ତୃତୀୟ ବିଶ୍ୱଯୁଦ୍ଧକୁ ଆଉ କମ ଦିନ, ଏହି ତାରିଖରୁ ହେବ ଆରମ୍ଭ, ନୂଆ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟତବାଣୀ
ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶ ମଧ୍ୟରେ ସମ୍ପର୍କ ବଦଳୁଛି । ବଦଳୁଥିବା ପରିସ୍ଥିତି ମଧ୍ୟରେ ପ୍ରମୁଖ ପରିବର୍ତ୍ତିତ ଲକ୍ଷଣ ମଧ୍ୟ ଦେଖା ଗଲାଣି । ଏଭଳି ପରିସ୍ଥିତିରେ ଦୁନିଆର ସମସ୍ତ ଦେଶ ଅନେକ ଗୋଷ୍ଠୀରେ ବିଭକ୍ତ । ଏହାକୁ ଦେଖିଲେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ରହିଛି । ବିଶ୍ୱର ଅନେକ ଭବିଷ୍ୟତବକ୍ତା ମଧ୍ୟ ବିଶ୍ୱଯୁଦ୍ଧର ପୂର୍ବାନୁମାନ କରି ସାରିଛନ୍ତି । ଏହାରି ଭିତରେ ଭାରତୀୟ ଜ୍ୟୋତିଷଙ୍କ ଭବିଷ୍ୟବାଣୀକୁ ନେଇ ସାରା ଦୁନିଆରେ ଚର୍ଚ୍ଚା । ଭବିଷ୍ୟତବକ୍ତାଙ୍କ ଦାବି କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ । 'ନୂଆ ନୋଷ୍ଟ୍ରାଡାମସ୍' ରୂପେ ପରିଚିତ ଏହି ଭାରତୀୟ ଜ୍ୟୋତିଷ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭର ତାରିଖ ପୂର୍ବାନୁମାନ କରିଛନ୍ତି ।ଭାରତୀୟ ଜ୍ୟୋତିଷ କୁଶଲ କୁମାର । କିଛି ବୈଶ୍ୱିକ ଘଟଣାର ପୂର୍ବାନୁମାନ କରିଥିବା ଦାବି କରନ୍ତି । ଏଥିପାଇଁ ସେ ବୈଦିକ ଜ୍ୟୋତିଷ ଚାର୍ଟର ସାହାଯ୍ୟ ନିଅନ୍ତି । ହିନ୍ଦୁ ସଂସ୍କୃତିରେ ଲୋକପ୍ରିୟ ବୈଦିକ ଜ୍ୟୋତିଷ ଶାସ୍ତ୍ରଗୁଡିକ “ଆମ କର୍ମର ମାନଚିତ୍ର” ଭାବରେ ବିବେଚନା କରାଯାଏ । ଇସ୍ରାଏଲ୍ ଏବଂ ହମାସ, ରୁଷ ଏବଂ ନାଟୋ, ଚୀନ୍ ଏବଂ ତାଇୱାନ୍ ମଧ୍ୟରେ ତିକ୍ତତାର କୁଶଲ ପୂର୍ବରୁ ପୂର୍ବାନୁମାନ କରିଥିଲେ । ଏବେ କୁଶାଲ ତୃତୀୟ ବିଶ୍ୱଯୁଦ୍ଧର ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ୨୦୨୪ ଜୁନ୍ ୧୮ ହେଉଛି ବିଶ୍ୱଯୁଦ୍ଧ ତିନିକୁ ପ୍ରବର୍ତ୍ତାଇବା ପାଇଁ ସବୁଠାରୁ ଶକ୍ତ
ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶ ମଧ୍ୟରେ ସମ୍ପର୍କ ବଦଳୁଛି । ବଦଳୁଥିବା ପରିସ୍ଥିତି ମଧ୍ୟରେ ପ୍ରମୁଖ ପରିବର୍ତ୍ତିତ ଲକ୍ଷଣ ମଧ୍ୟ ଦେଖା ଗଲାଣି । ଏଭଳି ପରିସ୍ଥିତିରେ ଦୁନିଆର ସମସ୍ତ ଦେଶ ଅନେକ ଗୋଷ୍ଠୀରେ ବିଭକ୍ତ । ଏହାକୁ ଦେଖିଲେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ରହିଛି । ବିଶ୍ୱର ଅନେକ ଭବିଷ୍ୟତବକ୍ତା ମଧ୍ୟ ବିଶ୍ୱଯୁଦ୍ଧର ପୂର୍ବାନୁମାନ କରି ସାରିଛନ୍ତି । ଏହାରି ଭିତରେ ଭାରତୀୟ ଜ୍ୟୋତିଷଙ୍କ ଭବିଷ୍ୟବାଣୀକୁ ନେଇ ସାରା ଦୁନିଆରେ ଚର୍ଚ୍ଚା । ଭବିଷ୍ୟତବକ୍ତାଙ୍କ ଦାବି କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ । 'ନୂଆ ନୋଷ୍ଟ୍ରାଡାମସ୍' ରୂପେ ପରିଚିତ ଏହି ଭାରତୀୟ ଜ୍ୟୋତିଷ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭର ତାରିଖ ପୂର୍ବାନୁମାନ କରିଛନ୍ତି ।
