ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ

ବ୍ୟାଙ୍କକ୍‌, ୨୦।୧୧: ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ପ୍ରାୟ ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି। ଗତ ୧୬ରେ ଏୟାର ଇଣ୍ଡିଆର ବିମାନ ‘ଏଆଇ୩୭୭’କୁ ଫୁକେଟରୁ ଦିଲ୍ଲୀ ଆସିବାକୁ ଥିଲା। ତେବେ ବିମାନରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏହାର ଉଡ଼ାଣକୁ ରଦ୍ଦ କରିଦିଆଯାଇଥିଲା। ଫଳରେ ଉକ୍ତ ବିମାନରେ ଦିଲ୍ଲୀ ଆସିବାକୁ ଥିବା ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫୁକେଟରେ ଫସି ରହିଛନ୍ତି। ଭାରତକୁ ଫେରି ପାରୁ ନ […] The post ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ appeared first on Dharitri Odia News.

ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ

ବ୍ୟାଙ୍କକ୍‌, ୨୦।୧୧: ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ପ୍ରାୟ ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି। ଗତ ୧୬ରେ ଏୟାର ଇଣ୍ଡିଆର ବିମାନ ‘ଏଆଇ୩୭୭’କୁ ଫୁକେଟରୁ ଦିଲ୍ଲୀ ଆସିବାକୁ ଥିଲା। ତେବେ ବିମାନରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏହାର ଉଡ଼ାଣକୁ ରଦ୍ଦ କରିଦିଆଯାଇଥିଲା। ଫଳରେ ଉକ୍ତ ବିମାନରେ ଦିଲ୍ଲୀ ଆସିବାକୁ ଥିବା ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫୁକେଟରେ ଫସି ରହିଛନ୍ତି। ଭାରତକୁ ଫେରି ପାରୁ ନ ଥିବାରୁ ସେମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏୟାର ଇଣ୍ଡିଆ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ଏୟାର ଇଣ୍ଡିଆ ପ୍ରତିକ୍ରିୟା ରଖିଛି। ଫୁକେଟରେ ସମସ୍ତ ଯାତ୍ରୀଙ୍କର ରହଣି ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏୟାର ଇଣ୍ଡିଆର ଆଉ ଏକ ବିମାନରେ ଫସି ରହିଥିବା ଯାତ୍ରୀଙ୍କୁ ଦିଲ୍ଲୀ ଅଣାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।

The post ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ appeared first on Dharitri Odia News.