ତୃତୀୟଥର ପ୍ରେମରେ ପଡ଼ିଲେ ଆମୀର୍, ଜନ୍ମଦିନରେ ଦେଲେ ନୂଆ ପ୍ରେମିକାଙ୍କ ପରିଚୟ
ମୁମ୍ବାଇ ୧୪/୦୨ : ବଲିଉଡର ମିଷ୍ଟର ପରଫେକସନିଷ୍ଟ ଆମୀର ଖାନ୍। ପ୍ରେମ, ବିବାହ, ପରିବାର ଏବଂ କ୍ୟାରିୟର ପାଇଁ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ୧୪ ମାର୍ଚ୍ଚ ତଥା ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ସେ ନିଜ ଲଭ୍ ଲାଇଫ୍ କୁ ନେଇ ଦେଇଛନ୍ତି ଗୁଡନ୍ୟୁଜ୍। ଗଣମାଧ୍ୟମ ସହ ନିଜ ଗାର୍ଲଫ୍ରେଣ୍ଡର କରାଇଛନ୍ତି ପରିଚୟ। ପ୍ରେମ ଜାଣେ ନାହିଁ ବୟସ । ଏହା ପ୍ରମାଣ କରିଛନ୍ତି ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ୍ । ୬୦ ବର୍ଷ ବୟସରେ ସେ ପାଇଛନ୍ତି ନୂଆ ପ୍ରେମ। ଜନ୍ମଦିନ ପୂର୍ବଦିନ ଅର୍ଥାତ୍ ଗୁରୁବାର ଦିନ ସେ ଗଣମାଧ୍ୟମ ସହ ଜନ୍ମଦିନ ପାଳନ ଅବସରରେ ସେ ନିଜର ନୂଆ ପ୍ରେମିକାଙ୍କ ବିଷୟରେ ଗଣମାଧ୍ୟମକୁ ଜଣାଇଥିଲେ । କିନ୍ତୁ ତାଙ୍କର ଫଟୋ ନ ଉଠାଇବାକୁ ଅନୁରୋଧ କରିଥିଲେ । ଆମୀରଙ୍କ ପ୍ରେମିକାଙ୍କ ନାଁ ଗୌରୀ ସ୍ପ୍ରାଟ୍ । ସେ ଆମୀରଙ୍କ ପ୍ରଯୋଜନା ସଂସ୍ଥାରେ ଜଣେ କର୍ମଚାରୀ ଅଛନ୍ତି । ଗତ ବର୍ଷରୁ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଗୌରୀଙ୍କୁ ସେ ଗତ ୨୫ ବର୍ଷ ହେଲା ଜାଣିଛନ୍ତି । ଗୌରୀ ଏବେ ବେଙ୍ଗାଲୁରୁରେ ରହୁଛନ୍ତି । ସେ ତାଙ୍କ ସ୍ୱାମୀଙ୍କଠୁ ଅଲଗା ରହୁଥିବାବେଳେ ତାଙ୍କର ଏକ ୬ ବର୍ଷର ପୁଅ ବି ଅଛି। ସୂଚନାନୁସାରେ ଗୌରୀ ମୁମ୍ବାଇ ସିବା ପୂର୍ବରୁ ବାଙ୍ଗଲୋରରେ ଏକ ସାଲୁନ୍ ଚଳାଉଥିଲେ। ଦୁହିଁଙ୍କ ମଧ୍ୟରେ ଦେଢ଼ ବର୍ଷ ହେବ ଏକ ନିବିଡ଼ ସଂପର୍କ ଗଡ଼ି ଉଠିଛି । ଦୁହେଁ ଲଙ୍ଗ୍ ଡିଷ୍ଟାନ୍ସ
ମୁମ୍ବାଇ ୧୪/୦୨ : ବଲିଉଡର ମିଷ୍ଟର ପରଫେକସନିଷ୍ଟ ଆମୀର ଖାନ୍। ପ୍ରେମ, ବିବାହ, ପରିବାର ଏବଂ କ୍ୟାରିୟର ପାଇଁ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ୧୪ ମାର୍ଚ୍ଚ ତଥା ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ସେ ନିଜ ଲଭ୍ ଲାଇଫ୍ କୁ ନେଇ ଦେଇଛନ୍ତି ଗୁଡନ୍ୟୁଜ୍। ଗଣମାଧ୍ୟମ ସହ ନିଜ ଗାର୍ଲଫ୍ରେଣ୍ଡର କରାଇଛନ୍ତି ପରିଚୟ।

