ତେଜିଲା କୃଷକ ଆନ୍ଦୋଳନ: ୧୧ ଟ୍ରେନ୍ ରଦ୍ଦ, ୨୪ ଟିର ଗତିପଥ ପରିବର୍ତ୍ତନ
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଖାପାଖି ୧୧ ଟ୍ରେନ୍ ରଦ୍ଦ କରାଯାଇଥିବା ବେଳେ ଅନ୍ୟ ୨୪ ଟ୍ରେନ୍ ଆନ୍ଦୋଳରେ ପ୍ରଭାବିତ ହୋଇଛି। ପଞ୍ଜାବ ପଟିଆଲାର ସମ୍ଭୁ ବର୍ଡରରେ ଏଭଳି ଘଟଣା ଘଟିଛି। ନିକଟରେ ଗିରଫ ୩ କୃଷକ କର୍ମକର୍ତ୍ତାଙ୍କୁ ଛାଡ଼ିଦେବାକୁ ଦାବି କରି କୃଷକମାନେ ଆନ୍ଦୋଳନ କରିଛନ୍ତି। ସମ୍ଭୁ ଷ୍ଟେସନ୍ର ରେଳପଥ ବନ୍ଦ ଥିବାରୁ ବିଭାଗୀୟ ଅଧିକାରୀ କିଛି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରିଛନ୍ତି। କିଛି ଲକ୍ଷ୍ୟ ସ୍ଥଳକୁ ହ୍ରାସ କରାଯାଇଛି। ଗିରଫ ହୋଇଥିବା ଅନିଶ ଖଟକର, ନବଦୀପ ସିଂହ, ଜଳଭେଦ ଏବଂ ଗୁରକିରତ ସିଂହଙ୍କୁ ଛାଡ଼ି ଦେବାକୁ କୃଷକ ସଂଘ ଦାବି କରିଛନ୍ତି। ଗିରଫଙ୍କ ମଧ୍ୟରୁ ଅନିଶ ଖଟକର ପଞ୍ଜାବର ଜିନ୍ଦ ଜେଲ୍ରେ ବନ୍ଦୀ ଥିବା ବେଳେ ଅନ୍ୟ ଦୁଇ ଜଣ ଅମ୍ବାଲା ସେଣ୍ଟ୍ରାଲ୍ ଜେଲ୍ରେ ବନ୍ଦୀ ରହିଛନ୍ତି।ପଢ଼ନ୍ତୁ-ଲଗଜୁରୀ ଗାଡ଼ିରେ ଆସୁଥିଲେ, ମାଆଙ୍କ ସହ ମିଶି ଚୋରି କରୁଥିଲେ: ଫିଲ୍ମ ଷ୍ଟାଇଲରେ ଲୁଟ୍ କରୁଥିବା ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ ୩ କର୍ମକର୍ତ୍ତାକୁ ଛାଡ଼ି ଦେବାକୁ ଯେଉଁ ଡେଟ୍ ଲାଇନ୍ ଦେଇଥିଲେ ବିଭାଗୀୟ ଅଧିକାରୀ କଥା ରଖିଲେ ନାହିଁ। ଏଥିପାଇଁ ଆମେ ଆନ୍ଦୋଳନ କରି ରେଳପଥ ବନ୍ଦ କରିଦେଇଛୁ। ସେମାନଙ୍କ ନ ଛାଡ଼ିବା ପର୍ଯ୍ୟନ୍ତ ଆମେ ଏମିତି ଆନ୍ଦୋଳନ ଜାରି ରଖିବୁ ବୋଲି ଜଗଜିତ ସିଂହ ଧଲ୍ଲେୱାଲ କହିଛନ୍ତି। ସମ୍ଭୁ ବର୍ଡରର ଦୁଇଟି ସ୍ଥାନରେ ବିପୁଳ ପୁଲିସ ମୁତୟନ
