ସମ୍ବଲପୁର ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ
ସମ୍ବଲପୁର,୨ା୨(ବି.ଶଙ୍କର)- ସମ୍ବଲପୁର ମହୋତ୍ସବ-୨୦୨୪ ସକାଶେ ଶୁଭସ୍ତମ୍ଭ ସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅଇଁଠାପାଲିି ପିଏଚ୍ଡି ପଡିଆ (ବିର୍ସା ମଇଦାନ)ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ହେବ। ପଣ୍ଡିତ ସଦାଶିବ ତ୍ରିପାଠୀଙ୍କ ପୌରୋହିତ୍ୟରେ ଭୂମିପୂଜା ହୋଇଥିଲା। ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦର ଭକ୍ତପ୍ରସାଦ ନନ୍ଦ, ଭାରତୀ ପଣ୍ଡା, ସ୍ବୟଂଜିତ ପଟ୍ଟନାୟକ, ରାଜକୁମାର ଜାଲ, ମାନସ ବକ୍ସି, ସୁମନ୍ତ ଆଚାର୍ଯ୍ୟ, ଅଭିଳାଷ ପ୍ରଧାନ, ଅନୁଜ ଜେନା, ଜୟଶ୍ରୀ ପୁରୋହିତ, ପାର୍ବତୀ ସେଠ, ପ୍ରବୀଣ […] The post ସମ୍ବଲପୁର ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ appeared first on Dharitri Odia News.
ସମ୍ବଲପୁର,୨ା୨(ବି.ଶଙ୍କର)- ସମ୍ବଲପୁର ମହୋତ୍ସବ-୨୦୨୪ ସକାଶେ ଶୁଭସ୍ତମ୍ଭ ସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅଇଁଠାପାଲିି ପିଏଚ୍ଡି ପଡିଆ (ବିର୍ସା ମଇଦାନ)ଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ହେବ। ପଣ୍ଡିତ ସଦାଶିବ ତ୍ରିପାଠୀଙ୍କ ପୌରୋହିତ୍ୟରେ ଭୂମିପୂଜା ହୋଇଥିଲା।
ଆୟୋଜକ ସମ୍ବଲପୁର ସାଂସ୍କୃତିକ ପରିଷଦର ଭକ୍ତପ୍ରସାଦ ନନ୍ଦ, ଭାରତୀ ପଣ୍ଡା, ସ୍ବୟଂଜିତ ପଟ୍ଟନାୟକ, ରାଜକୁମାର ଜାଲ, ମାନସ ବକ୍ସି, ସୁମନ୍ତ ଆଚାର୍ଯ୍ୟ, ଅଭିଳାଷ ପ୍ରଧାନ, ଅନୁଜ ଜେନା, ଜୟଶ୍ରୀ ପୁରୋହିତ, ପାର୍ବତୀ ସେଠ, ପ୍ରବୀଣ ସୂପକାର, ତୁଷାର ପଣ୍ଡା, ସନ୍ଦୀପ ସିଂ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ମଞ୍ଚକୁ ପାରମ୍ପରିକ ଢ଼ାଞ୍ଚାରେ ତିଆରି କରାଯିବା ସହିତ ଭିଆଇପି ପ୍ରବେଶ ପାଇଁ ସ୍ବତନ୍ତ୍ର କରିଡ଼ର କରାଯାଉଛି। ଚଳିତବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ମୁଖ୍ୟ ମଞ୍ଚରେ ୮ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଅନ୍ୟପକ୍ଷେ ଷ୍ଟଲ, ମୀନାବଜାର, ମନହରି ହାଟ ୧୮ ଫେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଦଳଗତ ନୃତ୍ୟ ପରିବେଷଣ କରିବେ। ୪ ଫେବୃଆରୀ ସକାଳ ୯ଟାରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଛି।
ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ମଞ୍ଚରେ ସାର୍ଟିଫିକେଟ ଓ ପ୍ରତ୍ୟେକ ବର୍ଗର ପ୍ରଥମ ତିନିଜଣ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରାଯିବ। ମହୋତ୍ସବ ଆରମ୍ଭ ଦିନ ଝୋଟି, ରଙ୍ଗୋଲି ପ୍ରତିଯୋଗିତା ହେବାକୁ ସ୍ଥିର ହୋଇଛି ବୋଲି ଆୟୋଜକ କମିଟି ସଂଯୋଜକ ସପନ ମିଶ୍ର ସୂଚିତ କରିଛନ୍ତି।
The post ସମ୍ବଲପୁର ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ appeared first on Dharitri Odia News.