ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବିକ୍ରି ରେ ୨୫%ହ୍ରାସ, ଜାଣନ୍ତୁ କାହିଁକି ଦୂରଉଛନ୍ତି ଗ୍ରାହକ?

ନୂଆଦିଲ୍ଲୀ ୨୧।୩: ଦେଶର ସବୁଠୁ ବଡ଼ ଦୁଇ ଚକିଆ ବାହନ ନିର୍ମାତା ହିରୋ ମୋଟୋକର୍ପ ଏବେ ସ୍ପ୍ଲେଣ୍ଡର ପ୍ଲସର ବିକ୍ରି ହ୍ରାସ ଯୋଗୁ ଚିନ୍ତାରେ। ଯଦିଓ ଏହା ଏବେବି ଦେଶର ବେଷ୍ଟ ସେଲିଂ ବାଇକ୍ ତଥାପି ଏହାର ବିକ୍ରି ଲଗାତାର ହ୍ରାସ ହେଉଛି। ଓଭରଅଲ ବିକ୍ରି ମାମଲାରେ ଏଥର ହୋଣ୍ଡା  ହିରୋ ମୋଟୋକର୍ପକୁ ପଛରେ ପକାଇ ଦେଇଛି। ଫଳରେ ହିରୋ ୧ ନମ୍ବର ମାନ୍ୟତା ହରାଇଛି। ସ୍ପ୍ଲେଣ୍ଡରଠାରୁ ଗ୍ରାହକ ଏବେ ଦୂରେଇବାରେ ଲାଗିଛନ୍ତି। ତେବେ ଆସନ୍ତୁ ଜାଣିବା କାହିଁକି କମୁଛି ସ୍ପ୍ଲେଣ୍ଡର ପ୍ଲସର ବିକ୍ରି। ସେଗମେଣ୍ଟ ଲିଡର ହିରୋ ମୋଟୋ କର୍ପର ସ୍ପ୍ଲେଣ୍ଡର ପ୍ଲସ୍ ବିକ୍ରିରେ ୨୫ ପ୍ରତିଶତ ହ୍ରାସ ହୋଇଛି। ଗତ ଫେବୃଆରୀରେ ଏହି ବାଇକ୍ ମୋଟ ୨,୦୭,୭୬୩ଟି ୟୁନିଟ୍ ବିକ୍ରି ହୋଇଛି। ଗତବର୍ଷ ଏହି ସମୟରେ ୨,୭୭,୯୩୯ଟି ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବିକ୍ରି ହୋଇଥିଲା। ଗତ ବର୍ଷ ତୁଳନାରେ ଏଥର କମ୍ପାନୀର ୭୦, ୧୭୬ ୟୁନିଟ୍ କମ୍ ବିକ୍ରି କରିଛି। କାରଣ ହୋଣ୍ଡା ସାଇନ ବିକ୍ରିରେ ଦ୍ୱିତୀୟ ନମ୍ବରରେ ରହିଛି। ଫେବୃଆରୀରେ ହୋଣ୍ଡା ସାଇନ ୧,୫୪,୫୬୧ଟି ୟୁନିଟ ବିକ୍ରି ହୋଇଛି। ଏହା ସହ ଏହା ସବୁଠୁ ଅଧିକ ବିକ୍ରି ହେଉଥିବା ବାଇକରେ ପରିଣତ ହୋଇଛି। ବିକ୍ରି ହ୍ରାସର ଯେଉଁ କାରଣ ସବୁ କୁହାଯାଉଛି ତାହା ହେଉଛି ସ୍ପ୍ଲେଣ୍ଡର ପ୍ଲସର ଡିଜାଇନ ଢେର ପୁରୁଣା ହୋଇଗଲାଣି। ଏଥିରେ କିଛି ବି ନୂଆ ନାହିଁ। ଜେନେରେସନ ବଦଳୁଛି ହେଲେ ବାଇକର ଡିଜାଇନରେ କୌଣସି ପରିବର୍ତ୍ତନ ହେଉ

ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବିକ୍ରି ରେ ୨୫%ହ୍ରାସ, ଜାଣନ୍ତୁ କାହିଁକି ଦୂରଉଛନ୍ତି ଗ୍ରାହକ?

