ଥଟ୍ଟାମଜାରୁ କାଠଫାଳିଆ ମାଡ଼, ଯୁବକଙ୍କ ମୃତ୍ୟୁ

ବୁଗୁଡ଼ା,୧ା୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବିରଞ୍ଚତ୍ପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଖଦାଳ ସାହିରେ ଥଟ୍ଟାମଜାରୁ ଗଣ୍ଡଗୋଳ ହୋଇଛି। କାଠଫାଳିଆ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସାହିର ଅଭିମନ୍ୟୁ ନାଇକଙ୍କ ପୁଅ ବଳରାମ। ଶୁକ୍ରବାର ଅପରାହ୍ନରେ ବଳରାମ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ କଥାବାର୍ତ୍ତା ବେଳେ ଥଟ୍ଟାମଜା କରୁଥିଲେ। ପରେ ତାହା ଗଣ୍ଡଗୋଳର ରୂପ ନେଇଥିଲା। ସମ୍ପୃକ୍ତ ସମ୍ପର୍କୀୟଙ୍କ ପରିବାର ଲୋକଙ୍କ ମିଳିତ ଆକ୍ରମଣରେ ଆହତ ହୋଇ ସେ ଘରକୁ ଫେରିଥିଲେ। […] The post ଥଟ୍ଟାମଜାରୁ କାଠଫାଳିଆ ମାଡ଼, ଯୁବକଙ୍କ ମୃତ୍ୟୁ appeared first on Dharitri Odia News.

ଥଟ୍ଟାମଜାରୁ କାଠଫାଳିଆ ମାଡ଼, ଯୁବକଙ୍କ ମୃତ୍ୟୁ

ବୁଗୁଡ଼ା,୧ା୩(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବିରଞ୍ଚତ୍ପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଖଦାଳ ସାହିରେ ଥଟ୍ଟାମଜାରୁ ଗଣ୍ଡଗୋଳ ହୋଇଛି। କାଠଫାଳିଆ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ସାହିର ଅଭିମନ୍ୟୁ ନାଇକଙ୍କ ପୁଅ ବଳରାମ। ଶୁକ୍ରବାର ଅପରାହ୍ନରେ ବଳରାମ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ କଥାବାର୍ତ୍ତା ବେଳେ ଥଟ୍ଟାମଜା କରୁଥିଲେ। ପରେ ତାହା ଗଣ୍ଡଗୋଳର ରୂପ ନେଇଥିଲା। ସମ୍ପୃକ୍ତ ସମ୍ପର୍କୀୟଙ୍କ ପରିବାର ଲୋକଙ୍କ ମିଳିତ ଆକ୍ରମଣରେ ଆହତ ହୋଇ ସେ ଘରକୁ ଫେରିଥିଲେ। ରାତି ପ୍ରାୟ ୧୦ଟା ବେଳକୁ ବଳରାମଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଭୋର ୪ଟାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚତ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏନେଇ ବୁଗୁଡ଼ା ଥାନାରେ ନଂ.୧୩୩/୨୫ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା କହିଛନ୍ତି।

The post ଥଟ୍ଟାମଜାରୁ କାଠଫାଳିଆ ମାଡ଼, ଯୁବକଙ୍କ ମୃତ୍ୟୁ appeared first on Dharitri Odia News.