ତୃତୀୟ ପର୍ଯ୍ୟାୟରେ ମୁତୟନ ହେବେ ୧୨୧ କମ୍ପାନୀ CAPF, ସହରୀ ଭୋଟରଙ୍କୁ ଭୋଟ୍‌ ଦେବା ପାଇଁ ସିଇଓଙ୍କ ଅପିଲ୍

ଭୁବନେଶ୍ବର ୨୩।୫: ରାଜ୍ୟରେ ଦୁଇ ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ, ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ବୁଥ୍‌ରେ ଭୋଟ୍ ଗ୍ରହଣ କରାଯିବ । ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ୨୦ ପ୍ରତିଶତ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଛି । ସୁରକ୍ଷା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟରେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ (CAPF) ମୁତୟନ ରହିବେ । ଏହି ପର୍ଯ୍ୟାୟରେ ୯୪.୪୮ ଲକ୍ଷ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ପୁରୁଷ ୪୮.୩୦ ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ରହିଛନ୍ତି । ୨୧ ପ୍ରତିଶତ ଯୁବ ଭୋଟର ଅଛନ୍ତି । ପୋଷ୍ଟାଲ ବାଲାଟରେ ୩୦ ହଜାରୁ ଅଧିକ ଭୋଟ୍ ଗ୍ରହଣ କରାଯାଇଛି ।ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟ୍‌ ଦେବା ପାଇଁ ଅପିଲ୍‌ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।You Can Read :କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨ ବୁଥ୍‌ରେ ସାନି ମତଦାନ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାଲିଛି ଭୋଟିଂ    

ତୃତୀୟ ପର୍ଯ୍ୟାୟରେ ମୁତୟନ ହେବେ ୧୨୧ କମ୍ପାନୀ CAPF, ସହରୀ ଭୋଟରଙ୍କୁ ଭୋଟ୍‌ ଦେବା ପାଇଁ ସିଇଓଙ୍କ ଅପିଲ୍

ଭୁବନେଶ୍ବର ୨୩।୫: ରାଜ୍ୟରେ ଦୁଇ ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ, ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।

ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ବୁଥ୍‌ରେ ଭୋଟ୍ ଗ୍ରହଣ କରାଯିବ । ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ୨୦ ପ୍ରତିଶତ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଛି । ସୁରକ୍ଷା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟରେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ (CAPF) ମୁତୟନ ରହିବେ । 

ଏହି ପର୍ଯ୍ୟାୟରେ ୯୪.୪୮ ଲକ୍ଷ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ପୁରୁଷ ୪୮.୩୦ ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ରହିଛନ୍ତି । ୨୧ ପ୍ରତିଶତ ଯୁବ ଭୋଟର ଅଛନ୍ତି । ପୋଷ୍ଟାଲ ବାଲାଟରେ ୩୦ ହଜାରୁ ଅଧିକ ଭୋଟ୍ ଗ୍ରହଣ କରାଯାଇଛି ।

ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟ୍‌ ଦେବା ପାଇଁ ଅପିଲ୍‌ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

You Can Read :

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨ ବୁଥ୍‌ରେ ସାନି ମତଦାନ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାଲିଛି ଭୋଟିଂ