ତେଓ୍ଵତିଆଙ୍କ ଲଢୁଆ ବ୍ୟାଟିଂ, ପଞ୍ଜାବକୁ ତାରି ଘରେ ମାତ୍ ଦେଲା ଗୁଜରାଟ

ଚଣ୍ଡିଗଡ଼: ଆଇପିଏଲ୍‌ରେ ରବିବାର ଖେଳା ଯାଇଥିବା ୩୭ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ପଞ୍ଜାବ କିଙ୍ଗ୍ସକୁ ତାରି ମାଟିରେ ୩ ଓ୍ଵିକେଟ୍‌ରେ ହରାଇଛି। ରାହୁଲ ତେଓ୍ଵତିଆଙ୍କ ଲଢୁଆ ୩୬ ରନ ବଳରେ ଗୁଜରାଟ ଚଳିତ ସଂସ୍କରଣରେ ଚତୁର୍ଥ ବିଜୟ ହାସଲ କରିଛି। ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୯.୧ ଓଭରରେ ୭ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ତେଓ୍ଵତିଆଙ୍କ ବ୍ୟତୀତ ଶୁଭମନ ଗନ ୩୫ ରନ ଓ ସାଇ ସୁଦର୍ଶନ ୩୧ ରନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୪୨ ରନ କରିଥିଲା। ପ୍ରଭସିମରନ ସିଂ ସର୍ବାଧିକ ୩୫ ରନ କରିଥିବା ବେଳେ ହରପ୍ରୀତ ବ୍ରାର ୨୯ ରନର ବହୁ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ପଞ୍ଜାବ ସମ୍ମାନଜନକ ସ୍କୋର କରି ପାରିଥିଲା। ବୋଲିଂରେ ଗୁଜରାଟ ପକ୍ଷରୁ ସାଇ କିଶୋର ୪ଟି ଓ୍ଵିକେଟ୍ ନେଇଥିବା ବେଳେ ପଞ୍ଜାବ ପକ୍ଷରୁ ହର୍ଷଲ ପଟେଲ୍ ୧୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଗୁଜରାଟ ଅଷ୍ଟମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ସମାନ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗିଛି। Also read: ଏହି ଖେଳାଳି ଟି-୨୦ ବିଶ୍ଵକପ୍‌ରେ ଭାରତୀୟ ଦଳ ପାଇଁ ଟ୍ରମ୍ପକାର୍ଡ ହୋଇ ପାରନ୍ତି: ଗିଲଖ୍ରୀଷ୍ଟ୧୪୩ ରନର ବିଜୟ ଲକ୍ଷ୍ୟ  ପିଛା କରିଥିବା ଗୁଜରାଟ ଟାଇଟନ୍ସ ପାଇଁ ମଧ୍ୟ ଆରମ୍ଭରୁ ସହଜ ନଥିଲା। ଋଦ୍ଧିମାନ ଶାହ(୧୩) ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଶୁଭମନ ଗିଲ୍ ଓ ସାଇ ସ

