ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା…
ପାଟନା,୩୦।୧: ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ ‘ଲ୍ୟାଣ୍ଡ ଫର୍ ଜବ୍ ସ୍କାମ୍’ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ପଚରାଉଚରା କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଚରାଉଚରା କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ସେ ବାହାରିଥିଲେ। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରାଯିବାର ଦିନକ ପରେ ଇଡି ସମ୍ମୁଖରେ ସେ ହାଜର ହୋଇଥିଲେ। ଏହି ସମୟରେ ତାଙ୍କୁ ପ୍ରାୟ ୬୦ ପ୍ରଶ୍ନର ଉତ୍ତର ମଗାଯାଇଥିବା ଜଣାପଡ଼ିଛି। ତେବେ […] The post ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା… appeared first on Dharitri Odia News.
ପାଟନା,୩୦।୧: ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ ‘ଲ୍ୟାଣ୍ଡ ଫର୍ ଜବ୍ ସ୍କାମ୍’ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ପଚରାଉଚରା କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଚରାଉଚରା କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ସେ ବାହାରିଥିଲେ। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରାଯିବାର ଦିନକ ପରେ ଇଡି ସମ୍ମୁଖରେ ସେ ହାଜର ହୋଇଥିଲେ। ଏହି ସମୟରେ ତାଙ୍କୁ ପ୍ରାୟ ୬୦ ପ୍ରଶ୍ନର ଉତ୍ତର ମଗାଯାଇଥିବା ଜଣାପଡ଼ିଛି। ତେବେ ତେଜସ୍ବୀ ଇଡି କାର୍ଯ୍ୟାଳୟରୁ ବାହାରିବା ସମୟରେ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସେମାନଙ୍କୁ ସେ ହାତ ହଲାଇ ବିଜୟ ସଙ୍କେତ ନେଇ ଇଙ୍ଗିତ କରିଥିବା ଦେଖାଯାଇଥିଲା।
The post ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା… appeared first on Dharitri Odia News.