ତେଲେଙ୍ଗାନାରେ ବସ୍-ଟକ୍କ ଧକ୍କା; ଚାଲିଗଲା ୪ ଜୀବନ, ୧୭ ଆହତ

ନୂଆଦିଲ୍ଲୀ ୨୦।୦୫; ତେଲେଙ୍ଗାନା ଭିକାରାବାଦ ଜିଲ୍ଲା ପାରିଗି ଥାନାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ଭିକାରାବାଦ ଜିଲ୍ଲା ପୋଲିସ ସୁପରିଟେଣ୍ଡଣ୍ଟ କେ. ନାରାୟଣନ ରେଡ୍ଡୀଙ୍କ ପକ୍ଷରୁ ସୂଚନା ମିଳିଛି ।ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳ ବିଜାପୁର- ହାଇଦ୍ରାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି । ରାସ୍ତା କଡ଼ରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା । ଏହି ସମୟରେ ଏକ ଟୁରିଷ୍ଟ ବସ୍‌ ଟ୍ରକ ସହ ପିଟି ହୋଇଥିଲା । ଏହି ବସ୍‌ଟି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନେ ଫେରୁଥିଲେ । ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣ ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଥିଲେ । ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ୬ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଆହତଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ବସ୍‌ଟି କିପରି ଆସି ଟ୍ରକରେ ପିଟି ହେଲା ତାହାର କାରଣ ଜଣାପଡିନାହିଁ । ହୁଏତ ବସ୍‌ ଚାଳକ ନିୟନ୍ତ୍ରଣ ହରାଇଥିବେ ନଚେତ୍ ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜ

ତେଲେଙ୍ଗାନାରେ ବସ୍-ଟକ୍କ ଧକ୍କା; ଚାଲିଗଲା ୪ ଜୀବନ, ୧୭ ଆହତ

ନୂଆଦିଲ୍ଲୀ ୨୦।୦୫; ତେଲେଙ୍ଗାନା ଭିକାରାବାଦ ଜିଲ୍ଲା ପାରିଗି ଥାନାରେ ଭୟଙ୍କର ସଡ଼କ ଦୁର୍ଘଟଣା। ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ଭିକାରାବାଦ ଜିଲ୍ଲା ପୋଲିସ ସୁପରିଟେଣ୍ଡଣ୍ଟ କେ. ନାରାୟଣନ ରେଡ୍ଡୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଭିକାରାବାଦ ଜିଲ୍ଲା ପାରିଗି ଥାନା ଅଞ୍ଚଳ ବିଜାପୁର- ହାଇଦ୍ରାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି । ରାସ୍ତା କଡ଼ରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା । ଏହି ସମୟରେ ଏକ ଟୁରିଷ୍ଟ ବସ୍‌ ଟ୍ରକ ସହ ପିଟି ହୋଇଥିଲା । ଏହି ବସ୍‌ଟି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନେ ଫେରୁଥିଲେ । ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୩ ଜଣ ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଥିଲେ । ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ୬ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଆହତଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ବସ୍‌ଟି କିପରି ଆସି ଟ୍ରକରେ ପିଟି ହେଲା ତାହାର କାରଣ ଜଣାପଡିନାହିଁ । ହୁଏତ ବସ୍‌ ଚାଳକ ନିୟନ୍ତ୍ରଣ ହରାଇଥିବେ ନଚେତ୍ ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।