ନୂଆଦିଲ୍ଲୀ ୨୧।୩: ଦେଶର ସବୁଠୁ ବଡ଼ ଦୁଇ ଚକିଆ ବାହନ ନିର୍ମାତା ହିରୋ ମୋଟୋକର୍ପ ଏବେ ସ୍ପ୍ଲେଣ୍ଡର ପ୍ଲସର ବିକ୍ରି ହ୍ରାସ ଯୋଗୁ ଚିନ୍ତାରେ। ଯଦିଓ ଏହା ଏବେବି ଦେଶର ବେଷ୍ଟ ସେଲିଂ ବାଇକ୍ ତଥାପି ଏହାର ବିକ୍ରି ଲଗାତାର ହ୍ରାସ ହେଉଛି। ଓଭରଅଲ ବିକ୍ରି ମାମଲାରେ ଏଥର ହୋଣ୍ଡା  ହିରୋ ମୋଟୋକର୍ପକୁ ପଛରେ ପକାଇ ଦେଇଛି। ଫଳରେ ହିରୋ ୧ ନମ୍ବର ମାନ୍ୟତା ହରାଇଛି। ସ୍ପ୍ଲେଣ୍ଡରଠାରୁ ଗ୍ରାହକ ଏବେ ଦୂରେଇବାରେ ଲାଗିଛନ୍ତି। ତେବେ ଆସନ୍ତୁ ଜାଣିବା କାହିଁକି କମୁଛି ସ୍ପ୍ଲେଣ୍ଡର ପ୍ଲସର ବିକ୍ରି। 

ସେଗମେଣ୍ଟ ଲିଡର ହିରୋ ମୋଟୋ କର୍ପର ସ୍ପ୍ଲେଣ୍ଡର ପ୍ଲସ୍ ବିକ୍ରିରେ ୨୫ ପ୍ରତିଶତ ହ୍ରାସ ହୋଇଛି। ଗତ ଫେବୃଆରୀରେ ଏହି ବାଇକ୍ ମୋଟ ୨,୦୭,୭୬୩ଟି ୟୁନିଟ୍ ବିକ୍ରି ହୋଇଛି। ଗତବର୍ଷ ଏହି ସମୟରେ ୨,୭୭,୯୩୯ଟି ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବିକ୍ରି ହୋଇଥିଲା। ଗତ ବର୍ଷ ତୁଳନାରେ ଏଥର କମ୍ପାନୀର ୭୦, ୧୭୬ ୟୁନିଟ୍ କମ୍ ବିକ୍ରି କରିଛି। କାରଣ ହୋଣ୍ଡା ସାଇନ ବିକ୍ରିରେ ଦ୍ୱିତୀୟ ନମ୍ବରରେ ରହିଛି। ଫେବୃଆରୀରେ ହୋଣ୍ଡା ସାଇନ ୧,୫୪,୫୬୧ଟି ୟୁନିଟ ବିକ୍ରି ହୋଇଛି। ଏହା ସହ ଏହା ସବୁଠୁ ଅଧିକ ବିକ୍ରି ହେଉଥିବା ବାଇକରେ ପରିଣତ ହୋଇଛି। 

ବିକ୍ରି ହ୍ରାସର ଯେଉଁ କାରଣ ସବୁ କୁହାଯାଉଛି ତାହା ହେଉଛି ସ୍ପ୍ଲେଣ୍ଡର ପ୍ଲସର ଡିଜାଇନ ଢେର ପୁରୁଣା ହୋଇଗଲାଣି। ଏଥିରେ କିଛି ବି ନୂଆ ନାହିଁ। ଜେନେରେସନ ବଦଳୁଛି ହେଲେ ବାଇକର ଡିଜାଇନରେ କୌଣସି ପରିବର୍ତ୍ତନ ହେଉ ନାହିଁ। ଏଣୁ କମ୍ପାନୀକୁ ଏବେ ଏହାର ଡିଜାଇନ ଉପରେ କାମ କରିବାକୁ ପଡିବ। ସେହିପରି ସ୍ପ୍ଲେଣ୍ଡର ପ୍ଲସ୍ ରେ ସେଭଳି କୌଣସି ଆଡଭାନ୍ସ ଫିଚର ନାହିଁ। ଫିଚର କମ୍ ହେବା ଏହି ବାଇକ୍ ବିକ୍ରି ହ୍ରାସର ଅନ୍ୟତମ କାରଣ। 

ଏହି ବାଇକର ବିକ୍ରି ମୂଲ୍ୟ ୭୭,୧୭୬ଟଙ୍କାରୁ ଆରମ୍ଭ ହେଉଛି। ଏହି ସେଗମେଣ୍ଟରେ ଏହା ସବୁଠୁ ମହଙ୍ଗା ବାଇକ୍, ଯାହା ଏହାର ବିକ୍ରିକୁ ହ୍ରାସ କରୁଛି। ଏହି ମୂଲ୍ୟରେ ଅଥବା ଏଥିରେ ଆଉ କିଛି ପଇସା ମିଶାଇ ଗ୍ରାହକ ଅନ୍ୟ ଅପସନ ଖୋଜୁଛନ୍ତି। ଏଣୁ ବାଇକର ବିକ୍ରି ହ୍ରାସ ହେବାରେ ଲାଗିଛି।