ଥମୁନି ଭୂକମ୍ପ ପରବର୍ତ୍ତୀ କମ୍ପନ; ଏବେ ବି ଭୁଶୁଡୁଛି ଘର, ବହୁତଳ ଅଟ୍ଟାଳିକା

ନୂଆଦିଲ୍ଲୀ: ମ୍ୟାଁମାରର ପ୍ରଳୟଙ୍କରୀ ଭୂକମ୍ପକୁ ଇତିମଧ୍ୟରେ ୫ ଦିନ ପୂରିଛି। କିନ୍ତୁ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୫ ଦିନ ପରେ ଦୁଇଟି ସ୍ଥାନରୁ ଭଗ୍ନାବଶେଷ ତଳୁ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାରୁ ଏବେ ମଧ୍ୟ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ବୋଲି କୁହାଯାଉଛି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରତିବନ୍ଧକ ସାଜିଛି ବିଧ୍ବସ୍ତ ହୋଇପଡ଼ିଥିବା ଭିତ୍ତିଭୂମି ବ୍ୟବସ୍ଥା ସଡ଼କପଥ ଠାରୁ ଆରମ୍ଭ କରି ବହୁ ପୋଲ […]

ଥମୁନି ଭୂକମ୍ପ ପରବର୍ତ୍ତୀ କମ୍ପନ; ଏବେ ବି ଭୁଶୁଡୁଛି ଘର, ବହୁତଳ ଅଟ୍ଟାଳିକା
Aftershocks from earthquake Houses many buildings still collapsing

ନୂଆଦିଲ୍ଲୀ: ମ୍ୟାଁମାରର ପ୍ରଳୟଙ୍କରୀ ଭୂକମ୍ପକୁ ଇତିମଧ୍ୟରେ ୫ ଦିନ ପୂରିଛି। କିନ୍ତୁ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୫ ଦିନ ପରେ ଦୁଇଟି ସ୍ଥାନରୁ ଭଗ୍ନାବଶେଷ ତଳୁ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାରୁ ଏବେ ମଧ୍ୟ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ବୋଲି କୁହାଯାଉଛି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରତିବନ୍ଧକ ସାଜିଛି ବିଧ୍ବସ୍ତ ହୋଇପଡ଼ିଥିବା ଭିତ୍ତିଭୂମି ବ୍ୟବସ୍ଥା ସଡ଼କପଥ ଠାରୁ ଆରମ୍ଭ କରି ବହୁ ପୋଲ ଏବଂ ବିମାନ ବନ୍ଦର କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଯାହାକୁ ନେଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନାହିଁ। ଏଭଳି ସ୍ଥଳେ ଭୂକମ୍ପ ପରବର୍ତ୍ତୀ କମ୍ପନ ଥମିବାର ନାଁ ଧରୁନାହିଁ। ବାରମ୍ବାର ଭୂକମ୍ପର ମୃଦୁ ଝଟକା ଲୋକମାନଙ୍କୁ ଭୟଭୀତ କରିଦେଉଥିଲା ବେଳେ କେତେକ ସ୍ଥାନରେ କମ୍ପନ ଯୋଗୁଁ ଘର ଭୁଶୁଡି ପଡ଼ୁଥିବା କୁହାଯାଇଛି। ଏହି ସ୍ଥିତି ମଧ୍ୟ ଉଦ୍ଧାରକାରୀ ଟିମ୍ ପାଇଁ ପ୍ରତିବନ୍ଧକ ହୋଇଛି। ତେବେ ମ୍ୟାଁମାରର ବିଭିନ୍ନ ଇଲାକାରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଭାରତୀୟ ଟିମ୍କୁ ଏଠାକାର ଜୁଣ୍ଟା ସରକାର ଭୁରି ଭୁରି ପ୍ରଶଂସା କରିଛନ୍ତି।