ତୃତୀୟ ଥର ପାଇଁ ଏନଡିଏ ସରକାର ! ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ
ନୂଆଦିଲ୍ଲୀ ୦୫/୦୬: ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଏନଡିଏ । ଫଳରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଛି ଦଳ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଭାବେ ନୂତନ ସରକାରର ଶପଥ ଗ୍ରହଣ କରିବାର ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଛି । ବିଶେଷ ସୂତ୍ରରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଏହି ବିଷୟରେ ମାନସ ମନ୍ଥନ ଚାଲିଛି । ନୂତନ କ୍ୟାବିନେଟରେ କାହାକୁ ମିଳିବ ଚାନ୍ସ ସେନେଇ ବି ଆଲୋଚନା ହେଲାଣି । ସହଯୋଗୀମାନଙ୍କ ସହ ବିଚାର ବିମର୍ଶ ବି ଚାଲିଲାଣି ଜୋରଦାର । ଏହା ସମ୍ଭବ ଯେ ନାଁ ଦୁଇରୁ ତିନି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡାଯିବ। ସେ ଦେଶର ଦ୍ୱିତୀୟ ନେତା ହେବେ ଯିଏ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନରେ ଜିତି ଦେଶର ପ୍ରଧାନମନ୍ତ୍ରୀ ହେବେ। ଏହାପୂର୍ବରୁ ଏହି ରେକର୍ଡ ଜବାହର ଲାଲ ନେହେରୁଙ୍କ ନାମରେ ଥିଲା। ମୋଦୀ ତାଙ୍କ ରେକର୍ଡ ସହ ସମାନ ହେବେ। ସେପଟେ ଅପରାହ୍ନ ୪ଟାରେ ଦିଲ୍ଲୀରେ ଏନଡିଏ ବୈଠକ ଡକାଯାଇଛି । ଏଥିରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ନେତାମାନେ ଅଂଶଗ୍ରହଣ କରିବେ। ଏନଡିଏ ସହଯୋଗୀମାନଙ୍କ ସହ ଆଲୋଚନା ପରେ ବିଜେପି ସଂସଦୀୟ ବୋ
ନୂଆଦିଲ୍ଲୀ ୦୫/୦୬: ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଏନଡିଏ । ଫଳରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଯାଉଛି ଦଳ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଭାବେ ନୂତନ ସରକାରର ଶପଥ ଗ୍ରହଣ କରିବାର ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଛି ।
ବିଶେଷ ସୂତ୍ରରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଏହି ବିଷୟରେ ମାନସ ମନ୍ଥନ ଚାଲିଛି । ନୂତନ କ୍ୟାବିନେଟରେ କାହାକୁ ମିଳିବ ଚାନ୍ସ ସେନେଇ ବି ଆଲୋଚନା ହେଲାଣି । ସହଯୋଗୀମାନଙ୍କ ସହ ବିଚାର ବିମର୍ଶ ବି ଚାଲିଲାଣି ଜୋରଦାର ।
ଏହା ସମ୍ଭବ ଯେ ନାଁ ଦୁଇରୁ ତିନି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡାଯିବ। ସେ ଦେଶର ଦ୍ୱିତୀୟ ନେତା ହେବେ ଯିଏ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚନରେ ଜିତି ଦେଶର ପ୍ରଧାନମନ୍ତ୍ରୀ ହେବେ।
ଏହାପୂର୍ବରୁ ଏହି ରେକର୍ଡ ଜବାହର ଲାଲ ନେହେରୁଙ୍କ ନାମରେ ଥିଲା। ମୋଦୀ ତାଙ୍କ ରେକର୍ଡ ସହ ସମାନ ହେବେ। ସେପଟେ ଅପରାହ୍ନ ୪ଟାରେ ଦିଲ୍ଲୀରେ ଏନଡିଏ ବୈଠକ ଡକାଯାଇଛି । ଏଥିରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ନେତାମାନେ ଅଂଶଗ୍ରହଣ କରିବେ।
ଏନଡିଏ ସହଯୋଗୀମାନଙ୍କ ସହ ଆଲୋଚନା ପରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଏଥିରେ ସରକାରୀ ଗଠନ ଏବଂ ଶପଥ ଗ୍ରହଣର ବାହ୍ୟରେଖା ଉପରେ ଆଲୋଚନା କରାଯିବ। ବୁଧବାର ସକାଳେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଥିଲେ। ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ।