ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ

କନକ ବ୍ୟୁରୋ: ହାଇଟେକ୍ ହସପିଟାଲ ଟ୍ରାଜେଡିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଆଗରେ ଛାତ୍ର ସଙ୍ଗଠନ ଅଲ ଓଡିଶା ଷ୍ଟୁଡେଂଟ ଭଏସର ବିରୋଧ ପ୍ରଦର୍ଶନ । ସଙ୍ଗଠନର ସଦସ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ହସପିଟାଲର ଲାଇସେନ୍ସ ରଦ୍ଦ ଓ ହାଇଟେକ ମାଲିକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହାକୁ ନେଇ କିଛି ସମୟ ପାଇଁ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ । କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି […] The post ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ first appeared on Kanak News.

ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ

କନକ ବ୍ୟୁରୋ: ହାଇଟେକ୍ ହସପିଟାଲ ଟ୍ରାଜେଡିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଆଗରେ ଛାତ୍ର ସଙ୍ଗଠନ ଅଲ ଓଡିଶା ଷ୍ଟୁଡେଂଟ ଭଏସର ବିରୋଧ ପ୍ରଦର୍ଶନ । ସଙ୍ଗଠନର ସଦସ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ହସପିଟାଲର ଲାଇସେନ୍ସ ରଦ୍ଦ ଓ ହାଇଟେକ ମାଲିକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହାକୁ ନେଇ କିଛି ସମୟ ପାଇଁ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ । କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ବି ସୃଷ୍ଟି ହୋଇଥିଲା ।

  • ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
  • ସତ ଲୁଚାଇବାକୁ ହେଉଛି କି ଉଦ୍ୟମ?

ହାଇଟେକ ହସ୍ପିଟାଲରେ ଏସି ବିସ୍ଫୋରଣରେ ୩ ଜଣଙ୍କ ଜୀବନ ଯାଇଛି । ଦୁଇ ମୃତକ ଦିଲ୍ଲୀପ ଓ ଜ୍ୟୋତିଙ୍କ ପରିଚୟ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ବଡ ବିବାଦ ଦେଖାଦେଇଛି । ଦୁଇ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି । ହାଇଟେକ ହସପିଟାଲ ଓ ମାଲିକ ତିରୁପତି ପାଣିଗ୍ରାହୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀ ଚାପ ପକାଉଛନ୍ତି । ବିରୋଧୀ ପ୍ରଶ୍ନ କରିଛନ୍ତି, ବ୍ୟବସ୍ଥା ନ ଥାଇ ଅଗ୍ନିକାଣ୍ଡର ଶିକାର ରୋଗୀଙ୍କ ଚିକିତ୍ସା କିପରି କରୁଥିଲା ହାଇଟେକ୍ ହସପିଟାଲ? ୨୦ ପ୍ରତିଶତ ଚିକିତ୍ସା ବ୍ୟବସ୍ଥା ଥିବା ହସପିଟାଲରେ ୯୦ ପ୍ରତିଶତ ଜଳିଥିବା ରୋଗୀଙ୍କ ଚିକିତ୍ସା ହେଉଥିଲା କିଭଳି? ତିରୁପତି ପାଣିଗ୍ରାହୀ ସରକାରୀ ଦଳର ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ କି? ଆଉ ଏହାର ଜବାବ ଦେଇଛନ୍ତି ହସପିଟାଲ ମାଲିକ ତିରୁପିତ ପାଣିଗ୍ରାହୀ ।

ତେବେ ହାଇଟେକ ଟ୍ରାଜେଡିରେ ରାଜନୀତିର ରଙ୍ଗ ଲାଗିଛିି । ପ୍ରଶ୍ନ ଉଠୁଛି, କିଏ ନିଜ ପୁଅ ତ କିଏ ନିଜ ସ୍ୱାମୀଙ୍କୁ ହରାଇ ସର୍ବସ୍ୱ ହରାଇଛନ୍ତି, ତାକୁ ଭରଣା କରିବ କିଏ?

The post ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ first appeared on Kanak News.