ତେଜିଲା ରାଜଭବନକୁ ଟାର୍ଗେଟ୍ ପଲିଟିକ୍ସ
ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।
ରାଜଭବନରେ ରାଜ୍ୟପାଳ-ହିମନ୍ତ-ମୋହନ ଭେଟଘାଟ ଏବଂ ପୂର୍ବତନ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତେଜିଲା ରାଜନୈତିକ ବିବାଦ। ବିଜେଡିର ଅଭିଯୋଗ ପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟାଳୟ କହିଛି, ଓଡ଼ିଶା ଗସ୍ତ ବେଳେ ପ୍ରୋଟୋକଲ୍ ଦୃଷ୍ଟିରୁ ରାଜଭବନରେ ରହିଥିଲେ, ଏହାକୁ ଅଯଥା ରାଜନୈତିକ ରଙ୍ଗ ଦିଆ ନଯାଉ। ଯାହା ପରେ ରାଜନୀତି ଆହୁରି ତେଜିଛି। ତେଣେ ବିଜେପି କହିଛି, ରାଜନୀତିରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାରେ ବିଜେଡି ସିଦ୍ଧହସ୍ତ।