ତ୍ରୁଟି ସୁଧାରିବା ପାଇଁ ଚାଲିଛି ସମୀକ୍ଷା: ମନମୋହନ
ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଗଠନ କରିଛି। ହେଲେ ରାୟଗଡ଼ା ଜିଲାରେ ଦଳ ଆଶାନୁରୂପ ସଫଳତା ପାଇପାରି ନାହିଁ ବୋଲି ଶନିବାର ରାୟଗଡ଼ା ଗସ୍ତରେ ଥିବା ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଗତ ନିର୍ବାଚନରେ ଜିଲାର ୩ ବିଧାନସଭା ଆସନରେ ଭାଜପା ତୃତୀୟ ସ୍ଥାନରେ ରହିଛି। ଦଳର ସାଙ୍ଗଠନିକ ସ୍ଥିତି ଦୁର୍ବଳ ଥିବା ନେଇ କମିଟି ରିପୋର୍ଟ ଦେଇଛି। ଉକ୍ତ ରିପୋର୍ଟକୁ ଦେଖିବା ପରେ ଦଳ ତ୍ରୁଟି […] The post ତ୍ରୁଟି ସୁଧାରିବା ପାଇଁ ଚାଲିଛି ସମୀକ୍ଷା: ମନମୋହନ appeared first on Dharitri Odia News.
ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଗଠନ କରିଛି। ହେଲେ ରାୟଗଡ଼ା ଜିଲାରେ ଦଳ ଆଶାନୁରୂପ ସଫଳତା ପାଇପାରି ନାହିଁ ବୋଲି ଶନିବାର ରାୟଗଡ଼ା ଗସ୍ତରେ ଥିବା ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଗତ ନିର୍ବାଚନରେ ଜିଲାର ୩ ବିଧାନସଭା ଆସନରେ ଭାଜପା ତୃତୀୟ ସ୍ଥାନରେ ରହିଛି। ଦଳର ସାଙ୍ଗଠନିକ ସ୍ଥିତି ଦୁର୍ବଳ ଥିବା ନେଇ କମିଟି ରିପୋର୍ଟ ଦେଇଛି। ଉକ୍ତ ରିପୋର୍ଟକୁ ଦେଖିବା ପରେ ଦଳ ତ୍ରୁଟି ସୁଧାରି ଆଗକୁ ବଢ଼ିବ ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଜିଲାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମନମୋହନ କହିଛନ୍ତି। ତେବେ ଭାଜପାର ଭୋଟ ହାର ୨୦୧୯ ନିର୍ବାଚନ ଅପେକ୍ଷା ୨୦୨୪ରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ନିର୍ବାଚନ ସମୟରେ ଟିକେଟ ଛକାପଞ୍ଝାରେ ଭାଜପା ବିଭିନ୍ନ ଭାଗରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ସମ୍ଭବତଃ ତାହାକୁ ଦେଖି ଜନସାଧାରଣ ଜିଲାରେ ଭାଜପାକୁ ପ୍ରତ୍ୟାଖାନ କରିଥାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଲଗାତର ଆସନ ହାତେଇ ଥିବା ବିଜେଡିର ମଧ୍ୟ ଗୋଷ୍ଠୀ କନ୍ଦଳ ପରାଜୟର କାରଣ ପାଲଟିଛି। ତେଣୁ କଂଗ୍ରେସ ଏଠାରୁ ଫାଇଦା ନେଇଛି। ଜିଲାର ୩ଟି ବିଧାନସଭା ଆସନ ଦଖଲ ସହିତ ଦ୍ୱିତୀୟ ଥର ପାଇଁ କଂଗ୍ରେସ କୋରାପୁଟ ଲୋକ ସଭା ଆସନରେ ପାଇଥିବା ବିପୁଳ ଭୋଟରେ ରାୟଗଡ଼ାର ଅବଦାନ ଯଥେଷ୍ଟ ରହିଛି ବୋଲି କୁହାଯାଉଛି।
The post ତ୍ରୁଟି ସୁଧାରିବା ପାଇଁ ଚାଲିଛି ସମୀକ୍ଷା: ମନମୋହନ appeared first on Dharitri Odia News.