ତୃତୀୟ ଥର ରିମାଣ୍ଡରେ ଆସିବ ସିମ୍ ବକ୍ସ ଅଭିଯୁକ୍ତ ରାଜୁ ମଣ୍ଡଳ, ସିମ୍ କିଏ ଦେଉଥିଲା ତାର ତଥ୍ୟ ହାସଲ କରିବ

ଭୁବନେଶ୍ୱର ୨୭।୮: ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୁଣି ଥରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ । ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ତୃତୀୟ ଥର ଜେରା କରିବ କମିସନରେଟ୍ ପୋଲିସ । ଜବତ ସିମ୍ ଗୁଡିକ ପଶ୍ଚିମବଙ୍ଗରେ କିଏ ଦେଉଥିଲା ତାର ତଥ୍ୟ ହାସଲ କରିବ ପୋଲିସ । ଓଡିଶାରେ ଆଉ କେଉଁ କେଉଁ ମାନେ ସିମ୍ ବକ୍ସ ସେଟଅପ୍‌ରେ କାମ କରୁଛନ୍ତି ରାଜୁ ମଣ୍ଡଳ ଠାରୁ ଜାଣିବାକୁ ଚେଷ୍ଟା କରିବ ପୋଲିସ ।ସେପଟେ କମିସନରେଟ୍ ପୋଲିସର ଗୋଟିଏ ଟିମ୍ ଅଶାଦ୍ଦୁରକୁ ଧରିବା ପାଇଁ କୋଲକାତାରେ ଡେରା ପକାଇଛି । ରାଜୁ ଓ ଅଶାଦ୍ଦୁର ରହିଥିବା ହୋଟେଲକୁ ନୋଟିସ ଜାରି କଲା କମିସନରେଟ୍ ପୋଲିସ । ସିମ୍ ବକ୍ସ ସେଟଅପ୍‌ ରାକେଟର ପୁରା ଚେର ପର୍ଯ୍ୟନ୍ତ ପହଁଚିବାକୁ ୪ଟି ଟିମ୍ ଗଠନ କରି ଖୋଳତାଡ଼ ଜାରି ରଖିଛି ପୋଲିସ ।You Can Read:ଚାଷ ଜମିକୁ ଯାଇଥିଲେ ଯୁବକ, ଆକ୍ରମଣ କରି ଆଖି ତାଡିଦେଲା ଭାଲୁ

ତୃତୀୟ ଥର ରିମାଣ୍ଡରେ ଆସିବ ସିମ୍ ବକ୍ସ ଅଭିଯୁକ୍ତ ରାଜୁ ମଣ୍ଡଳ, ସିମ୍ କିଏ ଦେଉଥିଲା ତାର ତଥ୍ୟ ହାସଲ କରିବ

ଭୁବନେଶ୍ୱର ୨୭।୮: ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୁଣି ଥରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ । ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ତୃତୀୟ ଥର ଜେରା କରିବ କମିସନରେଟ୍ ପୋଲିସ । ଜବତ ସିମ୍ ଗୁଡିକ ପଶ୍ଚିମବଙ୍ଗରେ କିଏ ଦେଉଥିଲା ତାର ତଥ୍ୟ ହାସଲ କରିବ ପୋଲିସ । ଓଡିଶାରେ ଆଉ କେଉଁ କେଉଁ ମାନେ ସିମ୍ ବକ୍ସ ସେଟଅପ୍‌ରେ କାମ କରୁଛନ୍ତି ରାଜୁ ମଣ୍ଡଳ ଠାରୁ ଜାଣିବାକୁ ଚେଷ୍ଟା କରିବ ପୋଲିସ ।

ସେପଟେ କମିସନରେଟ୍ ପୋଲିସର ଗୋଟିଏ ଟିମ୍ ଅଶାଦ୍ଦୁରକୁ ଧରିବା ପାଇଁ କୋଲକାତାରେ ଡେରା ପକାଇଛି । ରାଜୁ ଓ ଅଶାଦ୍ଦୁର ରହିଥିବା ହୋଟେଲକୁ ନୋଟିସ ଜାରି କଲା କମିସନରେଟ୍ ପୋଲିସ । ସିମ୍ ବକ୍ସ ସେଟଅପ୍‌ ରାକେଟର ପୁରା ଚେର ପର୍ଯ୍ୟନ୍ତ ପହଁଚିବାକୁ ୪ଟି ଟିମ୍ ଗଠନ କରି ଖୋଳତାଡ଼ ଜାରି ରଖିଛି ପୋଲିସ ।

You Can Read:

ଚାଷ ଜମିକୁ ଯାଇଥିଲେ ଯୁବକ, ଆକ୍ରମଣ କରି ଆଖି ତାଡିଦେଲା ଭାଲୁ