ଥମୁନି ଦାଦନ ଯନ୍ତ୍ରଣା: ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା। ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରିଆ (୫୫)ଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କଠାରୁ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ୩ ମାସ ତଳେ ସନୁ ପେଟପାଟଣା ପାଇଁ ଛତିଶଗଡ଼ ଝାକରପଡାର ନିଜ ସମ୍ପର୍କୀୟ ଶଳାଙ୍କ ସହ ମିଶି ଗୋଆକୁ ଦାଦନ ଖଟିବାକୁ ଯାଇ ଏକ ଠିକାସଂସ୍ଥାରେ ବିଲଡିଂ କାର୍ଯ୍ୟରେ […] The post ଥମୁନି ଦାଦନ ଯନ୍ତ୍ରଣା: ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.

ଥମୁନି ଦାଦନ ଯନ୍ତ୍ରଣା: ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଯନ୍ତ୍ରଣା। ବ୍ଲକର ଡେଙ୍ଗାଗୁଡା ଗ୍ରାମ ଗୌନ୍ତିଆପଡାର ସନୁ ଛତ୍ରିଆ (୫୫)ଙ୍କ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୋଆର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କଠାରୁ ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ୩ ମାସ ତଳେ ସନୁ ପେଟପାଟଣା ପାଇଁ ଛତିଶଗଡ଼ ଝାକରପଡାର ନିଜ ସମ୍ପର୍କୀୟ ଶଳାଙ୍କ ସହ ମିଶି ଗୋଆକୁ ଦାଦନ ଖଟିବାକୁ ଯାଇ ଏକ ଠିକାସଂସ୍ଥାରେ ବିଲଡିଂ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଶନିବାର ସାରେ ଦେହ ଅସୁସ୍ଥ ହୋଇଥିଲା। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତୁରା ହେମରାଜ ଛତ୍ରିଆ କହିଛନ୍ତି।

ତେବେ ମୃତଦେହ ବ୍ୟବଚ୍ଛେଦ ପରେ ହସ୍ପିଟାଲରେ ରହିଥିବା ବେଳେ ଠିକାସଂସ୍ଥା ପକ୍ଷରୁ ଭିଟାମାଟିକୁ ପଠାଇବା ନେଇ ଠିକାଦାରଙ୍କ ସହ ଯୋଗାଯୋଗ କରାଯାଇଛି। ଏଣେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ କାନ୍ଦ ବୋବାଳି ପଡିଛି। ଅନ୍ୟପକ୍ଷେ ମୃତଦେହ ଗାଁକୁ ଫେରାଇ ଆଣିବାକୁ ପରିବାର ଲୋକେ ଜିଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

The post ଥମୁନି ଦାଦନ ଯନ୍ତ୍ରଣା: ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.