ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍
ଭୁବନେଶ୍ୱର,୩ା୪: ବିଜେଡି ବୁଧବାର ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି। ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ବରଗଡ଼ରୁ ପରିଣୀତା ମିଶ୍ର, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ଏବଂ କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ଲୋକ ସଭା ନିର୍ବାଚନ ଲଢ଼ିବା ନେଇ ନାମ ଘୋଷଣା ହୋଇଛି। ସୂଚନାଯୋଗ୍ୟ, ବିଜେଡି ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୫ଟି ଲୋକ ସଭା ଆସନରେ ପ୍ରାର୍ଥୀ […] The post ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.
ଭୁବନେଶ୍ୱର,୩ା୪: ବିଜେଡି ବୁଧବାର ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି। ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ବରଗଡ଼ରୁ ପରିଣୀତା ମିଶ୍ର, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ଏବଂ କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ଲୋକ ସଭା ନିର୍ବାଚନ ଲଢ଼ିବା ନେଇ ନାମ ଘୋଷଣା ହୋଇଛି।
ସୂଚନାଯୋଗ୍ୟ, ବିଜେଡି ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୫ଟି ଲୋକ ସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ଭୁବନେଶ୍ବର ଲୋକ ସଭା ଆସନରୁ ମନ୍ମଥ ରାଉତରାୟ ଟିକେଟ୍ ପାଇଥିବା ବେଳେ କଟକରୁ ସଂତୃପ୍ତ ମିଶ୍ର, କୋରାପୁଟରୁ କୌଶଲ୍ୟା ହିକ୍କା, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳରୁ ଅବିନାଶ ସାମଲ, ପୁରୀରୁ ଅରୂପ ପଟ୍ଟନାୟକ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡିରୁ ଲମ୍ବୋଦର ନିଆଳ, ନବରଙ୍ଗପୁରରୁ ପ୍ରଦୀପ ମାଝି, ଆସିକାରୁ ରଞ୍ଜିତା ସାହୁ ବିଜେଡି ଟିକେଟ୍ରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
The post ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍ appeared first on Dharitri Odia News.