ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି

ମୁମ୍ବାଇ,୪।୧୦: ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଦଳର ଉପ ବାଚସ୍ପତି ନରହରୀ ଝିରୱଲ ଛାତରୁ ଡେଇଁପଡି ସୁରକ୍ଷା ଜାଲରେ ଫସି ରହିଥିଲେ। ସେ ଏସଟି କୋଟା ଅନ୍ତର୍ଗତ ଧନଗର ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନକୁ ବିରୋଧ କରୁଥିବା ବେଳେ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ସେ କହିଛନ୍ତି ଯେ ତାଙ୍କର ଦାବି ଶୁଣାଯାଉ ନାହିଁ ତେଣୁ କ୍ରୋଧରେ ସେ ମନ୍ତ୍ରଣାଳୟ ଛାଡିଛନ୍ତି। ଗତ ଚାରି ଦିନ ଧରି ମହାରାଷ୍ଟ୍ରରେ ଆଦିବାସୀ ବିଧାୟକମାନେ କ୍ରୋଧିତ ଦେଖାଯାଉଛନ୍ତି। ଅକ୍ଟୋବର ୪, ଶୁକ୍ରବାର କ୍ୟାବିନେଟର […] The post ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି appeared first on Dharitri Odia News.

ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି

ମୁମ୍ବାଇ,୪।୧୦: ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଦଳର ଉପ ବାଚସ୍ପତି ନରହରୀ ଝିରୱଲ ଛାତରୁ ଡେଇଁପଡି ସୁରକ୍ଷା ଜାଲରେ ଫସି ରହିଥିଲେ। ସେ ଏସଟି କୋଟା ଅନ୍ତର୍ଗତ ଧନଗର ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନକୁ ବିରୋଧ କରୁଥିବା ବେଳେ ମନ୍ତ୍ରଣାଳୟର ତୃତୀୟ ମହଲାରୁ ଡେଇଁପଡିଥିଲେ। ସେ କହିଛନ୍ତି ଯେ ତାଙ୍କର ଦାବି ଶୁଣାଯାଉ ନାହିଁ ତେଣୁ କ୍ରୋଧରେ ସେ ମନ୍ତ୍ରଣାଳୟ ଛାଡିଛନ୍ତି।

ଗତ ଚାରି ଦିନ ଧରି ମହାରାଷ୍ଟ୍ରରେ ଆଦିବାସୀ ବିଧାୟକମାନେ କ୍ରୋଧିତ ଦେଖାଯାଉଛନ୍ତି। ଅକ୍ଟୋବର ୪, ଶୁକ୍ରବାର କ୍ୟାବିନେଟର ଦିନ ଏବଂ ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିବାର ଥିଲା, କିନ୍ତୁ ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ। ଏହି ସମୟରେ କ୍ରୋଧିତ ବିଧାୟକ ନିଜ ସରକାର ବିରୋଧରେ ପ୍ରତିବାଦ କରି ତୃତୀୟ ମହଲାରୁ ଡେଇଁ ପଡ଼ିଥିଲେ।

କୁହାଯାଉଛି ଯେ ନରହରୀ ଝିରୱଲ ତାଙ୍କୁ ଭେଟିବା ପାଇଁ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ ମଧ୍ୟ ସେ ସେଠାରେ ତାଙ୍କୁ ଭେଟି ପାରିନଥିଲେ। ଏହା ପରେ ଶୁକ୍ରବାର ସେ ପୁଣି ମନ୍ତ୍ରଣାଳୟରେ ପହଞ୍ଚି ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିଲେ। ଏହି କ୍ରୋଧ ଯୋଗୁଁ ସେ ଏମିତି ପଦକ୍ଷେପ ନେଇଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ନରହରୀ ଝିରୱଲଙ୍କ ପରେ ଅନ୍ୟ କେତେକ ଆଦିବାସୀ ବିଧାୟକ ମଧ୍ୟ ଡେଇଁପଡିଥିଲେ। ତେବେ ଜାଲି ଥିବାରୁ ସମସ୍ତ ନେତା ଅଳ୍ପକେ ବର୍ତ୍ତି ଯାଇଥିଲେ। ସମସ୍ତ ନେତା ଜାଲି ଉପରେ ଠିଆ ହୋଇ ସ୍ଲୋଗାନ ଦେବା ଆରମ୍ଭ କଲେ। ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଜାଲରୁ ହଟାଇ ଦେଇଛି।

The post ତୃତୀୟ ମହଲାରୁ ଡେଇଁଲେ ଉପ ବାଚସ୍ପତି appeared first on Dharitri Odia News.