ତେନଜିଂ ନର୍ଗେଙ୍କ ଗାଁ ଥମେରେ ପ୍ରଳୟ ରଚିଲା ଏଭରେଷ୍ଟ, ଗ୍ଲାସିୟର ବ୍ଲାଷ୍ଟରେ ଉଜୁଡିଗଲା

କାଠମାଣ୍ଡୁ : ନେପାଳର ଶେରପାଙ୍କ ଲାଗି ପ୍ରଶିଦ୍ଧ ଗାଁ ଥମେରେ ବିପର୍ଯ୍ୟୟ ରଚିଛି ପ୍ରକୃତି। କେରଳର ୱାୟନାଡ ଭଳି ଭସେଇ ନେଇଛି ଗାଁକୁ। ଶୁକ୍ରବାର ମଧ୍ୟାହ୍ନରେ ଏଭେରେଷ୍ଟରୁ ଅଚାନକ ଗାଁକୁ ଫ୍ଲାସ୍ ଫ୍ଲୋଡ ମାଡିଆସିଥିଲା। ମନେ କରାଯାଉଛି ଗ୍ଲାସିୟର ଲେକ ଆଉଟବ୍ରଷ୍ଟ ଫ୍ଲଡ ହୋଇଛି। ଥମେ ଏଭରେଷ୍ଟକୁ ସର୍ବ ପ୍ରଥମେ ଆରୋହଣ କରିଥିବା ଶେରପା ତେନଜିଂ ନର୍ଗେଙ୍କ ଗାଁ। ଏହି ଗାଁର ଅଧାରୁ ଅଧିକ ଘର ଏବେ କାଦୁଅରେ ପୋତି ହୋଇପଡିଛି। ଏଭରେଷ୍ଟରୁ ମାଡି ଆସୁଥିବା ଜଳ ପ୍ରଳୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଅତ୍ୟନ୍ତ ଭୟାନକ ଓ ଡରାଇବା ଭଳି। ଏହି ବନ୍ୟାରେ ୩ଟି ଘର ଓ ଗୋଟିଏ ହୋଟେଲ ନଷ୍ଟ ହୋଇଥିବା ବେଳେ ୫ରୁ ୬ଟି ଘର ବିପଦରେ ଅଛନ୍ତି। ସୋଲୁଖୁମ୍ଭୁ ଡିଏସପି ଦ୍ୱାରିକା ପ୍ରସାଦ ଧିମିରେ କହିଛନ୍ତି ଯେ ଗାଁରେ ଏବେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଥମେ ନଦୀରେ ଅଚାନକ ବନ୍ୟା ଆସିବାରୁ ଏଭଳି ବିପର୍ଯ୍ୟୟ ହୋଇଛି। 16 Ağustos 2024 Thame Solukhumbu Nepal ????????Nepal'in Solukhumbu bölgesinde yaklaşık 3400 mt yükseklikte bir buzul gölünün erimesi ve taşmasıyla bölgede daha önce görülmemiş büyüklükte sel meydana geldi. pic.twitter.com/t6IOaoe8wW— Hermes (@hermesisos) August 16, 2024ନଦୀରେ ପାଣି ଉଛୁଳିବାରୁ ଏହାର ଶାଖା ନଦୀ ଦୁଧକୋଶୀରେ ମ