ପ୍ରେମ ଜାଣେ ନାହିଁ ବୟସ । ଏହା ପ୍ରମାଣ କରିଛନ୍ତି ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ୍ । ୬୦ ବର୍ଷ ବୟସରେ ସେ ପାଇଛନ୍ତି ନୂଆ ପ୍ରେମ। ଜନ୍ମଦିନ ପୂର୍ବଦିନ ଅର୍ଥାତ୍ ଗୁରୁବାର ଦିନ ସେ ଗଣମାଧ୍ୟମ ସହ ଜନ୍ମଦିନ ପାଳନ ଅବସରରେ ସେ ନିଜର ନୂଆ ପ୍ରେମିକାଙ୍କ ବିଷୟରେ ଗଣମାଧ୍ୟମକୁ ଜଣାଇଥିଲେ । କିନ୍ତୁ ତାଙ୍କର ଫଟୋ ନ ଉଠାଇବାକୁ ଅନୁରୋଧ କରିଥିଲେ । ଆମୀରଙ୍କ ପ୍ରେମିକାଙ୍କ ନାଁ ଗୌରୀ ସ୍ପ୍ରାଟ୍ । ସେ ଆମୀରଙ୍କ ପ୍ରଯୋଜନା ସଂସ୍ଥାରେ ଜଣେ କର୍ମଚାରୀ ଅଛନ୍ତି । ଗତ ବର୍ଷରୁ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଗୌରୀଙ୍କୁ ସେ ଗତ ୨୫ ବର୍ଷ ହେଲା ଜାଣିଛନ୍ତି । ଗୌରୀ ଏବେ ବେଙ୍ଗାଲୁରୁରେ ରହୁଛନ୍ତି । ସେ ତାଙ୍କ ସ୍ୱାମୀଙ୍କଠୁ ଅଲଗା ରହୁଥିବାବେଳେ ତାଙ୍କର ଏକ ୬ ବର୍ଷର ପୁଅ ବି ଅଛି। ସୂଚନାନୁସାରେ ଗୌରୀ ମୁମ୍ବାଇ ସିବା ପୂର୍ବରୁ ବାଙ୍ଗଲୋରରେ ଏକ ସାଲୁନ୍ ଚଳାଉଥିଲେ। ଦୁହିଁଙ୍କ ମଧ୍ୟରେ ଦେଢ଼ ବର୍ଷ ହେବ ଏକ ନିବିଡ଼ ସଂପର୍କ ଗଡ଼ି ଉଠିଛି । ଦୁହେଁ ଲଙ୍ଗ୍ ଡିଷ୍ଟାନ୍ସ ରିଲେସନ୍ସିପ୍ ମେଣ୍ଟନ କରୁଥିବାରୁ ତାଙ୍କ ସଂପର୍କ ମିଡିଆ ଠାରୁ ଥିଲା ଦୂରରେ। ଗୌରୀ ଆମୀରଙ୍କ ପରିବାର ସହ ଭେଟି ସାରିଛନ୍ତି। ପୂରା ପରିବାର ଏଥିରେ ଜଣାଇଛନ୍ତି ସହମତି।

ଆମୀର ପୂର୍ବରୁ ରୀନା ଦତ୍ତଙ୍କୁ ବିବାହ କରିଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ୧୯୮୬-୨୦୦୨ ପର୍ଯ୍ୟନ୍ତ ରହିଥିଲା । ପ୍ରଥମ ବିବାହରୁ ଉଭୟଙ୍କର ୨ ସନ୍ତାନ- ଝିଅ ଇରା ଓ ପୁଅ ଜୁନୈଦ ଅଛନ୍ତି । ଇରା ୨୦୨୪ରେ ବିବାହ କରିଥିଲେ । ପୁଅ ଜୁନୈଦ ନିକଟରେ ସିଲ୍ଭର ସ୍କ୍ରିନ୍ରେ ଏଣ୍ଟ୍ରି କରିଛନ୍ତି । ୨୦୦୫ ମସିହାରେ କିରନ ରାଓଙ୍କୁ ଆମିର ବିବାହ କରିଥିଲେ । ୨୦୨୧ରେ ଉଭୟ ବିବାହ ବିଚ୍ଛେଦ ଘୋଷଣା କଲେ । ଉଭୟଙ୍କ ପୁଅ ନାଁ ଆଜାଦ । ତେବେ ଫିଲ୍ମ 'ଲାଲ୍ ସିଂହ ଚଡ୍ଡା'ର ବିଫଳତା ଆମୀର ଅନେକ ଦିନ ଧରି ଫିଲ୍ମ ଦୁନିଆରୁ ଦୂରରେ ଥିଲେ । କିନ୍ତୁ ଏବେ ଆମୀର ପୁଣିଥରେ 'ସୀତାରେ ଜାମିନ୍ ପର' ଫିଲ୍ସମ ଜରିଆରେ ବଲିଉଡ୍ କୁ କରୁଛନ୍ତି କମ୍ ବ୍ୟାକ୍।