ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି: ବିବାହ ବେଦିରୁ ବରକୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୧।୩: ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି। ବରକୁ ବିବାହ ବେଦିରୁ ଉଠାଇନେଲା ପୋଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରରେ। ଭୁବନେଶ୍ୱର କମିଶନ୍‌ରେଟ ପୋଲିସ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗରେ ବରକୁ ଉଠାଇ ନେଇଛି। ଜିତେନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ସେ ଡ୍ରାଇଭର ଭାବେ କାମ କରନ୍ତି। ୨୦୦୯ରେ ସେ କୋଲକାତା ଯାଇଥିଲେ। ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା। ନିଜକୁ ଅନାଥ କହି ସେ ରମାଙ୍କୁ ବିବାହ କରିଥିଲେ। […] The post ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି: ବିବାହ ବେଦିରୁ ବରକୁ ଉଠାଇନେଲା ପୋଲିସ appeared first on Dharitri Odia News.

ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି: ବିବାହ ବେଦିରୁ ବରକୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୧।୩: ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି। ବରକୁ ବିବାହ ବେଦିରୁ ଉଠାଇନେଲା ପୋଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରରେ। ଭୁବନେଶ୍ୱର କମିଶନ୍‌ରେଟ ପୋଲିସ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗରେ ବରକୁ ଉଠାଇ ନେଇଛି।
ଜିତେନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକ ସେ ଡ୍ରାଇଭର ଭାବେ କାମ କରନ୍ତି। ୨୦୦୯ରେ ସେ କୋଲକାତା ଯାଇଥିଲେ। ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା। ନିଜକୁ ଅନାଥ କହି ସେ ରମାଙ୍କୁ ବିବାହ କରିଥିଲେ। ପରେ ମଝିରେ ମଝିରେ ଭୁବନେଶ୍ୱର ଆସି ପରିବାର ଲୋକଙ୍କୁ ଭେଟୁଥିଲେ। ପରେ ରମା ତାଙ୍କ ସତ ଜାଣି ପାରିଥିଲେ। ତେବେ ସତ ନ ମାନି କାକାହୁ କିଛି ନ ଜଣାଇ ଜିତେନ୍ଦ୍ର ଭୁବନେଶ୍ୱର ପଳାଇ ଆସିଥିଲେ। ପରବର୍ତ୍ତୀ ସମୟରେ ଫୋନ୍‌ ମଧ୍ୟ ଉଠାଇ ନ ଥିଲେ।
ସ୍ବାମୀଙ୍କୁ ନପାଇ ରମା କୋଲକାତାର ଏକ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

କିଛି ଦିନ ତଳେ ରମା ଜାଣିବାକୁ ପାଇଲେ ଜିତେନ୍ଦ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ କିଛି ସମାଜସେବୀଙ୍କ ସହାୟତାରେ ଭୁବନେଶ୍ୱର ଆସିଥିଲେ। ଶୁକ୍ରବାର ରାଜଭବନ ପଛ ପାର୍ଶ୍ୱ ରାଧାକୃଷ୍ଣ ମନ୍ଦିର ପରିସରରେ ଜିତେନ୍ଦ୍ରଙ୍କ ବାହାଘର ହେଉଥିଲା। ରମା ପହଞ୍ଚି ଜିତେନ୍ଦ୍ରଙ୍କୁ ତାଙ୍କ ସ୍ବାମୀ ବୋଲି କହିଥିଲେ। ପରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି।

The post ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି: ବିବାହ ବେଦିରୁ ବରକୁ ଉଠାଇନେଲା ପୋଲିସ appeared first on Dharitri Odia News.