ନୂଆ ମୁଖ୍ୟମନ୍ତ୍ରୀ କେତେବେଳେ ନେବେ ଶପଥ: ହେଲା ସମୟ ନିର୍ଘଣ୍ଟ
ଭୁବନେଶ୍ବର,୧୦।୬: ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗିରହିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡାନ୍ତ ହୋଇପାରୁନାହିଁ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ସେହିଦିନ ୨.୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସେ ସିଧା ରାଜଭବନ ଯିବେ। ପରେ ରାଜଭବନରୁ ବାହାରି ସିଧା ଜନତା ମଇଦାନ […] The post ନୂଆ ମୁଖ୍ୟମନ୍ତ୍ରୀ କେତେବେଳେ ନେବେ ଶପଥ: ହେଲା ସମୟ ନିର୍ଘଣ୍ଟ appeared first on Dharitri Odia News.
ଭୁବନେଶ୍ବର,୧୦।୬: ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗିରହିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡାନ୍ତ ହୋଇପାରୁନାହିଁ। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଆସନ୍ତା ବୁଧବାର ଅପରାହ୍ନ ୪.୪୫ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ସେହିଦିନ ୨.୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସେ ସିଧା ରାଜଭବନ ଯିବେ। ପରେ ରାଜଭବନରୁ ବାହାରି ସିଧା ଜନତା ମଇଦାନ ଯିବେ ମୋଦି। ସେଠାରେ ସେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାଜପା ବିଧାୟକ ଦଳ ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ ଏବଂ କିଏ ହେବେ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ତର୍ଜମା କରିବେ।
The post ନୂଆ ମୁଖ୍ୟମନ୍ତ୍ରୀ କେତେବେଳେ ନେବେ ଶପଥ: ହେଲା ସମୟ ନିର୍ଘଣ୍ଟ appeared first on Dharitri Odia News.