ଭୟଙ୍କର ଦୁର୍ଘଟଣା: କଲଭର୍ଟକୁ ସାମ୍ନାରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୨ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟାହ୍ନରେ ରାଜସ୍ଥାନର ଶିକାର ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ କଲଭର୍ଟରେ ପିଟି ହୋଇଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ସଲସରାରୁ ଆସୁଥିବା  ବସ୍‌ଟି ଶିକାର ଜିଲ୍ଲାର ଲକ୍ଷ୍ମଣଗଡ଼ରେ ପହଞ୍ଚିବା ପରେ ପାଣି ପାସ୍ ପାଇଁ ଲାଗିଥିବା ଏକ କଲଭର୍ଟକୁ ସିଧା ଧକ୍କା ଦେଇଥିଲା। ସାମ୍ନାପଟୁ ଧକ୍କା ହୋଇଥିବାରୁ ଏଥିରେ ବସ୍‌ରେ ଆଗପଟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟିବା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଲକ୍ଷ୍ମଣଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସଦ୍ୟତମ ତଥ୍ୟ ଅନୁସାରେ, ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ହସ୍‌ପିଟାଲ ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ଖିଚାଡ କହିଛନ୍ତି। 

ଭୟଙ୍କର ଦୁର୍ଘଟଣା: କଲଭର୍ଟକୁ ସାମ୍ନାରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୨ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟାହ୍ନରେ ରାଜସ୍ଥାନର ଶିକାର ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ କଲଭର୍ଟରେ ପିଟି ହୋଇଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। 

ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ସଲସରାରୁ ଆସୁଥିବା  ବସ୍‌ଟି ଶିକାର ଜିଲ୍ଲାର ଲକ୍ଷ୍ମଣଗଡ଼ରେ ପହଞ୍ଚିବା ପରେ ପାଣି ପାସ୍ ପାଇଁ ଲାଗିଥିବା ଏକ କଲଭର୍ଟକୁ ସିଧା ଧକ୍କା ଦେଇଥିଲା। ସାମ୍ନାପଟୁ ଧକ୍କା ହୋଇଥିବାରୁ ଏଥିରେ ବସ୍‌ରେ ଆଗପଟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟିବା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଲକ୍ଷ୍ମଣଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସଦ୍ୟତମ ତଥ୍ୟ ଅନୁସାରେ, ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ହସ୍‌ପିଟାଲ ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ଖିଚାଡ କହିଛନ୍ତି।