ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ; ଗଛ ଉପୁଡ଼ି ୬ ମୃତ, ୫ ଗୁରୁତର
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ । କୁଲ୍ଲୁ ଜିଲ୍ଲାର ମାଣିକର୍ଣ୍ଣରେ ଭୂସ୍ଖଳନ ହୋଇଛି । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି । ସୂଚନା ଅନୁଯାୟୀ ରବିବାର ସଂଧ୍ୟା ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି । ମାଣିକର୍ଣ୍ଣ ଗୁରୁଦ୍ବାର ସାମ୍ନାରେ କିଛି ପର୍ଯ୍ୟଟକ ଏକ ଟାଟା ସୋମ ରଖି ରାସ୍ତା ପାର୍ଶ୍ବରେ ବସିଥିଲେ । ଏହି ସମୟରେ ଭୂସ୍ଖଳନ ହୋଇଥିଲା । ଏକ ବିରାଟ ଗଛ ଲୋକଙ୍କ ଉପରେ ପଡ଼ିବାରୁ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଛି । Landslide in Kullu near Manikaran Sahib in Himachal #Landslide pic.twitter.com/iNKQd763Sp— Dhirendra Kumar/धीरेंद्र कुमार (@dhir022) March 30, 2025କୁଲ୍ଲୁ ଏଡିଏମ ଅଶ୍ବିନୀ କୁମାର କହିଛନ୍ତି, ମାଣିକର୍ଣ୍ଣ ଗୁରୁଦ୍ବାର ପାର୍କିଂ ନିକଟରେ ଏହି ଦୁର୍ଘଟଣା ହୋଇଛି । ଭୂସ୍ଖଳନ ଯୋଗୁ ଏକ ବିରାଟ ଗଛ ଉପୁଡ଼ି ରାସ୍ତା ପାର୍ଶ୍ବରେ ବସିଥିବା ଲୋକଙ୍କ ଉପରେ ପଡ଼ିଥିଲା । ଫଳରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ୩ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ମାଣିକର୍ଣ୍ଣ ଏସଏଚଓଙ୍କ ନେତୃତ୍ବରେ ପୋଲିସ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କାର୍ଯ୍ୟ ଜାରି ରଖିଛନ୍ତି । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସେହିପରି ରେସକ୍ୟୁ ଟିମ୍ ୫ ଆହତ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ । କୁଲ୍ଲୁ ଜିଲ୍ଲାର ମାଣିକର୍ଣ୍ଣରେ ଭୂସ୍ଖଳନ ହୋଇଛି । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି ।
ସୂଚନା ଅନୁଯାୟୀ ରବିବାର ସଂଧ୍ୟା ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି । ମାଣିକର୍ଣ୍ଣ ଗୁରୁଦ୍ବାର ସାମ୍ନାରେ କିଛି ପର୍ଯ୍ୟଟକ ଏକ ଟାଟା ସୋମ ରଖି ରାସ୍ତା ପାର୍ଶ୍ବରେ ବସିଥିଲେ । ଏହି ସମୟରେ ଭୂସ୍ଖଳନ ହୋଇଥିଲା । ଏକ ବିରାଟ ଗଛ ଲୋକଙ୍କ ଉପରେ ପଡ଼ିବାରୁ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଛି ।
Landslide in Kullu near Manikaran Sahib in Himachal #Landslide pic.twitter.com/iNKQd763Sp— Dhirendra Kumar/धीरेंद्र कुमार (@dhir022) March 30, 2025
କୁଲ୍ଲୁ ଏଡିଏମ ଅଶ୍ବିନୀ କୁମାର କହିଛନ୍ତି, ମାଣିକର୍ଣ୍ଣ ଗୁରୁଦ୍ବାର ପାର୍କିଂ ନିକଟରେ ଏହି ଦୁର୍ଘଟଣା ହୋଇଛି । ଭୂସ୍ଖଳନ ଯୋଗୁ ଏକ ବିରାଟ ଗଛ ଉପୁଡ଼ି ରାସ୍ତା ପାର୍ଶ୍ବରେ ବସିଥିବା ଲୋକଙ୍କ ଉପରେ ପଡ଼ିଥିଲା । ଫଳରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରେ ୩ ପୁରୁଷ ଓ ୩ଜଣ ମହିଳା ଅଛନ୍ତି । ମାଣିକର୍ଣ୍ଣ ଏସଏଚଓଙ୍କ ନେତୃତ୍ବରେ ପୋଲିସ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ କାର୍ଯ୍ୟ ଜାରି ରଖିଛନ୍ତି । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସେହିପରି ରେସକ୍ୟୁ ଟିମ୍ ୫ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।