ନିମ୍ୱ ପତ୍ରଠୁ ଅଧିକ ଲାଭଦାୟ ନିମ୍ବ ଫଳ, ଜାଣନ୍ତୁ ଏହାର ବିଶେଷତ୍ବ…

ନୂଆଦିଲ୍ଲୀ ୦୨।୦୭: ନିମ୍ୱ ପତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାର ଫଳ, ଫୁଲ, ଡାଳ ସବୁ ବ୍ୟବହାର ହୋଇଥାଏ । ନିମ୍ୱ ଗଛର ରହିଛି ଖୁବ୍‌ ଔଷଧୀୟ ଗୁଣ । ଏହାକୁ ଲୋକମାନେ ଅନେକ ସ୍ୱାସ୍ଥ୍ୟ ଉପକାର ପାଇଁ ବ୍ୟବହାର କରିଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ନିମ୍ୱ ପତ୍ର ଖାଇବା ଦ୍ୱାରା ରକ୍ତରେ ସୁଗାର ସ୍ତର କମିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ନିମ୍ବ ପତ୍ର ଠାରୁ ଖୁବ୍‌ ହିତକର ନିମ୍ବ ଫଳ । ସ୍ୱାଦରେ ସାମାନ୍ୟ ମିଠା ଏବଂ ପିତା ଲାଗୁଥିବା ଏହି ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷଜ୍ଞଙ୍କ ଅନୁଯାୟୀ ନିମ୍ବ ଫଳରୁ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ । ଯାହା ଶରୀର ଭିତରେ ବିଷାକ୍ତକୁ ନଷ୍ଟ କରିବାରେ ବେଶ ସହାୟକ ହୋଇଥାଏ ।ଏହି ଫଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ରହିଥାଏ । ଏହା ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ଏହି ଫଳ ଚର୍ମ ସଂକ୍ରମଣକୁ ମଧ୍ୟ ଭଲ କରିଥାଏ । ତେଣୁ ଏହି ଫଳକୁ ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିପାରିବ । 

ନିମ୍ୱ ପତ୍ରଠୁ ଅଧିକ ଲାଭଦାୟ ନିମ୍ବ ଫଳ, ଜାଣନ୍ତୁ ଏହାର ବିଶେଷତ୍ବ…

ନୂଆଦିଲ୍ଲୀ ୦୨।୦୭: ନିମ୍ୱ ପତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାର ଫଳ, ଫୁଲ, ଡାଳ ସବୁ ବ୍ୟବହାର ହୋଇଥାଏ । ନିମ୍ୱ ଗଛର ରହିଛି ଖୁବ୍‌ ଔଷଧୀୟ ଗୁଣ । ଏହାକୁ ଲୋକମାନେ ଅନେକ ସ୍ୱାସ୍ଥ୍ୟ ଉପକାର ପାଇଁ ବ୍ୟବହାର କରିଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ନିମ୍ୱ ପତ୍ର ଖାଇବା ଦ୍ୱାରା ରକ୍ତରେ ସୁଗାର ସ୍ତର କମିଥାଏ । 

ଜାଣି ଆଶ୍ଚର୍ଯ୍ୟ ହେବେ ନିମ୍ବ ପତ୍ର ଠାରୁ ଖୁବ୍‌ ହିତକର ନିମ୍ବ ଫଳ । ସ୍ୱାଦରେ ସାମାନ୍ୟ ମିଠା ଏବଂ ପିତା ଲାଗୁଥିବା ଏହି ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷଜ୍ଞଙ୍କ ଅନୁଯାୟୀ ନିମ୍ବ ଫଳରୁ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ । ଯାହା ଶରୀର ଭିତରେ ବିଷାକ୍ତକୁ ନଷ୍ଟ କରିବାରେ ବେଶ ସହାୟକ ହୋଇଥାଏ ।

ଏହି ଫଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ରହିଥାଏ । ଏହା ପେଟ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ଏହି ଫଳ ଚର୍ମ ସଂକ୍ରମଣକୁ ମଧ୍ୟ ଭଲ କରିଥାଏ । ତେଣୁ ଏହି ଫଳକୁ ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିପାରିବ ।