ତେରାପନ୍ଥ ମହିଳା ମଣ୍ଡଳ ତରଫରୁ ସର୍ବ ଭାରତୀୟ ଯାତ୍ରା ଆରମ୍ଭ

କଟକ ୧୮।୧: ମଣିଷ ଜୀବନର ଲକ୍ଷ୍ୟ କେବଳ ଭୌତିକ ସୁଖ ହାସଲ କରିବା ନୁହେଁ ବରଂ ଆଧ୍ୟାତ୍ମିକତା ମାର୍ଗରେ ଜୀବନ ପରିଚାଳିତ ହେଲେ ପ୍ରକୃତ ସୁଖ ମିଳିବ, ଏହିଭଳି ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ତେରାପନ୍ଥ ମହିଳା ମଣ୍ଡଳ ତରଫରୁ ସର୍ବ ଭାରତୀୟ ଯାତ୍ରା ଆରମ୍ଭ ହୋଇଛି । ଶନିବାର ଏହି ସଂଗଠନର ରାଷ୍ଟ୍ରୀୟ ସଭାନେତ୍ରୀ କଟକ ଗସ୍ତରେ ଆସି ଉପସ୍ଥିତ ମହିଳା ମାନଙ୍କୁ ସମ୍ବୋଧିତ କରିଛନ୍ତି । ଏବେର ନାରୀ ପ୍ରଥମେ ନିଜ ଜୀବନର ଲକ୍ଷ୍ୟ ଚୟନ କରନ୍ତୁ, ପରେ ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ଚେଷ୍ଟା ଜାରି ରଖିବା ଲାଗି ଆୟୋଜିତ ସମ୍ମେଳନରେ ଡାକରା ଦିଆଯାଇଛି । କଟକ କାଠଗଡା ସାହି ତେରାପନ୍ଥ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ ଶହ ମହିଳା ଯୋଗ ଦେଇଛନ୍ତି ।You Can Read:ଖସଡ଼ା ଦୋଳିରେ ଖେଳୁଥିବା ବେଳେ ଭାଙ୍ଗିଗଲା କଂକ୍ରିଟ୍ ଓ୍ବାଲ୍, ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ତେରାପନ୍ଥ ମହିଳା ମଣ୍ଡଳ ତରଫରୁ ସର୍ବ ଭାରତୀୟ ଯାତ୍ରା ଆରମ୍ଭ

କଟକ ୧୮।୧: ମଣିଷ ଜୀବନର ଲକ୍ଷ୍ୟ କେବଳ ଭୌତିକ ସୁଖ ହାସଲ କରିବା ନୁହେଁ ବରଂ ଆଧ୍ୟାତ୍ମିକତା ମାର୍ଗରେ ଜୀବନ ପରିଚାଳିତ ହେଲେ ପ୍ରକୃତ ସୁଖ ମିଳିବ, ଏହିଭଳି ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ତେରାପନ୍ଥ ମହିଳା ମଣ୍ଡଳ ତରଫରୁ ସର୍ବ ଭାରତୀୟ ଯାତ୍ରା ଆରମ୍ଭ ହୋଇଛି । ଶନିବାର ଏହି ସଂଗଠନର ରାଷ୍ଟ୍ରୀୟ ସଭାନେତ୍ରୀ କଟକ ଗସ୍ତରେ ଆସି ଉପସ୍ଥିତ ମହିଳା ମାନଙ୍କୁ ସମ୍ବୋଧିତ କରିଛନ୍ତି । ଏବେର ନାରୀ ପ୍ରଥମେ ନିଜ ଜୀବନର ଲକ୍ଷ୍ୟ ଚୟନ କରନ୍ତୁ, ପରେ ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ଚେଷ୍ଟା ଜାରି ରଖିବା ଲାଗି ଆୟୋଜିତ ସମ୍ମେଳନରେ ଡାକରା ଦିଆଯାଇଛି । କଟକ କାଠଗଡା ସାହି ତେରାପନ୍ଥ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩ ଶହ ମହିଳା ଯୋଗ ଦେଇଛନ୍ତି ।


You Can Read:

ଖସଡ଼ା ଦୋଳିରେ ଖେଳୁଥିବା ବେଳେ ଭାଙ୍ଗିଗଲା କଂକ୍ରିଟ୍ ଓ୍ବାଲ୍, ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