ତ୍ୱଚାର ସୁନ୍ଦରତା ବଢ଼ାଏ ତୁଳସୀ ପତ୍ର: ଜାଣନ୍ତୁ କେମିତି

ଖରା, ଝାଳ, ଧୂଳି, ଧୂଆଁ ଆଦି ପ୍ରଭାବରୁ ତ୍ୱଚାକୁ ସୁରକ୍ଷା ପ୍ରଦାନ କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ତୁଳସୀ ଏକ ବରଦାନ ସଦୃଶ। ଜାଣନ୍ତୁ ଏହାର ଉପକାରିତା ଏବଂ ବ୍ୟବହାର ସମ୍ପର୍କରେ… ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି, ଯାହା ଡ୍ୟାମେଜ୍‌ ସ୍କିନ୍‌କୁ ରିପେୟାର କରିବା ସହ ଏଜ୍‌ଲାଇନ୍‌ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ତ୍ୱଚାକୁ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ, ବ୍ରଣ ଆଦି ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌ ସି […] The post ତ୍ୱଚାର ସୁନ୍ଦରତା ବଢ଼ାଏ ତୁଳସୀ ପତ୍ର: ଜାଣନ୍ତୁ କେମିତି appeared first on Dharitri Odia News.

ତ୍ୱଚାର ସୁନ୍ଦରତା ବଢ଼ାଏ ତୁଳସୀ ପତ୍ର: ଜାଣନ୍ତୁ କେମିତି

ଖରା, ଝାଳ, ଧୂଳି, ଧୂଆଁ ଆଦି ପ୍ରଭାବରୁ ତ୍ୱଚାକୁ ସୁରକ୍ଷା ପ୍ରଦାନ କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ତୁଳସୀ ଏକ ବରଦାନ ସଦୃଶ। ଜାଣନ୍ତୁ ଏହାର ଉପକାରିତା ଏବଂ ବ୍ୟବହାର ସମ୍ପର୍କରେ…

ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି, ଯାହା ଡ୍ୟାମେଜ୍‌ ସ୍କିନ୍‌କୁ ରିପେୟାର କରିବା ସହ ଏଜ୍‌ଲାଇନ୍‌ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ତ୍ୱଚାକୁ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ, ବ୍ରଣ ଆଦି ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌ ସି ମାତ୍ରା ଅଧିକ ଥିବାରୁ ତ୍ୱଚାକୁ ଚମକପ୍ରଦ ରଖିଥାଏ।
ପତ୍ରକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏକ ଚାମଚ ଏହି ପେଷ୍ଟ ସହିତ ଏକ ଚାମଚ ଓଟ୍‌ମିଲ୍‌ ଏବଂ ଅଳ୍ପ କ୍ଷୀର ମିଶାଇ ସ୍କ୍ରବ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୧୦ ମିନିଟ୍‌ ଧୀରେ ଧୀରେ ମସାଜ୍‌ କରନ୍ତୁ ଏବଂ ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇ ଥର ଏପରି କଲେ ତ୍ୱଚାରେ ଜମିଥିବା ମଳି ସଫା ହେବ ଏବଂ ପୋର୍ସ ଖୋଳିଯିବ, ଯାହାଦ୍ୱାରା ବ୍ରଣ ସମସ୍ୟା ଦେଖାଦେବ ନାହିଁ।
ପତ୍ର ବଟା କିମ୍ବା ଏହାର ପାଉଡର ଦୁଇ ଚାମଚ ନିଅନ୍ତୁ। ସେଥିରେ ଏକ ଚାମଚ ମୁଲତାନି ମାଟି ଏବଂ ଅଧାଚାମଚ ଲେମ୍ବୁରସ ମିଶାନ୍ତୁ। ସେଥିରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ୧୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଟାନିଂ ସମସ୍ୟା କମାଇବା ସହ ଗ୍ଲୋ ବଢ଼ାଇବାରେ ସାହାଯ୍ୟ କରିବ।

The post ତ୍ୱଚାର ସୁନ୍ଦରତା ବଢ଼ାଏ ତୁଳସୀ ପତ୍ର: ଜାଣନ୍ତୁ କେମିତି appeared first on Dharitri Odia News.