ଚୋରି ଅଭିଯୋଗରେ ବ୍ୟବସାୟୀ ଗିରଫ

ଫୁଲବାଣୀ: ଫୁଲବାଣୀ ଆଦର୍ଶ ଥାନା ଅନ୍ତର୍ଗତ ମୋଚିସାହି ନିକଟରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ଗଣେଷ ସାହୁ ଚୋରି ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଖବର ପ୍ରକାରେ, ମୋଚିସାହି ସମ୍ମୁଖରେ ଥିବା ଇ-ପାଠାଗାରର ସହକାରୀ ଲାଇବ୍ରେରିୟାନ୍‌‌ ପ୍ରଭାତ କୁମାର ଦାସ ଗତ ୧୬ ତାରିଖ ବିଳମ୍ବିତ ରାତ୍ରରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ବ୍ୟବସାୟୀ ଗଣେଷ ଚତୁରତାର ସହିତ ଇ-ପାଠାଗାର ମଧ୍ୟରେ ପ୍ରବେଶ କରି ସହକାରୀ ଲାଇବ୍ରେରିଆନ୍‌‌ଙ୍କ ଘରୁ ଦୁଇଟି ପୋଷାକ […]

ଚୋରି ଅଭିଯୋଗରେ ବ୍ୟବସାୟୀ ଗିରଫ

ଫୁଲବାଣୀ: ଫୁଲବାଣୀ ଆଦର୍ଶ ଥାନା ଅନ୍ତର୍ଗତ ମୋଚିସାହି ନିକଟରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ଗଣେଷ ସାହୁ ଚୋରି ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଖବର ପ୍ରକାରେ, ମୋଚିସାହି ସମ୍ମୁଖରେ ଥିବା ଇ-ପାଠାଗାରର ସହକାରୀ ଲାଇବ୍ରେରିୟାନ୍‌‌ ପ୍ରଭାତ କୁମାର ଦାସ ଗତ ୧୬ ତାରିଖ ବିଳମ୍ବିତ ରାତ୍ରରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ବ୍ୟବସାୟୀ ଗଣେଷ ଚତୁରତାର ସହିତ ଇ-ପାଠାଗାର ମଧ୍ୟରେ ପ୍ରବେଶ କରି ସହକାରୀ ଲାଇବ୍ରେରିଆନ୍‌‌ଙ୍କ ଘରୁ ଦୁଇଟି ପୋଷାକ ସହିତ ୭ ହଜାର ଟଙ୍କା ଓ କିଛି ଜରୁରୀ କାଗଜପତ୍ର ଚୋରି କରି ନେଇଥିଲେ। କିଛି ସମୟ ପରେ ସହକାରୀ ଲଇବ୍ରେରିଆନ୍‌‌ ନିଜ ଗୃହକୁ ପ୍ରବେଶ ପରେ ତାଙ୍କର ଜିିନିଷ ନଥିବା ଦେଖି ଟାଉନଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୋଲିସ୍‌‌ କେସ ନଂ ୭୩ରେ ଏକ ମାମଲା ରୁଜୁକରି ତଦନ୍ତ କରି ଅଭିଯୁକ୍ତ ବ୍ୟବସାୟୀ ଗଣେଷକୁୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।