ବିଜେଡି, ଭାଜପା ସରକାର ଶ୍ରମିକ ବିରୋଧୀ: କଂଗ୍ରେସ
ଭୁବନେଶ୍ୱର, ୧୮।୩(ସୁନିତ୍ ମିଶ୍ର): ବିଜେଡି ଓ ଭାଜପା ସରକାର ଶ୍ରମିକ, କର୍ମଚାରୀ ବିରୋଧୀ। ଶ୍ରମିକ କର୍ମଚାରୀଙ୍କୁ କଂଗ୍ରେସ ସରକାର ସମୟରେ ମିଳିଥିବା ଅଧିକାରକୁ ବିଜେଡି ଓ ଭାଜପା ସରକାର ଛିନ୍ନ କରି ବିଦେଶୀ ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କଶ୍ମୀରରୁ କନ୍ୟାକୁମାରୀ ପଦଯାତ୍ରା ଓ ମଣିପୁରଠାରୁ ମୁମ୍ବାଇ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଜରିଆରେ ଶ୍ରମିକ, କୃଷକ, ଯୁବକ, ମହିଳା ଓ ଦଳିତମାନଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଏହି […] The post ବିଜେଡି, ଭାଜପା ସରକାର ଶ୍ରମିକ ବିରୋଧୀ: କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର, ୧୮।୩(ସୁନିତ୍ ମିଶ୍ର): ବିଜେଡି ଓ ଭାଜପା ସରକାର ଶ୍ରମିକ, କର୍ମଚାରୀ ବିରୋଧୀ। ଶ୍ରମିକ କର୍ମଚାରୀଙ୍କୁ କଂଗ୍ରେସ ସରକାର ସମୟରେ ମିଳିଥିବା ଅଧିକାରକୁ ବିଜେଡି ଓ ଭାଜପା ସରକାର ଛିନ୍ନ କରି ବିଦେଶୀ ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କଶ୍ମୀରରୁ କନ୍ୟାକୁମାରୀ ପଦଯାତ୍ରା ଓ ମଣିପୁରଠାରୁ ମୁମ୍ବାଇ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଜରିଆରେ ଶ୍ରମିକ, କୃଷକ, ଯୁବକ, ମହିଳା ଓ ଦଳିତମାନଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ଏହି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବର୍ତ୍ତମାନ ମୁମ୍ବାଇଠାରେ ସମ୍ପୂର୍ଣ୍ଣ ହେବ। ଏହି ଅବସରରେ ରାହୁଲ ଗାନ୍ଧୀ ବିଭିନ୍ନ ବର୍ଗର ଶ୍ରମିକମାନଙ୍କ ସହିତ ତାଙ୍କ କାର୍ଯ୍ୟସ୍ଥଳରେ ମିଶିବା ସହ ସେମାନଙ୍କ ପାଇଁ ଲଢ଼େଇ ଜାରି ରଖିଛନ୍ତି। ଆସନ୍ତା ନିର୍ବାଚନରେ ଶ୍ରମିକ କର୍ମଚାରୀ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ କଂଗ୍ରେସକୁ ସମର୍ଥନ କରିବ ଏବଂ ଓଡ଼ିଶାରେ ବିଜେଡି ଓ ଭାଜପା ବିରୋଧରେ ସମସ୍ତ ଶ୍ରମିକ, କର୍ମଚାରୀ ଭୋଟ ଦେବେ ବୋଲି ଦୃଢ଼ ବିଶ୍ୱାସ ରଖିଥିବା କଂଗ୍ରେସ ନେତା ତଥା ଆଇଏନ୍ଟିୟୁସି ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି।
The post ବିଜେଡି, ଭାଜପା ସରକାର ଶ୍ରମିକ ବିରୋଧୀ: କଂଗ୍ରେସ appeared first on Dharitri Odia News.