ଶ୍ରୀନଗର ବିମାନବନ୍ଦର, ଅବନ୍ତିପୋରା ବାୟୁସେନା ଘାଟି ଉପରେ ପାକିସ୍ତାନର ଡ୍ରୋନ୍ ଆକ୍ରମଣ ପଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଲଗାତାର ଭାରତ ଉପରେ ଡ୍ରୋନ ଓ ମିସାଇଲ୍ ମାଡ଼ କରୁଛି । ଜମ୍ମୁ, ପୋଖରାନ ସମେତ ଅନେକ ସ୍ଥାନରେ ପାକିସ୍ତାନ ଡ୍ରୋନରେ ଆକ୍ରମଣ କରିଛି, ଯାହାକୁ ଭାରତ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ନଷ୍ଟ କରିଛି । ସେହିପରି ଶ୍ରୀନଗର ବିମାନବନ୍ଦର ଏବଂ ଦକ୍ଷିଣ କାଶ୍ମୀରର ଅବନ୍ତିପୋରା ବାୟୁସେନା ଘାଟି ସମେତ ଅନେକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିଥିଲା । ଯାହାକୁ ଭାରତୀୟ ସେନା ସଫଳତାର ସହ ପଣ୍ଡ କରିଛି ବୋଲି ସେନା ଅଧିକାରୀଙ୍କ ବୟାନକୁ ନେଇ ଟିପିଆଇ ରିପୋର୍ଟ କରିଛି ।ଉତ୍ତରରେ ବାରାମୁଲ୍ଲାରୁ ଦକ୍ଷିଣରେ ଭୁଜ ପର୍ଯ୍ୟନ୍ତ, ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ସହିତ ୨୬ଟି ସ୍ଥାନରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି । ଶ୍ରୀନଗର, ଅବନ୍ତିପୋରା, ନାଗ୍ରୋଟା, ଜାମ୍ମୁ, ଫୀରୋଜପୁର, ପଠାନକୋଟ, ଫାଜିଲ୍କା, ଲାଲଗଡ ଜଟ୍ଟା, ଜୈସଲମେର, ବର୍ମର, ଭୁଜ, କୁଆରବେଟ, ଏବଂ ଲାଖି ନାଲାରେ ଡ୍ରୋନ ଦେଖାଯାଇଛି । ଅଧିକାରୀ କହିଛନ୍ତି ଯେ ରାତି ପ୍ରାୟ ୯ଟାରେ ଶ୍ରୀନଗର ବିମାନବନ୍ଦର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା । ସେନା ଦ୍ୱାରା ଡ୍ରୋନଟିକୁ ଖସାଇ ଦିଆଯାଇଥିଲା । Drones have been sighted at 26 locations ranging from Baramulla in the North to Bhuj in the South, along both the International Border and the Line of Control with Pakistan. These inc

ଶ୍ରୀନଗର ବିମାନବନ୍ଦର, ଅବନ୍ତିପୋରା ବାୟୁସେନା ଘାଟି ଉପରେ ପାକିସ୍ତାନର ଡ୍ରୋନ୍ ଆକ୍ରମଣ ପଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଲଗାତାର ଭାରତ ଉପରେ ଡ୍ରୋନ ଓ ମିସାଇଲ୍ ମାଡ଼ କରୁଛି । ଜମ୍ମୁ, ପୋଖରାନ ସମେତ ଅନେକ ସ୍ଥାନରେ ପାକିସ୍ତାନ ଡ୍ରୋନରେ ଆକ୍ରମଣ କରିଛି, ଯାହାକୁ ଭାରତ ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ନଷ୍ଟ କରିଛି । ସେହିପରି ଶ୍ରୀନଗର ବିମାନବନ୍ଦର ଏବଂ ଦକ୍ଷିଣ କାଶ୍ମୀରର ଅବନ୍ତିପୋରା ବାୟୁସେନା ଘାଟି ସମେତ ଅନେକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିଥିଲା । ଯାହାକୁ ଭାରତୀୟ ସେନା ସଫଳତାର ସହ ପଣ୍ଡ କରିଛି ବୋଲି ସେନା ଅଧିକାରୀଙ୍କ ବୟାନକୁ ନେଇ ଟିପିଆଇ ରିପୋର୍ଟ କରିଛି ।

ଉତ୍ତରରେ ବାରାମୁଲ୍ଲାରୁ ଦକ୍ଷିଣରେ ଭୁଜ ପର୍ଯ୍ୟନ୍ତ, ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ସହିତ ୨୬ଟି ସ୍ଥାନରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି । ଶ୍ରୀନଗର, ଅବନ୍ତିପୋରା, ନାଗ୍ରୋଟା, ଜାମ୍ମୁ, ଫୀରୋଜପୁର, ପଠାନକୋଟ, ଫାଜିଲ୍କା, ଲାଲଗଡ ଜଟ୍ଟା, ଜୈସଲମେର, ବର୍ମର, ଭୁଜ, କୁଆରବେଟ, ଏବଂ ଲାଖି ନାଲାରେ ଡ୍ରୋନ ଦେଖାଯାଇଛି । ଅଧିକାରୀ କହିଛନ୍ତି ଯେ ରାତି ପ୍ରାୟ ୯ଟାରେ ଶ୍ରୀନଗର ବିମାନବନ୍ଦର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା । ସେନା ଦ୍ୱାରା ଡ୍ରୋନଟିକୁ ଖସାଇ ଦିଆଯାଇଥିଲା । 


ସେହିପରି ଦକ୍ଷିଣ କାଶ୍ମୀରର ଅବନ୍ତିପୋରା ବାୟୁସେନା ଘାଟି ନିକଟରେ ଆଉ ଏକ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି । ଉତ୍ତର କାଶ୍ମୀରର ବାରାମୁଲ୍ଲା ଏବଂ କୁପୱାଡା ଜିଲ୍ଲାରେ କିଛି ସମ୍ବେଦନଶୀଳ ପ୍ରତିଷ୍ଠାନ ନିକଟରେ ଡ୍ରୋନ ଆକ୍ରମଣକୁ ମଧ୍ୟ ପଣ୍ଡ କରାଯାଇଛି  । ଅଧିକାରୀମାନେ କହିଛନ୍ତି ଯେ ସନ୍ଧ୍ୟାରେ ଜମ୍ମୁ ଏବଂ ଦକ୍ଷିଣ କାଶ୍ମୀରରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ଜମ୍ମୁ ଏବଂ କାଶ୍ମୀରର ଅନେକ ଅଞ୍ଚଳରେ ବ୍ଲାକ୍ଆଉଟ୍ କରାଯାଇଥିଲା । ଶ୍ରୀନଗରରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଲାଇଟ୍ ବନ୍ଦ କରିବାକୁ କହିବା ପାଇଁ ମସଜିଦ ଲାଉଡସ୍ପିକରେ କୁହାଯାଇଥିଲା । ପାକିସ୍ତାନର ପ୍ରତିଟି ଆକ୍ରମଣ ଭାରତ ପଟୁ ମୁହଁତୋଡ଼ ଜବାବ ଦିଆଯାଉଛି ।

Also Read: ପାକିସ୍ତାନର ହୀନ ପ୍ରକୃତି, ଭାରତ ଉପରେ ଡ୍ରୋନ ହମଲା ସହ ଖୋଲି ଦେଲା ଏୟାରସ୍ପେସ୍, ଉଡାଇଲା ବେସାମରିକ ବିମାନ