ତେଜିଲା ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ମଧ୍ୟରେ ବିବାଦ

ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ଦୋଷ ଲଦାଲଦି ।

ତେଜିଲା ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ମଧ୍ୟରେ ବିବାଦ

ତେଜିଲା କଟକ ଏସସିବି ମେଡିକାଲରେ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନ ମଧ୍ୟରେ ବିବାଦ। ଆସନ୍ତାକାଲିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ହାଉସ୍ ସର୍ଜନ। ଆନ୍ଦୋଳନ ସମୟରେ ଇମରଜେନ୍ସି ଡ୍ୟୁଟି, ଲେବର୍ ରୁମ୍, କାଜୁଆଲଟି ଓ ଏନଟିସି ଡ୍ୟୁଟି କରିବେ। ଆଉଟଡୋର, ୱାର୍ଡ, ଆଇସିୟୁ, ଓଟିରେ କାର୍ଯ୍ୟ କରିବେ ନାହିଁ ହାଉସ ସର୍ଜନ।

ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏସସିବି ମେଡିକାଲ ଅଧିକ୍ଷକଙ୍କୁ ହାଉସ୍ ସର୍ଜନ ସଂଘ ତରଫରୁ କାର୍ଯ୍ୟବନ୍ଦ ନେଇ ଦାବି ପତ୍ର ପ୍ରଦାନ କରାଯାଇଛି। 

ରବିବାର ସଂଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସ ମାନେ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରାଉ କରିଥିଲେ। ସେହିଭଳି ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିଅର୍ ଡାକ୍ତର।