‘ତେଲ ଓ ପାଣି କେବେ ମିଶିବେନି’

ଦୁଇ ନେତା ଗୋଟିଏ ଦଳରେ ଥାଇ ଅଲଗା ଅଲଗା ସଭା ସମିତି କରୁଛନ୍ତି। ଦୁହେଁ ନିଜର ଅଲଗା ଅଲଗା କାର୍ଯ୍ୟାଳୟ କରିଛନ୍ତି।

‘ତେଲ ଓ ପାଣି କେବେ ମିଶିବେନି’

ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡି ବିଜେଡିରେ ମିଶିବା ପରେ ନୀଳଗିରି ବିଜେଡିରେ ଦେଖା ଦେଇଛି ଅକଳ ସ୍ଥିତି। ସୁକାନ୍ତ ଟିକେଟ ଆଶାୟୀ ଥିବା ବେଳେ ସନ୍ତୋଷ ଖଟୁଆ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ଦୁହେଁ ଏକାଠି ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ କହି ଦେଇଛନ୍ତି ସନ୍ତୋଷ। ସେ କହିଛନ୍ତି-  ତେଲ ଓ ପାଣି କେବେ ମିଶିବେନି। 

ସାଧାରଣରେ ବି ଏହା ଦେଖିବାକୁ ମିଳୁଛି। ଦୁଇ ନେତା ଗୋଟିଏ ଦଳରେ ଥାଇ ଅଲଗା ଅଲଗା ସଭା ସମିତି କରୁଛନ୍ତି। ଦୁହେଁ ନିଜର ଅଲଗା ଅଲଗା କାର୍ଯ୍ୟାଳୟ କରିଛନ୍ତି। ନିଜ ନିଜର ସଂଗଠନକୁ ନେଇ ଟିକେଟ ଆଶାରେ ଲାଗି ପଡ଼ିଛନ୍ତି ଦୁଇ ନେତା। ଦୁଇ ନେତା ପରସ୍ପରଠାରୁ ଅଲଗା ରହିଥିବାବେଳେ ଅନେକ ସ୍ଥାନରେ କର୍ମୀମାନେ ସାମ୍ନାସାମ୍ନି ହୋଇଛନ୍ତି।