ତେଓ୍ଵତିଆଙ୍କ ଲଢୁଆ ବ୍ୟାଟିଂ, ପଞ୍ଜାବକୁ ତାରି ଘରେ ମାତ୍ ଦେଲା ଗୁଜରାଟ

ଚଣ୍ଡିଗଡ଼: ଆଇପିଏଲ୍‌ରେ ରବିବାର ଖେଳା ଯାଇଥିବା ୩୭ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ପଞ୍ଜାବ କିଙ୍ଗ୍ସକୁ ତାରି ମାଟିରେ ୩ ଓ୍ଵିକେଟ୍‌ରେ ହରାଇଛି। ରାହୁଲ ତେଓ୍ଵତିଆଙ୍କ ଲଢୁଆ ୩୬ ରନ ବଳରେ ଗୁଜରାଟ ଚଳିତ ସଂସ୍କରଣରେ ଚତୁର୍ଥ ବିଜୟ ହାସଲ କରିଛି। ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ୧୯.୧ ଓଭରରେ ୭ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ତେଓ୍ଵତିଆଙ୍କ ବ୍ୟତୀତ ଶୁଭମନ ଗନ ୩୫ ରନ ଓ ସାଇ ସୁଦର୍ଶନ ୩୧ ରନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୪୨ ରନ କରିଥିଲା। ପ୍ରଭସିମରନ ସିଂ ସର୍ବାଧିକ ୩୫ ରନ କରିଥିବା ବେଳେ ହରପ୍ରୀତ ବ୍ରାର ୨୯ ରନର ବହୁ ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ପଞ୍ଜାବ ସମ୍ମାନଜନକ ସ୍କୋର କରି ପାରିଥିଲା। ବୋଲିଂରେ ଗୁଜରାଟ ପକ୍ଷରୁ ସାଇ କିଶୋର ୪ଟି ଓ୍ଵିକେଟ୍ ନେଇଥିବା ବେଳେ ପଞ୍ଜାବ ପକ୍ଷରୁ ହର୍ଷଲ ପଟେଲ୍ ୧୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଗୁଜରାଟ ଅଷ୍ଟମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ସମାନ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗିଛି। 

Also read: ଏହି ଖେଳାଳି ଟି-୨୦ ବିଶ୍ଵକପ୍‌ରେ ଭାରତୀୟ ଦଳ ପାଇଁ ଟ୍ରମ୍ପକାର୍ଡ ହୋଇ ପାରନ୍ତି: ଗିଲଖ୍ରୀଷ୍ଟ

୧୪୩ ରନର ବିଜୟ ଲକ୍ଷ୍ୟ  ପିଛା କରିଥିବା ଗୁଜରାଟ ଟାଇଟନ୍ସ ପାଇଁ ମଧ୍ୟ ଆରମ୍ଭରୁ ସହଜ ନଥିଲା। ଋଦ୍ଧିମାନ ଶାହ(୧୩) ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନ  ଲଢୁଆ ବ୍ୟାଟିଂ କରିଥିଲେ ହେଁ ପଞ୍ଜାବ ବୋଲର ମାପଚୁପ ବୋଲିଂ କରି ହାତ ଖୋଲିବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଗୁଜରାଟ ବ୍ୟାଟର ମଧ୍ୟ ଦ୍ରୁତ ବ୍ୟାଟିଂ କରି ପାରି ନଥିଲେ। ଶୁଭମନ ଗିଲ୍ ୩୫ ରନ ଓ ସାଇ ସୁଦର୍ଶନ ୩୧ ରନର ଉପଯୋଗୀ ଇନିଂସ ଖେଳିଥିଲେ। ମଧ୍ୟକ୍ରମରେ ଡେଭିଡ୍ ମିଲର(୪) ଓ ଅଜମତୁଲ୍ଲା ଉମରଜାଇ(୧୩) ନିରାଶ କରିଥିଲେ। ଫଳରେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। 

କିନ୍ତୁ ରାହୁଲ ତେଓ୍ଵତିଆ ଶେଷ ଆଡ଼କୁ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୮ ବଲ୍‌ରୁ ୭ ଚୌକା ସହ ୩୬ ରନ କରି ଅପରାଜିତ ଥିଲେ। ତାଙ୍କ ଏହି ଇନିଂସ ବଳରେ ଗୁଜରାଟ ମ୍ୟାଚ୍‌କୁ ୧୯.୧ ଓଭରରେ ୭ ଓ୍ଵିକେଟ୍ ହରାଇ ଜିତି ନେଇଛି। ବୋଲିଂରେ ପଞ୍ଜାବ ପକ୍ଷରୁ ହର୍ଷଲ ପଟେଲ୍ ୩ ଓଭରରେ ୧୫ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ଭଲ ବୋଲିଂ କରି ୧୯ ରନ ଦେଇ ୨ଟି ଓ୍ଵିକେଟ୍ ହାସଲ କରିଥିଲେ।