ତେଲ ନଦୀ ଉପରେ ୪ ଫୁଟର ବନ୍ୟାଜଳ, କେନ୍ଦୁଝର ଓ ମୟୁରଭଞ୍ଜରେ ଯୋଗାଯୋଗ ବିଛିନ୍ନ

ପାଟଣା ୨୭/୦୭: ଲଗାଣ ବର୍ଷା ଯୋଗୁଁ ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ । ପ୍ରଭାବରେ ପ୍ରବାହିତ କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଛିନ୍ନ । ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ  ଦାମାହୁଦା ପଞ୍ଚାୟତ କୁମୁଳା ବାହାଳୀ ନିକଟରେ ଥିବା ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଉଭୟ ମୟୁରଭଞ୍ଜ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଉପର ମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ତେଲ ନଦୀର ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି, ଫଳରେ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି l ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି l ଯାହା ଫଳରେ ଯାତାୟତରେ ବାଧା ଉପୁଜିଛି । 

ତେଲ ନଦୀ ଉପରେ ୪ ଫୁଟର ବନ୍ୟାଜଳ, କେନ୍ଦୁଝର ଓ ମୟୁରଭଞ୍ଜରେ ଯୋଗାଯୋଗ ବିଛିନ୍ନ

ପାଟଣା ୨୭/୦୭: ଲଗାଣ ବର୍ଷା ଯୋଗୁଁ ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ । ପ୍ରଭାବରେ ପ୍ରବାହିତ କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଛିନ୍ନ । 

ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ  ଦାମାହୁଦା ପଞ୍ଚାୟତ କୁମୁଳା ବାହାଳୀ ନିକଟରେ ଥିବା ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଉଭୟ ମୟୁରଭଞ୍ଜ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । 

ଉପର ମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ତେଲ ନଦୀର ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି, ଫଳରେ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି l ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଛି l ଯାହା ଫଳରେ ଯାତାୟତରେ ବାଧା ଉପୁଜିଛି ।