ଭାରତୀୟ ଜ୍ୟୋତିଷ କୁଶଲ କୁମାର । କିଛି ବୈଶ୍ୱିକ ଘଟଣାର ପୂର୍ବାନୁମାନ କରିଥିବା ଦାବି କରନ୍ତି । ଏଥିପାଇଁ ସେ ବୈଦିକ ଜ୍ୟୋତିଷ ଚାର୍ଟର ସାହାଯ୍ୟ ନିଅନ୍ତି । ହିନ୍ଦୁ ସଂସ୍କୃତିରେ ଲୋକପ୍ରିୟ ବୈଦିକ ଜ୍ୟୋତିଷ ଶାସ୍ତ୍ରଗୁଡିକ “ଆମ କର୍ମର ମାନଚିତ୍ର” ଭାବରେ ବିବେଚନା କରାଯାଏ । ଇସ୍ରାଏଲ୍ ଏବଂ ହମାସ, ରୁଷ ଏବଂ ନାଟୋ, ଚୀନ୍ ଏବଂ ତାଇୱାନ୍ ମଧ୍ୟରେ ତିକ୍ତତାର କୁଶଲ ପୂର୍ବରୁ ପୂର୍ବାନୁମାନ କରିଥିଲେ । ଏବେ କୁଶାଲ ତୃତୀୟ ବିଶ୍ୱଯୁଦ୍ଧର ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ୨୦୨୪ ଜୁନ୍ ୧୮ ହେଉଛି ବିଶ୍ୱଯୁଦ୍ଧ ତିନିକୁ ପ୍ରବର୍ତ୍ତାଇବା ପାଇଁ ସବୁଠାରୁ ଶକ୍ତିଶାଳୀ ଗ୍ରହ ଉତ୍ତେଜନା । ତେବେ ଏହା ଜୁନ୍ ୧୦ ଏବଂ ୨୯ ମଧ୍ୟରେରେ ପ୍ରଭାବ ହୋଇପାରେ ।"
କୁଶଲ କୁମାରଙ୍କୁ ନୂଆ 'ନୋଷ୍ଟ୍ରାଡାମସ୍' ବୋଲି ମଧ୍ୟ କୁହାଯାଏ । ଯଦି ଆପଣ ଭାବୁଛନ୍ତି ନୋଷ୍ଟ୍ରାଡାମସ୍ କିଏ ? ତେବେ ଜାଣି ରଖନ୍ତୁ ଦୁନିଆ ପାଇଁ ତାଙ୍କର ଅନେକ ଭବିଷ୍ୟତବାଣୀ ସତ ହୋଇଛି । ମିସେଲ ଡି ନୋଷ୍ଟ୍ରାଡାମସ୍ ଜଣେ ଫରାସୀ ଭବିଷ୍ୟତବକ୍ତା ଥିଲେ । ଯିଏ ୧୫୫୫ ମସିହାରେ ପ୍ରକାଶିତ ପୁସ୍ତକ 'ଲେସ୍ ପ୍ରୋଫେଟିଜ୍' ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଭବିଷ୍ୟତରେ ଘଟିବାକୁ ଥିବା ଘଟଣାଗୁଡ଼ିକର ଭବିଷ୍ୟବାଣୀ କରୁଥିବା ଏହି ପୁସ୍ତକ ୯୪୨ କାବ୍ୟର ସଂଗ୍ରହ ।
ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀରେ ଲଣ୍ଡନର ଗ୍ରେଟ୍ ଫାୟାର୍, ଫରାସୀ ବିପ୍ଳବ, ନାପୋଲିଅନ୍ ଏବଂ ଆଡଲଫ୍ ହିଟଲରଙ୍କ ଅଭୃଦ୍ୟୟ । ଉଭୟ ବିଶ୍ୱଯୁଦ୍ଧ ଏବଂ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣ ବି ସାମିଲ । ଏହାସହ ୧୯୬୯ରେ ଆପୋଲୋର ମିଶନ ମୁନ୍, ୧୯୮୬ରେ ସ୍ପେସ୍ ସଟଲ୍ ଚ୍ୟାଲେଞ୍ଜର୍ ବିପର୍ଯ୍ୟୟ, ୧୯୯୭ ମସିହାରେ ୱେଲ୍ସର ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଏବଂ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣର ବି ପୂର୍ବାନୁମାନ କରିଥିଲେ ।