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଖାପାଖି ୧୧ ଟ୍ରେନ୍ ରଦ୍ଦ କରାଯାଇଥିବା ବେଳେ ଅନ୍ୟ ୨୪ ଟ୍ରେନ୍ ଆନ୍ଦୋଳରେ ପ୍ରଭାବିତ ହୋଇଛି। ପଞ୍ଜାବ ପଟିଆଲାର ସମ୍ଭୁ ବର୍ଡରରେ ଏଭଳି ଘଟଣା ଘଟିଛି। ନିକଟରେ ଗିରଫ ୩ କୃଷକ କର୍ମକର୍ତ୍ତାଙ୍କୁ ଛାଡ଼ିଦେବାକୁ ଦାବି କରି କୃଷକମାନେ ଆନ୍ଦୋଳନ କରିଛନ୍ତି।
ସମ୍ଭୁ ଷ୍ଟେସନ୍ର ରେଳପଥ ବନ୍ଦ ଥିବାରୁ ବିଭାଗୀୟ ଅଧିକାରୀ କିଛି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରିଛନ୍ତି। କିଛି ଲକ୍ଷ୍ୟ ସ୍ଥଳକୁ ହ୍ରାସ କରାଯାଇଛି। ଗିରଫ ହୋଇଥିବା ଅନିଶ ଖଟକର, ନବଦୀପ ସିଂହ, ଜଳଭେଦ ଏବଂ ଗୁରକିରତ ସିଂହଙ୍କୁ ଛାଡ଼ି ଦେବାକୁ କୃଷକ ସଂଘ ଦାବି କରିଛନ୍ତି। ଗିରଫଙ୍କ ମଧ୍ୟରୁ ଅନିଶ ଖଟକର ପଞ୍ଜାବର ଜିନ୍ଦ ଜେଲ୍ରେ ବନ୍ଦୀ ଥିବା ବେଳେ ଅନ୍ୟ ଦୁଇ ଜଣ ଅମ୍ବାଲା ସେଣ୍ଟ୍ରାଲ୍ ଜେଲ୍ରେ ବନ୍ଦୀ ରହିଛନ୍ତି।
୩ କର୍ମକର୍ତ୍ତାକୁ ଛାଡ଼ି ଦେବାକୁ ଯେଉଁ ଡେଟ୍ ଲାଇନ୍ ଦେଇଥିଲେ ବିଭାଗୀୟ ଅଧିକାରୀ କଥା ରଖିଲେ ନାହିଁ। ଏଥିପାଇଁ ଆମେ ଆନ୍ଦୋଳନ କରି ରେଳପଥ ବନ୍ଦ କରିଦେଇଛୁ। ସେମାନଙ୍କ ନ ଛାଡ଼ିବା ପର୍ଯ୍ୟନ୍ତ ଆମେ ଏମିତି ଆନ୍ଦୋଳନ ଜାରି ରଖିବୁ ବୋଲି ଜଗଜିତ ସିଂହ ଧଲ୍ଲେୱାଲ କହିଛନ୍ତି।
ସମ୍ଭୁ ବର୍ଡରର ଦୁଇଟି ସ୍ଥାନରେ ବିପୁଳ ପୁଲିସ ମୁତୟନ କରାଯାଇଛି। ୱାଟର କେନନ ବି ରଖାଯାଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ନେତୃତ୍ୱରେ ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ଏପ୍ରିଲ ୧୬ ତାରିଖରେ ସମସ୍ତ ବନ୍ଦୀଙ୍କୁ ଛାଡ଼ି ଦେବାକୁ ସମୟ ଦିଆଯାଇଥିଲା। ହେଲେ ପ୍ରଶାସନ ଆନ୍ଦୋଳନ କର୍ତ୍ତାଙ୍କୁ ନ ଛାଡ଼ିବାରୁ କୃଷକ ଆନ୍ଦୋଳନ ତେଜିଛି।