ଭୂମିକମ୍ପରେ ବିଧ୍ୱସ୍ତ ମିଆଁମାରକୁ ସହାୟତା ପଠାଇଲା ଭାରତ, ୧୫ ଟନ୍ ରିଲିଫ୍ ସାମଗ୍ରୀ ଗଲା
ନୂଆଦିଲ୍ଲୀ ୨୯/୦୩: ଭୂମିକମ୍ପର ଝଟକା ଭାରତ ସମେତ ଚୀନ୍, ବାଂଲାଦେଶରେ ବି ଅନୁଭୂତ ହୋଇଛି । ବାଂଲାଦେଶର ଢ଼ାକା, ଚଟଗାଓଁ ଓ ଅନ୍ୟ କେତେକ ସ୍ଥାନରେ ଜୋର୍ଦାର ଝଟ୍କା ଲାଗିଥିଲା । ଭାରତର କୋଲକାତା, ଇମ୍ଫାଲ, ମେଘାଳୟ, ଇଷ୍ଟ କାର୍ଗୋ ହିଲ୍ରେ ଝଟକା ଲାଗିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରାକୃତିକ ଦୁର୍ବପାକ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଭୟ ମିଆଁମାର ଏବଂ ଥାଇଲାଣ୍ଡକୁ ସହାୟତାର ହାତ ବଢାଇଲା ଭାରତ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଦୁଃଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶସହ ଛିଡ଼ାହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଦୁଇ ଦେଶର ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ବିଦେଶ ମନ୍ତ୍ରଣାଳୟକୁ କହିଥିବା ମୋଦି ପ୍ରକାଶ କରିଛନ୍ତି । ସେହିପରି ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସହାୟତା ଲାଗି ଏମର୍ଜେନ୍ସି ହେଲ୍ପଲାଇନ ନମ
ନୂଆଦିଲ୍ଲୀ ୨୯/୦୩: ଭୂମିକମ୍ପର ଝଟକା ଭାରତ ସମେତ ଚୀନ୍, ବାଂଲାଦେଶରେ ବି ଅନୁଭୂତ ହୋଇଛି । ବାଂଲାଦେଶର ଢ଼ାକା, ଚଟଗାଓଁ ଓ ଅନ୍ୟ କେତେକ ସ୍ଥାନରେ ଜୋର୍ଦାର ଝଟ୍କା ଲାଗିଥିଲା । ଭାରତର କୋଲକାତା, ଇମ୍ଫାଲ, ମେଘାଳୟ, ଇଷ୍ଟ କାର୍ଗୋ ହିଲ୍ରେ ଝଟକା ଲାଗିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରାକୃତିକ ଦୁର୍ବପାକ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଭୟ ମିଆଁମାର ଏବଂ ଥାଇଲାଣ୍ଡକୁ ସହାୟତାର ହାତ ବଢାଇଲା ଭାରତ ।
ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଉର୍ଦ୍ଧ୍ବ ରିଲିଫ୍ ସାମଗ୍ରୀ ପଠାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ବିଶାଳ ଭୂମିକମ୍ପରୁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି ।
ଏଭଳି ଦୁଃଖଦ ମୁହୂର୍ତ୍ତରେ ଭାରତ ଉଭୟ ଦେଶସହ ଛିଡ଼ାହେବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଦୁଇ ଦେଶର ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ବିଦେଶ ମନ୍ତ୍ରଣାଳୟକୁ କହିଥିବା ମୋଦି ପ୍ରକାଶ କରିଛନ୍ତି । ସେହିପରି ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସହାୟତା ଲାଗି ଏମର୍ଜେନ୍ସି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
#WATCH | Plane carrying approximately 15 tonnes of relief material was sent to Myanmar on an IAF C 130 J aircraft from AFS Hindon, including tents, sleeping bags, blankets, ready-to-eat meals, water purifiers, hygiene kits, solar lamps, generator sets, essential Medicines… pic.twitter.com/C4EGes0m6t— ANI (@ANI) March 29, 2025
ସୂଚନାଯୋଗ୍ୟ ଯେ ରିଙ୍ଗ ଅଫ୍ ଫାୟାର ନିକଟରେ ରହିଛି ମ୍ୟାଁମାର । ତେଣୁ ଏଠାରେ ସବୁବେଳେ ଭୂକମ୍ପ ଦେଖିବାକୁ ମିଳେ । ରିଙ୍ଗ ଅଫ୍ ଫାୟାର ଅଞ୍ଚଳରେ ବିଶ୍ୱର ୮୧ ପ୍ରତିଶତ ଭୂକମ୍ପ ହୋଇଥାଏ । ଆକଳନ ଅନୁସାରେ ମ୍ୟାଁମାରରେ ପ୍ରତିମାସରେ ୮ଟି ଭୂକମ୍ପ ଘଟୁଛି । ମ୍ୟାଁମାର ଭାରତୀୟ ପ୍ଲେଟ ଓ ସୁନ୍ଦା ପ୍ଲେଟ ମଝିରେ ରହିଛି । ଏହି ପ୍ଲେଟ ମଧ୍ୟରେ ସଂଘାତ ହେବା ଯୋଗୁ ମ୍ୟାଁମାରରେ ଅନେକ ସମୟରେ ଭୂକମ୍ପ ଆସୁଥିବାର ଜଣାପଡିଛି ।