ଘାଟିରେ ପଡିଛି ଯୁବକଙ୍କ ଅଧା ମୃତଦେହ, ଆଉ ଅଧା କେଉଁଠି ହୋଇନି ଠାବ
ଉମରକୋଟ ୧୯।୧୨: ଘାଟିରେ ପଡିଛି ଅଧା ମୃତଦେହ । ଦୁର୍ଘଟଣାରେ ମୃତ୍ୟୁ ସନ୍ଦେହ । ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ଅଣ୍ଟା ଯାଏଁ ଥିବା ଅଧା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଚକାମାଲ ଗ୍ରାମର ବଜନାଥ ପୋଡ଼ଙ୍କ ପୁଅ ତୁଳସୀ ପୋଡ଼ । ତେବେ ତୁଳସୀଙ୍କ ମୃତ୍ୟୁ କେଉଁ ଅଜଣା ଗାଡି ଧକ୍କାରେ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଶରୀରର ଅଧା ଅଂଶ ରାସ୍ତା ସହିତ ମିଶି ଯାଇଥିବା ବେଳେ ଅଧା ରାସ୍ତା କଡରେ ପଡିରହିଥିବା ଦେଖିବାକୁ ମିଳିଛି । ଖବର ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ତୁଳସୀ ପୋଡ଼ ଏବଂ ତାଙ୍କ ଜଣେ ସାଙ୍ଗ ସୋମବାର ଝରିଗାଁ ଆସିଥିଲେ । ତେବେ ତୁଳସୀଙ୍କ ସାଙ୍ଗ ରାତିରେ ଝରିଗାଁରେ ରହିଯାଇଥିଲେ । ତୁଳସୀ ଝରିଗାଁ ନିକଟସ୍ଥ କର୍ଲାପଡାର ନିଜ ଶ୍ବଶୁର ଘରକୁ ଯାଇ ଫେରୁଥିବା ସମୟରେ କେଉଁ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି । ବର୍ତ୍ତମାନ ଯାଏ ତୁଳସୀଙ୍କ ଅଧାଦେହ କେଉଁଠି ପଡିଛି ତାହା ଠାବ ହୋଇ ପାରିନାହିଁ । You Can Read : https://www.prameyanews7.com/skeleton-found-from-cashew-forest-in-keonjhar-district/ The post ଘାଟିରେ ପ
ଉମରକୋଟ ୧୯।୧୨: ଘାଟିରେ ପଡିଛି ଅଧା ମୃତଦେହ । ଦୁର୍ଘଟଣାରେ ମୃତ୍ୟୁ ସନ୍ଦେହ । ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ଅଣ୍ଟା ଯାଏଁ ଥିବା ଅଧା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଚକାମାଲ ଗ୍ରାମର ବଜନାଥ ପୋଡ଼ଙ୍କ ପୁଅ ତୁଳସୀ ପୋଡ଼ । ତେବେ ତୁଳସୀଙ୍କ ମୃତ୍ୟୁ କେଉଁ ଅଜଣା ଗାଡି ଧକ୍କାରେ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଶରୀରର ଅଧା ଅଂଶ ରାସ୍ତା ସହିତ ମିଶି ଯାଇଥିବା ବେଳେ ଅଧା ରାସ୍ତା କଡରେ ପଡିରହିଥିବା ଦେଖିବାକୁ ମିଳିଛି । ଖବର ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ତୁଳସୀ ପୋଡ଼ ଏବଂ ତାଙ୍କ ଜଣେ ସାଙ୍ଗ ସୋମବାର ଝରିଗାଁ ଆସିଥିଲେ । ତେବେ ତୁଳସୀଙ୍କ ସାଙ୍ଗ ରାତିରେ ଝରିଗାଁରେ ରହିଯାଇଥିଲେ । ତୁଳସୀ ଝରିଗାଁ ନିକଟସ୍ଥ କର୍ଲାପଡାର ନିଜ ଶ୍ବଶୁର ଘରକୁ ଯାଇ ଫେରୁଥିବା ସମୟରେ କେଉଁ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି । ବର୍ତ୍ତମାନ ଯାଏ ତୁଳସୀଙ୍କ ଅଧାଦେହ କେଉଁଠି ପଡିଛି ତାହା ଠାବ ହୋଇ ପାରିନାହିଁ ।
You Can Read :
The post ଘାଟିରେ ପଡିଛି ଯୁବକଙ୍କ ଅଧା ମୃତଦେହ, ଆଉ ଅଧା କେଉଁଠି ହୋଇନି ଠାବ appeared first on Prameya News7.