କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା

ମହାକାଳପଡ଼ା, ୧୦ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଉପରମୁଣ୍ଡରୁ ବନ୍ୟାଜଳ ସମୁଦ୍ରରେ ମିଶିଲେ ବିରଳ ପ୍ରଜାତିର ସବୁଜ ଗେଣ୍ଡା ମାଟି ଗୋଳି ପାଣି ଖାଇଥାନ୍ତି। ବିଶେଷକରି ବର୍ଷାଦିନରେ ଏହି ଗେଣ୍ଡା ମହାନଦୀ ଅବବାହିକା ତ୍ରିକୋଣଭୂମି ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁସଂଖ୍ୟାରେ ବାଲିଆ ଦୋରସା ପଟୁ ମାଟିରେ ଦେଖିବାକୁ ମିଳନ୍ତି। ଏହାର ସୁଯୋଗ ନେଇ କେତେଜଣ ମତ୍ସ୍ୟଜୀବୀ ଅତି ଚତୁରତାର ସହ ଛୋଟ ଡିଙ୍ଗିରେ ସମୁଦ୍ର କୂଳରୁ ସବୁଜ ଗେଣ୍ଡା ସଂଗ୍ରହ କରିଥାନ୍ତି। ବିଦେଶରେ ସବୁଜ ଗେଣ୍ଡାର ମାଂସ, […] The post କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା appeared first on Dharitri Odia News.

କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା

ମହାକାଳପଡ଼ା, ୧୦ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଉପରମୁଣ୍ଡରୁ ବନ୍ୟାଜଳ ସମୁଦ୍ରରେ ମିଶିଲେ ବିରଳ ପ୍ରଜାତିର ସବୁଜ ଗେଣ୍ଡା ମାଟି ଗୋଳି ପାଣି ଖାଇଥାନ୍ତି। ବିଶେଷକରି ବର୍ଷାଦିନରେ ଏହି ଗେଣ୍ଡା ମହାନଦୀ ଅବବାହିକା ତ୍ରିକୋଣଭୂମି ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁସଂଖ୍ୟାରେ ବାଲିଆ ଦୋରସା ପଟୁ ମାଟିରେ ଦେଖିବାକୁ ମିଳନ୍ତି। ଏହାର ସୁଯୋଗ ନେଇ କେତେଜଣ ମତ୍ସ୍ୟଜୀବୀ ଅତି ଚତୁରତାର ସହ ଛୋଟ ଡିଙ୍ଗିରେ ସମୁଦ୍ର କୂଳରୁ ସବୁଜ ଗେଣ୍ଡା ସଂଗ୍ରହ କରିଥାନ୍ତି। ବିଦେଶରେ ସବୁଜ ଗେଣ୍ଡାର ମାଂସ, ନାଳ ଓ ରସରେ ଔଷଧ ପ୍ରସ୍ତୁତ ହେଉଛି। ସାମୁଦ୍ରିକ ଜୀବ ମଧ୍ୟରେ ସବୁଜ ଗେଣ୍ଡାଙ୍କ ବେଶ୍‌ ଚାହିଦା ରହିଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ମାଦଳି, ହୁକିଟୋଲା, ଷୋଳମୁହାଣ, ଲଞ୍ଚଘୋଲା, ତଣ୍ଡା ଓ ଚଟକା ହ୍ରଦରେ ସମୁଦ୍ର ପାଣି ଛାଡ଼ିବା ସମୟରେ ମାଟି ବାଲି ପଙ୍କରେ ବହୁ ପରିମାଣରେ ଦେଖିବାକୁ ମିଳେ। ଏହି ସମୟରେ ମତ୍ସ୍ୟଜୀବୀମାନେ କୁଇଣ୍ଟାଲ କୁଇଣ୍ଟାଲ ସଂଗ୍ରହକରି ଭଲ ଭାବେ ଜାଲିରେ ପ୍ୟାକିଂକରି ନିକଟସ୍ଥ ପାରାଦୀପ ମାଛ ଗଦିରେ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ଏହି ଗେଣ୍ଡାଙ୍କୁ ଧରିବା ସମୟରେ ସତର୍କ ନ ରହିଲେ ହାତ ଗୋଡ଼ କଟିଯିବା ଆଶଙ୍କା ରହିଛି। ବଜାରର ମୂଲ୍ୟ ୨ ଶହରୁ ୩ ଶହ ଟଙ୍କା ରହିଛି ବୋଲି ଜଣେ ମତ୍ସ୍ୟଜୀବୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ବିଶେଷକରି ଏହି ପ୍ରଜାତିର ସବୁଜ ଗେଣ୍ଡା ବନ୍ୟଜୀବ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ସୂଚୀ ୨ରେ ଉଲ୍ଲେଖ ରହିଛି ବୋଲି କୁହାଯାଇଛି। ଏହି ବିରଳ ପ୍ରଜାତିର ସବୁଜ ଗେଣ୍ଡା ମହାକାଳପଡ଼ା ବ୍ଲକ୍‌ କଜଳପାତିଆ ଅଞ୍ଚଳରୁ ବସ୍ତା ବସ୍ତା ହୋଇ ଡଙ୍ଗା ସାହାଯ୍ୟରେ ପାରାଦୀପ ଅଞ୍ଚଳର ମାଛ ବ୍ୟବସାୟୀମାନେ ଚଢ଼ା ଦରରେ ନେଇଥାନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ପାରାଦୀପରୁ ସ୍ବତନ୍ତ୍ର ଟ୍ରକ୍‌ ଯୋଗେ ଭାଇଜାଗ୍‌ ଓ କୋଲକାତା ବନ୍ଦର ଦେଇ ବିଦେଶ ତଥା ଚାଇନା, ହଂକଂ, ଇଣ୍ଡୋନେସିଆ, ସିଙ୍ଗାପୁର ଆଦି ଚାଲାଣ ହୋଇଥାଏ। ବିଦେଶରେ ଔଷଧ ପ୍ରସ୍ତୁତ ସହ ବଡ଼ ବଡ଼ ଷ୍ଟାର ହୋଟେଲରେ ଖାଦ୍ୟ ଭାବେ ବିଦେଶୀ ଓ ପର୍ଯ୍ୟଟକମାନଙ୍କ ଚାହିଦା ରହିଛି। ସେହିଭଳି ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁ ପ୍ରଜାତିର ସାମୁଦ୍ରିକ ଜୀବ ମଧ୍ୟରେ ସବୁଜ ଗେଣ୍ଡା ଗଭୀର ଜଳରାଶିରୁ ବର୍ଷା, ବନ୍ୟା ଜଳ ସମୁଦ୍ରରେ ମିଶିବା ପରେ ବହୁ ସଂଖ୍ୟାରେ କୂଳକୁ ଆସି ନାଲିମାଟି ଗୋଳିଆ ପାଣିରେ ଦେଖିବାକୁ ମିଳନ୍ତି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଏହାର ସୁରକ୍ଷା ସଂରକ୍ଷଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ବହୁ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏହି ସବୁଜ ଗେଣ୍ଡାଙ୍କ ସମ୍ପର୍କରେ ଅବଗତ ନାହିଁ। ବିଭାଗୀୟ ସୂତ୍ରରୁ ବୁଝିବେ ବୋଲି ସେ କହିଛନ୍ତି।

The post କଜଳପାତିଆରୁ ଚାଲାଣ ହେଉଛି ସବୁଜ ଗେଣ୍ଡା appeared first on Dharitri Odia News.