ଥମୁନି ଭରତପୁର ଥାନା କଳଙ୍କ

ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା।

ଥମୁନି ଭରତପୁର ଥାନା କଳଙ୍କ

ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଆଇଆଇସିଙ୍କ ସହ ୫ କର୍ମଚାରୀ ନିଲମ୍ବିତ ହେଲେ ସତ, କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି ପୂର୍ବତନ ସେନା କର୍ମଚାରୀ। ଘଟଣାକୁ ନେଇ କ୍ଷୁବ୍ଧ ଥିବା ସେନା କର୍ମଚାରୀ ଆଜି ରାଜରାସ୍ତାକୁ ଓହ୍ଲାଇବା ସହ ଅପରାଧିକ ମାମଲା ରୁଜୁ ଏବଂ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଏସବୁ ଭିତରେ ପୀଡ଼ିତାଙ୍କୁ ଜାମିନ ପ୍ରଦାନ କରି କ୍ରାଇମବ୍ରାଞ୍ଚ ତଦନ୍ତର ମନିଟରିଂ ନିଜେ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଅପରପକ୍ଷେ ଏହି ଲୋମଟାଙ୍କୁରା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି।