ରାଜପଥରେ ଚାଲୁଛି ଗଜରାଜ, ଏସ୍କର୍ଟ ଦେଉଛି ବନ ବିଭାଗ...
ଭଦ୍ରକ ୦୪।୦୪ : ରାଜ୍ୟ ରାଜପଥରେ ଗଜରାଜ । ଭଦ୍ରକ ସହରରେ ପଶିଲା ହାତୀ । ହଦଗଡ଼ ଜଙ୍ଗଲରୁ ବାହାରି ସହରରେ ପଶିଛି ଦନ୍ତା ହାତୀ । ଯାହାକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ପୋଲିସ ନାକେଦମ୍ ହେଲେଣି । ରାଜ୍ୟ ରାଜପଥରେ ଗଜରାଜ୍ । ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ ଏବଂ ପୋଲିସ୍ l ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ଭଦ୍ରକ ଭିତରେ ପଶିଛି ହାତୀ । ରାସ୍ତା ମଝିରେ ହାତୀ ଯାଉଥିବା ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏପିରିକି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି l ତେବେ କେନ୍ଦୁଝର ହାଟଡିହି ଅଞ୍ଚଳରୁ ରାତ୍ରୀ ସମୟରୁ ହାତୀଟି ବନ୍ତ ଅଞ୍ଚଳକୁ ଆସିଥିବା ହଦଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ହାତୀ ଏବେ ଭଦ୍ରକ ସହର ନିକଟ ରାନ୍ଦୀଆ ରାମକୃଷ୍ଣପୁର ନିକଟରେ ରହିଛି । ବନବିଭାଗ ଓ ପୋଲିସ ଟିମ ହାତୀକୁ ଏସ୍କାର୍ଟ ଦେଉଛି । ଲୋକଙ୍କୁ ଭିଡ ନକରିବା ପାଇଁ ପରାମର୍ଶ ଦେଇଛି ବନବିଭାଗ।
ଭଦ୍ରକ ୦୪।୦୪ : ରାଜ୍ୟ ରାଜପଥରେ ଗଜରାଜ । ଭଦ୍ରକ ସହରରେ ପଶିଲା ହାତୀ । ହଦଗଡ଼ ଜଙ୍ଗଲରୁ ବାହାରି ସହରରେ ପଶିଛି ଦନ୍ତା ହାତୀ । ଯାହାକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ପୋଲିସ ନାକେଦମ୍ ହେଲେଣି ।

ରାଜ୍ୟ ରାଜପଥରେ ଗଜରାଜ୍ । ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ ଏବଂ ପୋଲିସ୍ l ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ଭଦ୍ରକ ଭିତରେ ପଶିଛି ହାତୀ । ରାସ୍ତା ମଝିରେ ହାତୀ ଯାଉଥିବା ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏପିରିକି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି l ତେବେ କେନ୍ଦୁଝର ହାଟଡିହି ଅଞ୍ଚଳରୁ ରାତ୍ରୀ ସମୟରୁ ହାତୀଟି ବନ୍ତ ଅଞ୍ଚଳକୁ ଆସିଥିବା ହଦଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ହାତୀ ଏବେ ଭଦ୍ରକ ସହର ନିକଟ ରାନ୍ଦୀଆ ରାମକୃଷ୍ଣପୁର ନିକଟରେ ରହିଛି । ବନବିଭାଗ ଓ ପୋଲିସ ଟିମ ହାତୀକୁ ଏସ୍କାର୍ଟ ଦେଉଛି । ଲୋକଙ୍କୁ ଭିଡ ନକରିବା ପାଇଁ ପରାମର୍ଶ ଦେଇଛି ବନବିଭାଗ।