ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ
ପୁରୀ ୦୧।୦୧ : ସରିଲା ୨୦୨୪ । ଆରମ୍ଭ ହେଲା ୨୦୨୫ । ନୂତନ ବର୍ଷର ପ୍ରଥମ ସକାଳରେ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଲାଗିଛି ପ୍ରବଳ ଉତ୍ସାହ । ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଠାକୁରଙ୍କୁ ଦର୍ଶନ ପରେ ତିନି ଦ୍ୱାର ଦେଇ ମନ୍ଦିରରୁ ବାହାରୁଛନ୍ତି ଶ୍ରଦ୍ଧାଳୁ । ତେବେ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାସ୍ କରି ଭିଡ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ସହ ଶୃଙ୍ଖଳିତ ନୀତି କାନ୍ତି ଉପରେ ନଜର ରଖିଛନ୍ତି। ପ୍ରବଳ ଭକ୍ତଙ୍କ ଭିଡ଼ ପାଇଁ ବାହାରକାଠ ନିକଟରେ ଦର୍ଶନର ବ୍ୟବସ୍ଥା କରାଯାଇଛି। ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ପୁରୀ ୦୧।୦୧ : ସରିଲା ୨୦୨୪ । ଆରମ୍ଭ ହେଲା ୨୦୨୫ । ନୂତନ ବର୍ଷର ପ୍ରଥମ ସକାଳରେ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଲାଗିଛି ପ୍ରବଳ ଉତ୍ସାହ । ଶ୍ରୀମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ । ଠାକୁରଙ୍କୁ ଦର୍ଶନ ପରେ ତିନି ଦ୍ୱାର ଦେଇ ମନ୍ଦିରରୁ ବାହାରୁଛନ୍ତି ଶ୍ରଦ୍ଧାଳୁ । ତେବେ ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାସ୍ କରି ଭିଡ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ସହ ଶୃଙ୍ଖଳିତ ନୀତି କାନ୍ତି ଉପରେ ନଜର ରଖିଛନ୍ତି। ପ୍ରବଳ ଭକ୍ତଙ୍କ ଭିଡ଼ ପାଇଁ ବାହାରକାଠ ନିକଟରେ ଦର୍ଶନର ବ୍ୟବସ୍ଥା କରାଯାଇଛି। ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।