ତେନଜିଂ ନର୍ଗେଙ୍କ ଗାଁ ଥମେରେ ପ୍ରଳୟ ରଚିଲା ଏଭରେଷ୍ଟ,  ଗ୍ଲାସିୟର ବ୍ଲାଷ୍ଟରେ ଉଜୁଡିଗଲା

କାଠମାଣ୍ଡୁ : ନେପାଳର ଶେରପାଙ୍କ ଲାଗି ପ୍ରଶିଦ୍ଧ ଗାଁ ଥମେରେ ବିପର୍ଯ୍ୟୟ ରଚିଛି ପ୍ରକୃତି। କେରଳର ୱାୟନାଡ ଭଳି ଭସେଇ ନେଇଛି ଗାଁକୁ। ଶୁକ୍ରବାର ମଧ୍ୟାହ୍ନରେ ଏଭେରେଷ୍ଟରୁ ଅଚାନକ ଗାଁକୁ ଫ୍ଲାସ୍ ଫ୍ଲୋଡ ମାଡିଆସିଥିଲା। ମନେ କରାଯାଉଛି ଗ୍ଲାସିୟର ଲେକ ଆଉଟବ୍ରଷ୍ଟ ଫ୍ଲଡ ହୋଇଛି। ଥମେ ଏଭରେଷ୍ଟକୁ ସର୍ବ ପ୍ରଥମେ ଆରୋହଣ କରିଥିବା ଶେରପା ତେନଜିଂ ନର୍ଗେଙ୍କ ଗାଁ। ଏହି ଗାଁର ଅଧାରୁ ଅଧିକ ଘର ଏବେ କାଦୁଅରେ ପୋତି ହୋଇପଡିଛି। 

ଏଭରେଷ୍ଟରୁ ମାଡି ଆସୁଥିବା ଜଳ ପ୍ରଳୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଅତ୍ୟନ୍ତ ଭୟାନକ ଓ ଡରାଇବା ଭଳି। ଏହି ବନ୍ୟାରେ ୩ଟି ଘର ଓ ଗୋଟିଏ ହୋଟେଲ ନଷ୍ଟ ହୋଇଥିବା ବେଳେ ୫ରୁ ୬ଟି ଘର ବିପଦରେ ଅଛନ୍ତି। ସୋଲୁଖୁମ୍ଭୁ ଡିଏସପି ଦ୍ୱାରିକା ପ୍ରସାଦ ଧିମିରେ କହିଛନ୍ତି ଯେ ଗାଁରେ ଏବେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଥମେ ନଦୀରେ ଅଚାନକ ବନ୍ୟା ଆସିବାରୁ ଏଭଳି ବିପର୍ଯ୍ୟୟ ହୋଇଛି। 


ନଦୀରେ ପାଣି ଉଛୁଳିବାରୁ ଏହାର ଶାଖା ନଦୀ ଦୁଧକୋଶୀରେ ମଧ୍ୟ ବନ୍ୟା ଆସିଛି। ଏଣୁ ପ୍ରଶାସନ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାହାର କରି ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ କହିଛି। ହିମାଲୟନ ଟାଇମ୍ସ ସମ୍ବାଦପତ୍ର ଅନୁସାରେ ଥେଙ୍ଗବୋ ଗ୍ଲାସିୟର ଭାଙ୍ଗିଛି।  ଏହି ଗ୍ଲାସିୟରରେ କେତେକ ପୋଖରୀ ହୋଇଯାଇଥିଲା। ଏହି ପୋଖରୀ ବନ୍ଧ ଭାଙ୍ଗି ଏପରି ବିପର୍ଯ୍ୟୟ ସୃଷ୍ଟି କରିଛି। ଥମେ ଗାଁର ଅଧାରୁ ଅଧିକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ତେବେ ଗ୍ଲାସିୟରର ପୋଖରୀ ବନ୍ଧ ଭାଙ୍ଗିଥିବା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି କାଠମାଣ୍ଡୁ ପୋଷ୍ଟ ରିପୋର୍ଟରେ କୁହାଯାଇଛି। ତେବେ ଅଞ୍ଚଳରେ ବର୍ଷା ଜାରି ରହିଛି। ହୁଏତ ବର୍ଷା ପାଇଁ ମଧ୍ୟ ଏପରି ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି। 


ଥମେ ଗାଁ ଖୁମ୍ଭୁ ଘାଟିର ୧୨,୫୦୦ ଫୁଟ ଉଚ୍ଚତା ନାମଚେ ବଜାର ନିକଟରେ ରହିଛି। ଏଭେରେଷ୍ଟ ଚଢାଳୀମାନେ ଏହିଠାରୁ ସେମାନଙ୍କ ଯାତ୍ରା ଆରମ୍ଭ କରନ୍ତି। ଏହି ଗାଁରୁ ତେନଜିଂ ନର୍ଗେଙ୍କ ଭଳି ଅନେକ ପ୍ରଶିଦ୍ଧ ସେରପା ସୃଷ୍ଟି ହୋଇଛନ୍ତି। ଅପା ଶେରପା, କମି ରିତା ଶେରପା ମଧ୍ୟ ଏହି ଗାଁର।