଦିଶ ସଂଗଠନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା, କିନ୍ତୁ ସେତେବେଳେ ସହମତି ହୋଇପାରିନଥିଲା । ଏବେ ସଂଗଠନର ନେତା ଅବଦୁଲ୍ଲା ଓକଲାନଙ୍କ ଅପିଲ୍ ପରେ ଯୁଦ୍ଧବିରତି ଉପରେ ସହମତି ହୋଇଛି । ପିକେକେ ଯୁଦ୍ଧବିରତି ଘୋଷଣା କରି କହିଛି ଯେ ଓକଲାନଙ୍କ ବୟାନ ଦର୍ଶାଉଛି ଯେ କୁର୍ଦିସ୍ତାନ ଓ ମଧ୍ୟ ପୂର୍ବରେ ନୂଆ ଐତିହାସିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ ଯେ କୁ
ନୂଆଦିଲ୍ଲୀ: ୪୦ବର୍ଷ ପରେ ତୁର୍କିଏରେ ଚାଲିଥିବା ସଂଘର୍ଷର ସମାପ୍ତି ଘଟିଛି । ତୁର୍କିଏର ସବୁଠୁ ବଡ଼ ଉଗ୍ରବାଦୀ ସଂଗଠନ କୁର୍ଦିସ୍ତାନ ୱର୍କର୍ସ ପାର୍ଟି (ପିକେକେ) ଶନିବାର ଯୁଦ୍ଧବିରତି ନେଇ ଘୋଷଣା କରିଛି । ପିକେକେର ଏହି ଘୋଷଣା ପାର୍ଟିର ନେତା ଅବଦୁଲ୍ଲା ଓକଲାନଙ୍କ ଦ୍ୱାରା ହତିଆର ଛାଡ଼ିବା ଏବଂ ସମୂହକୁ ଶେଷ କରିବା ଅପିଲ୍ ପରେ କରାଯାଇଛି । ଅବଦୁଲ୍ଲା ଓକଲାନ ୧୯୯୯ ମସିହାରୁ ଜେଲରେ ବନ୍ଦୀ ଅଛନ୍ତି ।
ଶନିବାର ପିକେକେ ଏକ ବୟାନ ଜାରି କରି କହିଛି, 'ଆଜି ଆମେ ଯୁଦ୍ଧବିରତି ନେଇ ଘୋଷଣା କରିଛୁ । ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ସମାଜ ପାଇଁ ରାସ୍ତା ପ୍ରଶସ୍ତ ହୋଇପାରିବ । ଯେପର୍ଯ୍ୟନ୍ତ ଆମ ଉପରେ ଆକ୍ରମଣ ନହୋଇଛି, ଆମ ଯବାନ ହତିଆର ଧରିବେ ନାହିଁ ।' ତୁର୍କିଏ ଓ ପିକେକେ ମଧ୍ୟରେ ୧୯୮୪ ମସିହାରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ଏବେ ସୁଦ୍ଧା ହଜାର ହଜାର ଲୋକଙ୍କ ଜୀବନ ଯାଇସାରିଛି । ଏହା ପୂର୍ବରୁ ୨୦୧୫ରେ ତୁର୍କିଏ ସରକାର ଓ କୁର୍ଦିଶ ସଂଗଠନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା, କିନ୍ତୁ ସେତେବେଳେ ସହମତି ହୋଇପାରିନଥିଲା । ଏବେ ସଂଗଠନର ନେତା ଅବଦୁଲ୍ଲା ଓକଲାନଙ୍କ ଅପିଲ୍ ପରେ ଯୁଦ୍ଧବିରତି ଉପରେ ସହମତି ହୋଇଛି ।
ପିକେକେ ଯୁଦ୍ଧବିରତି ଘୋଷଣା କରି କହିଛି ଯେ ଓକଲାନଙ୍କ ବୟାନ ଦର୍ଶାଉଛି ଯେ କୁର୍ଦିସ୍ତାନ ଓ ମଧ୍ୟ ପୂର୍ବରେ ନୂଆ ଐତିହାସିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ ଯେ କୁର୍ଦିଶ ଲୋକ ତୁର୍କିଏ, ଇରାକ, ସିରିଆ ଓ ଇରାନରେ ବାସ କରନ୍ତି । ତୁର୍କିଏରେ କୁର୍ଦୋଙ୍କ ଜନସଂଖ୍ୟା ଏକ କୋଟିରୁ ଅଧିକ ଏବଂ କୁର୍ଦ ଲୋକ ତୁର୍କିଏରେ ନିଜ ପାଇଁ ଏକ ଅଲଗା ଦେଶ ଦାବି କରି ପିକେକେ ଆରମ୍ଭ କରିଥିଲେ ।