ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ
ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ ହୋଇଥିବା ଏହି ଯାତ ରାମାଭିଷେକରେ ସମାପନ ହେବ। ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ସାହିଯାତ ଜଡ଼ିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଏକ ଅଙ୍ଗ ଭାବେ ଶ୍ରୀରାମଳୀଳାକୁ ବିବେଚନା କରାଯାଏ। ଶ୍ରୀମନ୍ଦିରରେ ଏହି ଲୀଳା ପାଳନ ହେବା ସହ ଶ୍ରୀକ୍ଷେତ୍ରର ଆଠସାହିରେ ଯାତ ଅନୁଷ୍ଠିତ ହୋଇଥାଏ। ସାହିଯାତରେ ପାରମ୍ପରିକ ସାମରିକ […] The post ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ appeared first on Dharitri Odia News.
ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ ହୋଇଥିବା ଏହି ଯାତ ରାମାଭିଷେକରେ ସମାପନ ହେବ। ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ସାହିଯାତ ଜଡ଼ିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଏକ ଅଙ୍ଗ ଭାବେ ଶ୍ରୀରାମଳୀଳାକୁ ବିବେଚନା କରାଯାଏ। ଶ୍ରୀମନ୍ଦିରରେ ଏହି ଲୀଳା ପାଳନ ହେବା ସହ ଶ୍ରୀକ୍ଷେତ୍ରର ଆଠସାହିରେ ଯାତ ଅନୁଷ୍ଠିତ ହୋଇଥାଏ। ସାହିଯାତରେ ପାରମ୍ପରିକ ସାମରିକ କଳା, ଲୋକକଳା, ଲୋକନୃତ୍ୟ ଓ ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳିବ। ପୁରୀର ଆଠସାହି ଆଖଡ଼ା ପକ୍ଷରୁ ଏହି ଯାତ ଅନୁଷ୍ଠିତ ହେବ। ସାହିଯାତର ବୁଧବାର ପ୍ରଥମ ଦିବସରେ କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମଜନ୍ମ ନୀତି ପ୍ରସ୍ତାବ ଆଗତ କରାଯିବା ସହ ଶ୍ରୀରାମ ଜନ୍ମନୀତି ସମ୍ପନ୍ନ ହୋଇଛି। ଏହି ଅବସରରେ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଗ ଆଦି ବେଶଧାରୀମାନେ ସାହିରୁ ବାହାରି ପ୍ରଥମେ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ। ପରେ ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀରାମ ଜନ୍ମନୀତିରେ ସାମିଲ ହୋଇଥିଲେ। ସେଠାରୁ ଚରୁଅନ୍ନ ଆଣି ମା’ ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ବେଶଧାରୀମାନେ ମାଟିମଣ୍ଡପ ସାହି ପରିକ୍ରମା କରିଥିଲେ। ଏଥିସହ ନାଗା, ମେଢ଼ର ପାରମ୍ପରିକ ନୃତ୍ୟ ଦେଖିବାକୁ ମିଳିଛି। ନାଗା, ନବଶିିରା ସହିତ ବିଭିନ୍ନ ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଆଠ ସାହି ଆଖଡ଼ାର ମୁରବିମାନେ ସାହିଯାତରେ ସାମିଲ ହୋଇଥିଲେ। ଋଷ୍ୟଶୃଙ୍ଗ ଋଷି ଚରିତ୍ରରେ ମନୋରଞ୍ଜନ ଦାଶ, ରାମ ଚରିତ୍ରରେ ହରି ସିଂହ, ଲକ୍ଷ୍ମଣ ଚରିତ୍ରରେ ଆୟୁଷ୍ମାନ ମେକାପ, ଭରତ ଚରିତ୍ରରେ ଅଂଶୁମାନ୍ ମେକାପ ଏବଂ ଶତୃଘ୍ନ ଚରିତ୍ରରେ ରୁଦ୍ରନାଥ ପଣ୍ଡା ସାହି ବୁଲିଛନ୍ତି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ପିନାକ ମିଶ୍ର, ସିଟି ଡିଏସ୍ପି ପ୍ରଶାନ୍ତ ସାହୁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। କାଳିକାଦେବୀ ସାହି ଆଖଡ଼ାର ସଭାପତି ଲକ୍ଷ୍ମୀକାନ୍ତ ରଥ, ସମ୍ପାଦକ ପ୍ରଫୁଲ୍ଲ ଖୁଣ୍ଟିଆଙ୍କ ତତ୍ୱାବଧାନରେ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଠସାହି ସମ୍ପାଦକ ତଳଛୁ ନୀଳକଣ୍ଠ ମହାପାତ୍ର, ସଂଯୋଜକ ନରେନ୍ଦ୍ର ମହାନ୍ତି, ସହସମ୍ପାଦକ ଚକ୍ରଧର ମହାପାତ୍ର, ହରଚଣ୍ଡୀ ସାହିର ସହସମ୍ପାଦକ ନାରାୟଣ କୋଠାରୀ, କୁଣ୍ଢେଇବେଣ୍ଟ ସାହିର ସଭାପତି ସାହିନାୟକ ନାରାୟଣ ମହାପାତ୍ର, ସମ୍ପାଦକ ଜଗନ୍ନାଥ ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
The post ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ appeared first on Dharitri Odia News.