ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳି ନ ପାରନ୍ତି ବିରାଟ କୋହଲି, ଆଇପିଏଲ୍‌ରେ କରିବେ ପ୍ରତ୍ୟାବର୍ତ୍ତନ !

ରାଜକୋଟ୍: ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳୁଥିବା ଭାରତକୁ ବଡ଼ ଝଟକା ଲାଗିପାରେ। ପ୍ରଥମ ଦୁଇଟି ଟେଷ୍ଟ ଖେଳି ନ ଥିବା ବିରାଟ କୋହଲି ଏବେ କ୍ରିକେଟ୍‌ରୁ ଆହୁରି ବିଶ୍ରାମ ନେଇ ପାରନ୍ତି। ଦୁଇଟି ଇଏସପିଏନ କ୍ରିକଇନମ୍ଫୋ ରିପୋର୍ଟ ଅନୁଯାୟୀ, କୋହଲି ପୁଣି ଥରେ ବ୍ୟକ୍ତିଗତ କାରଣରୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରୁ ବାହାରି ପାରନ୍ତି। ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇଟି ଟେଷ୍ଟ ସରିଥିଲେ ହେଁ ଏବେ ବି କୋହଲିଙ୍କ ଇଂଲଣ୍ଡି ବିପକ୍ଷ ଅବଶିଷ୍ଟ ମ୍ୟାଚ ଖେଳିବା ନେଇ ସ୍ଥିତି ଅସ୍ପଷ୍ଟ ରହିଛି। ବିସିସିଆଇର ଉଚ୍ଚ ପଦସ୍ଥ ଅଧିକାରୀ ପୂର୍ବତନ ଅଧିନାୟକଙ୍କ ସହ ତାଙ୍କର ଯୋଜନା ବିଷୟରେ ଶୀଘ୍ର ଆଲୋଚନା କରି ପାରନ୍ତି। Also read- ବଢିବାରେ ଲାଗିଛି ଇଶାନ କିଷନଙ୍କ ମୁସ୍କିଲ, ଏବେ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ କରିବାକୁ ପଡ଼ିବ ସଂଘର୍ଷ ଯଦି ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ ନାହିଁ ତେବେ ପ୍ରଶଂସକ ତାଙ୍କୁ ଆଇପିଏଲ୍‌ରେ ଦେଖିବାକୁ ପାଇବେ। କାରଣ ମାର୍ଚ୍ଚ ୧୧ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ସମାପ୍ତ ହେବ। ଏହାର ଦୁଇ ସପ୍ତାହ ପରେ ଆଇପିଏଲ୍ ୨୦୨୪ ଆରମ୍ଭ  ହେବାର ଆଶା ରହିଛି। କୋହଲିଙ୍କ ଟେଷ୍ଟ ସିରିଜ୍‌ ନ ଖେଳିବାର ବ୍ୟକ୍ତିଗତ କାରଣ ହେଉଛି ସେ ଦ୍ଵିତୀୟ ସନ୍ତାନର ଜନ୍ମକୁ ଅପେକ୍ଷା

ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳି ନ ପାରନ୍ତି ବିରାଟ କୋହଲି, ଆଇପିଏଲ୍‌ରେ କରିବେ ପ୍ରତ୍ୟାବର୍ତ୍ତନ !

ରାଜକୋଟ୍: ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳୁଥିବା ଭାରତକୁ ବଡ଼ ଝଟକା ଲାଗିପାରେ। ପ୍ରଥମ ଦୁଇଟି ଟେଷ୍ଟ ଖେଳି ନ ଥିବା ବିରାଟ କୋହଲି ଏବେ କ୍ରିକେଟ୍‌ରୁ ଆହୁରି ବିଶ୍ରାମ ନେଇ ପାରନ୍ତି। ଦୁଇଟି ଇଏସପିଏନ କ୍ରିକଇନମ୍ଫୋ ରିପୋର୍ଟ ଅନୁଯାୟୀ, କୋହଲି ପୁଣି ଥରେ ବ୍ୟକ୍ତିଗତ କାରଣରୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରୁ ବାହାରି ପାରନ୍ତି।

ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇଟି ଟେଷ୍ଟ ସରିଥିଲେ ହେଁ ଏବେ ବି କୋହଲିଙ୍କ ଇଂଲଣ୍ଡି ବିପକ୍ଷ ଅବଶିଷ୍ଟ ମ୍ୟାଚ ଖେଳିବା ନେଇ ସ୍ଥିତି ଅସ୍ପଷ୍ଟ ରହିଛି। ବିସିସିଆଇର ଉଚ୍ଚ ପଦସ୍ଥ ଅଧିକାରୀ ପୂର୍ବତନ ଅଧିନାୟକଙ୍କ ସହ ତାଙ୍କର ଯୋଜନା ବିଷୟରେ ଶୀଘ୍ର ଆଲୋଚନା କରି ପାରନ୍ତି।

Also read- ବଢିବାରେ ଲାଗିଛି ଇଶାନ କିଷନଙ୍କ ମୁସ୍କିଲ, ଏବେ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ କରିବାକୁ ପଡ଼ିବ ସଂଘର୍ଷ

ଯଦି ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ ନାହିଁ ତେବେ ପ୍ରଶଂସକ ତାଙ୍କୁ ଆଇପିଏଲ୍‌ରେ ଦେଖିବାକୁ ପାଇବେ। କାରଣ ମାର୍ଚ୍ଚ ୧୧ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ସମାପ୍ତ ହେବ। ଏହାର ଦୁଇ ସପ୍ତାହ ପରେ ଆଇପିଏଲ୍ ୨୦୨୪ ଆରମ୍ଭ  ହେବାର ଆଶା ରହିଛି।

କୋହଲିଙ୍କ ଟେଷ୍ଟ ସିରିଜ୍‌ ନ ଖେଳିବାର ବ୍ୟକ୍ତିଗତ କାରଣ ହେଉଛି ସେ ଦ୍ଵିତୀୟ ସନ୍ତାନର ଜନ୍ମକୁ ଅପେକ୍ଷା କରିଛନ୍ତି। ଯାହାର ଖୁଲାସା ନିକଟ ଦିନରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ସାଥୀ ଏବି ଡିଭିଲିୟର୍ସ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦେଇଥିଲେ। ସୂଚନାଯୋଗ୍ୟ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି। ହାଇଦ୍ରାବାଦ ଟେଷ୍ଟକୁ ଇଂଲଣ୍ଡ ୨୮ ରନରେ ଜିତିଥିବା ବେଳେ ବିଶାଖାପଟନମ ଟେଷ୍ଟରେ ଭାରତ ୧୦୬ ରନରେ  ଜିତି ସିରିଜ୍‌କୁ ଦମଦାର ପ୍ରତ୍ୟାବର୍ତ୍ତନ କରିଛି।

The post ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳି ନ ପାରନ୍ତି ବିରାଟ କୋହଲି, ଆଇପିଏଲ୍‌ରେ କରିବେ ପ୍ରତ୍ୟାବର୍ତ୍ତନ ! appeared first on Prameya News7.