ତେଜିଲା ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ୧୦୦ ଲିଟରରୁ ଊର୍ଦ୍ଧ୍ୱ ପୋଚକୁ ନଷ୍ଟ କଲେ

ଆଠଗଡ଼: ନିଶା ଏମିତି ଏକ ଖରାପ ଅଭ୍ୟାସ, ଯିଏ ଏହାର କବଳରେ ଥରେ ପଡ଼ିଛି ତାହାର ପରିବାର ଛାରଖାର ହୋଇଯିବା ଥୟ।  ଏହି ନିଶାକୁ ନିବାରଣ ପାଇଁ ଅଣ୍ଟା ଭିଡିଛନ୍ତି ଏଠାକାର ମହିଳାମାନେ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତରେ ଚାଲିଥିବା ନିଶାନିବାରଣ ପଦଯାତ୍ରା ବେଳେ ସରଧାପୁର ଗ୍ରାମରେ ମଦକୁ ବିରୋଧ କରି ପ୍ରାୟ ୧୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ପୋଚକୁ ନଷ୍ଟ କରିଛନ୍ତି ମହିଳା।ଏହି ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀମଦ ପ୍ରସ୍ତୁତି ବୃଦ୍ଧି ପାଉଛି। ଏହାର ପ୍ରଭାବ ଅଞ୍ଚଳର ଶିକ୍ଷିତ ଯୁବପିଢି ଉପରେ ପଡୁଛି । ବାରମ୍ୱାର ଅବକାରୀ ବିଭାଗକୁ ଜଣେଇ ବି ସେମାନେ କେବଳ ଚଢ଼ଉରେ ସୀମିତ ରହିଛି। ସେପଟେ ମାଫିଆ ମାନେ ଖସି ଯାଉଥିବା ଅଭିଯୋଗ ଆଣିଛନ୍ତି ମହିଳାମାନେ।

ତେଜିଲା ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ୧୦୦ ଲିଟରରୁ ଊର୍ଦ୍ଧ୍ୱ ପୋଚକୁ ନଷ୍ଟ କଲେ

ଆଠଗଡ଼: ନିଶା ଏମିତି ଏକ ଖରାପ ଅଭ୍ୟାସ, ଯିଏ ଏହାର କବଳରେ ଥରେ ପଡ଼ିଛି ତାହାର ପରିବାର ଛାରଖାର ହୋଇଯିବା ଥୟ।  ଏହି ନିଶାକୁ ନିବାରଣ ପାଇଁ ଅଣ୍ଟା ଭିଡିଛନ୍ତି ଏଠାକାର ମହିଳାମାନେ। 

କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତରେ ଚାଲିଥିବା ନିଶାନିବାରଣ ପଦଯାତ୍ରା ବେଳେ ସରଧାପୁର ଗ୍ରାମରେ ମଦକୁ ବିରୋଧ କରି ପ୍ରାୟ ୧୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ପୋଚକୁ ନଷ୍ଟ କରିଛନ୍ତି ମହିଳା।


ଏହି ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀମଦ ପ୍ରସ୍ତୁତି ବୃଦ୍ଧି ପାଉଛି। ଏହାର ପ୍ରଭାବ ଅଞ୍ଚଳର ଶିକ୍ଷିତ ଯୁବପିଢି ଉପରେ ପଡୁଛି । ବାରମ୍ୱାର ଅବକାରୀ ବିଭାଗକୁ ଜଣେଇ ବି ସେମାନେ କେବଳ ଚଢ଼ଉରେ ସୀମିତ ରହିଛି। ସେପଟେ ମାଫିଆ ମାନେ ଖସି ଯାଉଥିବା ଅଭିଯୋଗ ଆଣିଛନ୍ତି ମହିଳାମାନେ।